Advertisment

କୁନି କୁନି ପିଲା ତିଆରି କଲେ ସ୍ମାର୍ଟ ହେଲମେଟ୍ ! ମଦ ପିଇଲେ ଷ୍ଟାର୍ଟ ହେବନି ବାଇକ୍‌

କୁନି କୁନି ପିଲାଙ୍କୁ ଦୁର୍ଘଟଣା ରୋକିବା ଚିନ୍ତା, ତିଆରି କଲେ ସ୍ମାର୍ଟ ହେଲେମେଟ୍‌ ।

author-image
Prangyan Parimita
smart helmet

smart helmet

ଦିନକୁ ଦିନ ଦେଶରେ ବଢ଼ି ଚାଲିଛି ଡ୍ରିଙ୍କ୍‌ ଆଣ୍ଡ୍‌ ଡ୍ରାଇଭ୍‌ ମାମଲା । ସରକାରୀ ତଥା ବେସରକାରୀ ସ୍ତରରେ ସଚେତନତା ସତ୍ୱେ ପ୍ରତିଦିନ ଅନେକ ସଂଖ୍ୟକ ଲୋକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଞ୍ଚି ସ୍କୁଲର ପିଲାମାନେ ଏକ ସ୍ୱତନ୍ତ୍ର ହେଲମେଟ ତିଆରି କରିଛନ୍ତି, ଯାହା ଦୁର୍ଘଟଣାରକୁ ରୋକିପାରିବ ।  ଡ୍ରିଙ୍କ୍‌ ଆଣ୍ଡ୍‌ ଡ୍ରାଇଭ୍‌ ପାଇଁ ହେଉଥିବା ଦୁର୍ଘଟଣାରେ ବ୍ରେକ୍‌ ଦେବାପାଇଁ ପିଲାମାନେ ହେଲମେଟରେ ଏକ ସ୍ୱତନ୍ତ୍ର ଚିପ୍ ଲଗାଇଛନ୍ତି । ଏହି ଚିପ୍‌ ଦ୍ୱାରା ମଦ ପିଇ ଗାଡ଼ି ଚଳାଇଲେ ଗାଡି ଷ୍ଟାର୍ଟ ହେବ ନାହିଁ । ଫଳରେ ମଦୁଆ ଚାଳକଙ୍କ ଉପରେ ଅଙ୍କୁଶ ଲଗାଯାଇ ପାରିବ ।

Advertisment

ରାଞ୍ଚି ସେଣ୍ଟ ଜାଭିୟର ସ୍କୁଲର ୪ ଜଣ ପିଲା ଏହି ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଛନ୍ତି । ଏହି ଛାତ୍ରମାନେ ସେନସର ଥିବା ହେଲମେଟର ଏକ ପ୍ରୋଟୋଟାଇପ୍ ତିଆରି କରିଛନ୍ତି । ଏହି ପ୍ରୋଟୋଟାଇପ୍ ଅସଲ ଜୀବନ ସହ ଯୋଡ଼ି ହୋଇଗଲେ, ଡ୍ରିଙ୍କ ଆଣ୍ଡ୍‌ ଡ୍ରାଇଭ୍‌ ବନ୍ଦ ହୋଇଯିବ ବୋଲି କୁହାଯାଉଛି । ହେଲମେଟରେ ଏପରି ଏକ ଚିପ୍ ଲାଗିଛି, ଯାହା ବାଇକ୍ ଆରୋହୀ ମଦ୍ୟପାନ କଲେ ସତର୍କ ସୂଚନା ପଠାଇବ ।

ହେଲମେଟ ଦ୍ୱାରା ପଠାଯାଇଥିବା ସତର୍କ ସୂଚନା ପାଇବା ପରେ ବାଇକ୍ ଆଉ ଷ୍ଟାର୍ଟ ହେବନାହିଁ । ଫଳରେ ମଦ ପିଇ ଆଉ ଗାଡ଼ି ଚଳାଇବା ସମ୍ଭବପର ହେବ ନାହିଁ । ସିଧାସଳଖ କହିବାକୁ ଗଲେ ହେଲମେଟରେ ଥିବା ଚିପ୍ ଅତି ସହଜରେ ମଦର ଗନ୍ଧ ବାରି ପାରିବ । ଏହି ପ୍ରୋଟୋଟାଇପକୁ ଅବିରରାଜ ସିଂ, ବତ୍ସଲ ସାରୋଗୀ, ପାର୍ଥ ଏବଂ ଆରବ ପୋଦ୍ଦାର ମିଳିତ ଭାବରେ ତିଆରି କରିଛନ୍ତି ।ତେବେ ଏହି ଛାତ୍ରମାନେ ଭବିଷ୍ୟତରେ ଆଉ ଏପରି ଏକ ଚିପ୍ ବିକଶିତ କରିବାକୁ ଚାହାଁନ୍ତି, ଯେଉଁ କାରଣରୁ ହେଲମେଟ ସଠିକ୍ ଭାବରେ ନପିନ୍ଧିଲେ ବି ବାଇକ୍ ଚଳାଇ ହେବନି ।

Advertisment
Advertisment
Advertisment