• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନକ ପରେ ଓଡ଼ିଶାରେ ଲଞ୍ଚ୍ ହେବ ଫାଇଭ-ଜି । ଭୁବନେଶ୍ୱର ରୁ ଏହି ସେବାକୁ ଲଞ୍ଚ୍ କରିବେ କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଓଡ଼ିଶା ରେ ଦୁଇ ଟେଲିକମ ଅପରେଟର ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍କୁ ମିଳିଛି ଅନୁମତି । ସେଥିପାଇଁ ଅଟୋମେଟିକ୍ ନେଟୱର୍କ ପ୍ରସ୍ତୁତି ଶେଷ କରିଛନ୍ତି ।

ଏହି ଦୁଇ ସଂସ୍ଥା ଏହା ସହ ବର୍ତ୍ତମାନ ସୁଦ୍ଧା ୫୧୦ଟି ବିଟିଏସ୍ ବା ବୋର୍ଡ ଟ୍ରାନ୍ସିଭର ଷ୍ଟେସନ ଲଗାଯାଇଛି । ପ୍ରଥମେ ମୁଖ୍ୟ ସହରଗୁଡିକରେ 5G ସେବା ପାଇବେ ଉପଭୋକ୍ତା ଧୀରେ ଧୀରେ ଗ୍ରାମାଞ୍ଚଳଗୁଡିକ ମଧ୍ୟ ୫ ଜି ନେଟ୍ଓ୍ୱର୍କ ସହ ଯୋଡି ହେବ । ଏବେ ବିଟିଏସ୍ ଟେଷ୍ଟିଂ ବେଳେ ମୋବାଇଲରେ ଫାଇଭ୍-ଜି ନେଟୱର୍କର ସିମ୍ବଲ ଦେଖି ଖୁସି ଓଡ଼ିଶାର ଇଣ୍ଟରନେଟ ୟୁଜର ସମସ୍ତଙ୍କ ଉତ୍ସାହ, ଆଉ ଅପେକ୍ଷା ୫ ତାରିଖକୁ... ।

ଅକ୍ଟୋବର ୧ରେ ଦେଶରେ ଲଞ୍ଚ୍ ହୋଇଥିଲା ଫାଇଭ ଜି । ଦେଶର ୧୩ ସହରରେ ଏହି ସେବା ଲଞ୍ଚ୍ ହୋଇଥିବା ବେଳେ ଓଡ଼ିଶାର କୌଣସି ସହର ନଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ଗାଁ ମୟୂରଭଞ୍ଜର ପାହାଡପୁର ବାସିନ୍ଦା ପାଇଥିଲେ ଏହି ସେବାର ଅନୁଭୂତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫାଇଭ୍-ଜି ନେଟୱର୍କ ସହାୟତାରେ ଯୋଡି ହେଇଥିଲେ ସ୍କୁଲର ଛାତ୍ରଛାତ୍ରୀ।

ଅଧିକ ପଢ଼ନ୍ତୁ: JIO ୟୁଜର୍ସଙ୍କ ପାଇଁ ଖୁସି ଖବର ! ମାଗଣାରେ ମିଳୁଛି 5G ସେବା, ଦିନକୁ..

ତେବେ ଇଣ୍ଟରନେଟ ଦୁନିଆରେ ବୈପବ୍ଳିକ ପରିବର୍ତ୍ତନ ଆଣୁଥିବା ଫାଇଭ୍-ଜି ନେଟୱର୍କ ମିଳିଲେ ଓଡିଶାବାସୀ ଅନେକ ଫାଇଦା ପାଇବେ । ଫୋର୍-ଜି ତୁଳନାରେ ୧୦ ଗୁଣ ଅଧିକ ରହିବ ୫ଜି ଇଣ୍ଟରନେଟ ସ୍ପିଡ୍ । ଆଖି ପିଛୁଳାକେ ଡାଉନଲୋଡିଂ ଆଉ ବିଜୁଳି ବେଗରେ ସର୍ଫିଂ ହେବ । ବିଶେଷ କରି ଓଡ଼ିଶାର ଗ୍ରାମାଞ୍ଚଳ ଗୁଡିକରେ ଅନେକ ସୁବିଧା ମିଳିପାରିବ ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ, ବ୍ୟାଙ୍କିଂ ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି ... ।

ବଡ଼ କଥା ହେଲା ଏବେ ବି ଓଡିଶାର ଅନେକ ଇଲାକା ବିଶେଷ କରି ସ୍ୱାଭିମାନ ଅଞ୍ଚଳରେ ଅପହଞ୍ଚ ଇଣ୍ଟରନେଟ୍ ଆଜି ପର୍ଯ୍ୟନ୍ତ ଠିକ୍ ସେ ଫୋର୍-ଜି ବି ଆସୁନି । ଏମିତି ସ୍ଥିତିରେ ଓଡିଶାରେ ଫାଇଭ୍-ଜି ନେଟୱର୍କ କେତେ ସଫଳ ହେଉଛି ତା ଉପରେ ନଜର ।