ଦେଶରେ 5G ସେବା ଆରମ୍ଭ କରି ରିଲାଏନ୍ସ ଜିଓର ଚେୟାରମ୍ୟାନ୍ ଆକାଶ ଅମ୍ବାନୀ କହିଛନ୍ତି ଯେ “ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ 5G ସେବା ଆରମ୍ଭ କରିବା ଆମର ପ୍ରୟାସ।”। ତେବେ ଚଳିତ ବର୍ଷ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ 5G ସେବା ଆରମ୍ଭ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। କିଛିଦିନ ପୂର୍ବରୁ ରାଜସ୍ଥାନରେ ଜିଓ 5G ସେବା ଆରମ୍ଭ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହି ସେବା ଆରମ୍ଭ ହୋଇଛି । ଉପଭୋକ୍ତା ମାନଙ୍କୁ ମାଗଣାରେ ଏହି ସେବା ଯୋଗାଇ ଦେଇଛି ଟେଲିକମ୍ ଅପରେଟର୍ JIO ।
କମ୍ପାନୀର କହିବାନୁସାରେ, ଲୋକମାନେ ଧୀରେ ଧୀରେ ସମଗ୍ର ସହରରେ 5G ସିଗନାଲ ପାଇବା ଆରମ୍ଭ କରିବେ। କମ୍ପାନୀ 5G ଟେକ୍ନୋଲୋଜିକୁ 'ଜିଓ ଟ୍ରୁ 5G' ଭାବରେ ବ୍ରାଣ୍ଡ କରିଛି। ଜିଓ 5G ସେବା ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ବାରାଣାସୀ, ନାଥଦ୍ୱାରା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ସମେତ ୮ ଟି ସହରରେ ଟ୍ରୁ 5G ନାମରେ ଆରମ୍ଭ କରିସାରିଛି । ବର୍ତ୍ତମାନ ଆହୁରି ୪ ଟି ସହରକୁ ଏହି ସେବା ଯୋଗାଇ ଦିଆଯାଇଛି । ଗୁରୁଗ୍ରାମ, ନଏଡା, ଗାଜିଆବାଦ୍, ଫରିଦାବାଦ୍ ଆଦି ସହରରେ 5G ସେବା ମିଳିବ । ଯେଉଁମାନେ ଏହିସବୁ ସ୍ଥାନରେ ରହୁଛନ୍ତି ସେମାନଙ୍କ My JIO ଆପ୍ରେ ଜିଓ ୱେଲକମ୍ ଅଫର୍ ଆସିବ । ଏହାସହ ମାଗଣାରେ ଦିନକୁ 1GB ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ ।
Also Read
ଜିଓ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରାଯାଇଛି ଯେ ଦେଶର ଯେଉଁସବୁ ସ୍ଥାନରେ 5G ସେବା ଉପଲବ୍ଧ ହେବ, ସମସ୍ତ ଜିଓ ୟୁଜର୍ଙ୍କ 4G ସିମ୍ ଆପେ ଆପେ 5G ନେଟୱର୍କ ସହ ସଂଯୋଗ ହୋଇଯିବ । ଏଥିପାଇଁ ଜିଓ ପକ୍ଷରୁ ୟୁଜର୍ଙ୍କୁ ନିମନ୍ତ୍ରଣ ମିଳିବ । ଥରେ ମୋବାଇଲ୍ରେ 5G ସେବା ଉପଲବ୍ଧ ହେଲେ ଷ୍ଟାଟସ୍ ବାର୍ରେ 5G ସଂକେତ ସ୍ପଷ୍ଟ ହେବ ।
ତେବେ ଜାଣନ୍ତୁ କିପରି ମୋବାଇଲ୍ରେ 5G ନେଟ୍ୱର୍କ ସଂଯୋଗ କରିବେ
- ପ୍ରଥମେ ଫୋନ୍ ସେଟିଙ୍ଗକୁ ଯାଇ ମୋବାଇଲ୍ ନେଟୱର୍କ ଅପସନ୍ରେ କ୍ଲିକ୍ କରିବେ ।
- ଏହାପରେ JIO SIM ଚୟନ କରିବେ, ତା’ପରେ 'Preferred network type' ଅପସନ୍ରେ କ୍ଲିକ୍ କରିବେ ।
- ଏହାପରେ 5G ନେଟ୍ୱର୍କ ଚୟନ କରିବେ ।