Astrospeak
  • Live TV
  • Read In English

AI Chat GPT: ଆଖି ପିଛୁଳାକେ ଫେକ୍ ଆଧାର କାର୍ଡ ଓ ପାନ୍ କାର୍ଡ କରିଦେଉଛି ଚାଟ୍ ଜିପିଟି

ଘିବଲି ଷ୍ଟାଇଲ୍ ଫଟୋ ପରେ ପୁଣି ଚର୍ଚ୍ଚାରେ AIର ଆଉ ଏକ କାରନାମା । ଆଖି ପିଛୁଳାକେ ତିଆରି କରିଦେଉଛି ଫେକ୍ ଆଧାର କାର୍ଡ ଓ ପାନ୍ କାର୍ଡ । ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ପ୍ଲାଟଫର୍ମ ଚାଟ୍ ଜିପିଟି ବ୍ୟବହାର କରି, ଗୋଟିଏ ପ୍ରମ୍ପଟରେ ନକଲି ଆଧାର କାର୍ଡ ଓ ପାନ୍ କାର୍ଡ ଆଦି ଜେନେରେଟ୍ କରିହେଉଛି ।

AI Chat GPT
AIର ସାଂଘାତିକ ଖେଳ ।

ଘିବଲି ଷ୍ଟାଇଲ୍ ଫଟୋ ପରେ ପୁଣି ଚର୍ଚ୍ଚାରେ AIର ଆଉ ଏକ କାରନାମା । ଆଖି ପିଛୁଳାକେ ତିଆରି କରିଦେଉଛି ଫେକ୍ ଆଧାର କାର୍ଡ ଓ ପାନ୍ କାର୍ଡ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ଚାଟ୍ ଜିପିଟି ବ୍ୟବହାର କରି, ଗୋଟିଏ ପ୍ରମ୍ପଟରେ ନକଲି ଆଧାର କାର୍ଡପାନ୍ କାର୍ଡ ଆଦି ଜେନେରେଟ୍ କରିହେଉଛି ।

ଆପେ ଆପେ ତିଆରି ହେଉଛି ଅବିକଳ ଫଟୋ, କ୍ୟୁଆର୍ କୋଡ୍, ନମ୍ବର ଇତ୍ୟାଦି । ରହୁଛି ନାଁ, ଠିକଣା ଓ ଜନ୍ମତାରିଖ । ତେବେ ଏଭଳି ଫେକ୍ କାର୍ଡକୁ ନେଇ ଜୋର ଧରିଛି ଚର୍ଚ୍ଚା । କେବଳ କେଉଁ ଲୋକର କେଉଁ ଠିକଣା ଓ ଜନ୍ମତାରିଖ ସହ କାର୍ଡ ତିଆରି କରିବାକୁ ପଡ଼ିବ, ତାହା ନିର୍ଦ୍ଦେଶ ଦେଲେ AI ଦେଖାଉଛି କାରନାମା ।

ଅଧିକ ପଢ଼ନ୍ତୁ: ଏମିତି ସଫା କରୁଛନ୍ତି କି ସ୍ମାର୍ଟଫୋନ; ନଷ୍ଟ ହୋଇପାରେ ହାର୍ଡୱେର୍‌

ଏହାପରେ ସାଇବର ଠକେଇରେ ଏହାର ଦୁରୁପଯୋଗକୁ ନେଇ ବଡ଼ ଆଶଙ୍କା ସୃଷ୍ଟି ହେଉଛି । ଯଦିଓ ଭଲରେ ନିରେଖି ଦେଖିଲେ ଏହାର ନମ୍ବର ଓ କ୍ୟୁଆର୍ କୋଡ୍ ଆଦି ନକଲି ଜାଣିହେଉଛି । ତଥାପି ବାହାରୁ ଅବିକଳ ଦିଶୁଥିବା ଏହି କାର୍ଡ ବ୍ୟବହାର କରି, ସ୍ବଳ୍ପ ଅଜ୍ଞ ଲୋକଙ୍କୁ ଠକେଇର ଶିକାର କରିବା ସହଜ ହେବ ବୋଲି ଆଶଙ୍କା ପ୍ରକାଶ କରୁଛନ୍ତି ଲୋକେ ।

AI ବ୍ୟବହାର କରି ବିଭିନ୍ନ ସେଲିବ୍ରିଟି, ମୁଗାମ୍ବୋ ଭଳି ଫିଲ୍ମ ଚରିତ୍ର ଓ ଅଜଣା ବ୍ୟକ୍ତିଙ୍କ ଫେକ୍ ଆଧାର କାର୍ଡ ଓ ପାନ୍ କାର୍ଡ ଆଦି ତିଆରି କରୁଛନ୍ତି ସୋସିଆଲ ମିଡିଆ ୟୁଜର୍ । ଏଥିରେ ନକଲି ପାସପୋର୍ଟ, ୟୁପିଆଇ ପେମେଣ୍ଟ୍ ରିସିପ୍ଟ ଆଦି ମଧ୍ୟ ତିଆରି କରିହେଉଥିବା କେହି କେହି ଦାବି କରୁଛନ୍ତି ।

ଏହାଦ୍ବାରା ପ୍ରାଇଭେସି ବା ବ୍ୟକ୍ତିଗତ ଗୋପନୀୟତା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଥିବା ଅଭିଯୋଗ କରୁଛନ୍ତି ଲୋକେ । ତେଣୁ AI ଉପରେ ଅଙ୍କୁଶ ଲଗାଇବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି । ତେବେ ଏନେଇ ଚାଟ୍ ଜିପିଟି ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ ।

ଅଧିକ ପଢ଼ନ୍ତୁ: ସ୍ମାର୍ଟଫୋନ୍ ହେଉଛି ବ୍ୟାକ୍ଟେରିଆର ବଡ଼ ଘର; ଜାଣନ୍ତୁ କିପରି ଏହାକୁ ସଫା କରିବେ?