Advertisment

Father Murders Son: ସ୍ତ୍ରୀ ଉପରେ ରାଗି ନିଷ୍ପାପ ପୁଅକୁ ମାରିଦେଲା ବାପା, ଫୋନ୍ କରି କହିଲା ମୁଁ ମାରିଦେଇଛି

ପୁଅ ‘ଭି’ ସକାଳେ ସ୍କୁଲ ଯାଇଥିଲା, କିନ୍ତୁ ସେ ଆଉ ଘରକୁ ଫେରି ନଥିଲା। କୋମଲ ଚିନ୍ତିତ ହୋଇ ପୁଅକୁ ଖୋଜୁଥିବା ବେଳେ ନରେନ୍ଦ୍ର ତାଙ୍କୁ ଫୋନ କରି ପୁଅକୁ ହତ୍ୟା କରିଥିବା କହିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନରେନ୍ଦ୍ର ରହୁଥିବା ଘରୁ ମୃତଦେହ ଉଦ୍ଧାର କରିଥିଲା। ମୃତଦେହରେ ବେକରେ ଆଘାତ ଚିହ୍ନ ଥିବା ପୋଲିସ କହିଛି ।

author-image
Tapan Kumar Swain
murder

murder

ଦିଲ୍ଲୀର ନରେଲା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଘଟିଛି । ନିଜର ୧୦ ବର୍ଷର ପୁଅକୁ ହତ୍ୟା କରିଛି ବାପା । ଏହି ଘଟଣା ସମ୍ପର୍କରେ ପୁଅର ମାଆ କୋମଲ ନରେଲା ଥାନାରେ ଏତଲା ଦେଇଛନ୍ତି ।

Advertisment

ଅଭିଯୁକ୍ତ ନରେନ୍ଦ୍ର ପେସାରେ ଜଣେ ପ୍ଲମ୍ବର । ମୃତକ ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ଥିଲେ । କୋମଲଙ୍କ ଅଭିଯୋଗ ଅନୁଯାୟୀ, ସେ ତାଙ୍କ ସ୍ୱାମୀ ନରେନ୍ଦ୍ରଙ୍କ ସହ ପାରିବାରିକ ବିବାଦ ଯୋଗୁଁ ଗତ ଏକ ମାସ ଧରି ଅଲଗା ରହୁଛନ୍ତି । ସେ ତାଙ୍କ ଦୁଇ ପୁଅଙ୍କ ସହ ନରେଲାର ଓମ ବିହାର କଲୋନୀରେ ରହୁଛନ୍ତି । ନରେନ୍ଦ୍ର ଅତ୍ୟଧିକ ମଦ୍ୟପାନ କରି ମାରଧର କରନ୍ତି । ପାରିବାରିକ ହିଂସାରେ ସେ ଲିପ୍ତ ରହୁଥିବା ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି।

କୋମଲ ଗତ ବର୍ଷକ ମଧ୍ୟରେ ନରେନ୍ଦ୍ର ବିରୋଧରେ ଶାରୀରିକ ଆକ୍ରମଣ ଓ ହତ୍ୟା ଧମକ ପାଇଁ ତିନି ଥର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଘଟଣା ଦିନ ପୁଅ ‘ଭି’ ସକାଳେ ସ୍କୁଲ ଯାଇଥିଲା, କିନ୍ତୁ ସେ ଆଉ ଘରକୁ ଫେରି ନଥିଲା। କୋମଲ ଚିନ୍ତିତ ହୋଇ ପୁଅକୁ ଖୋଜୁଥିବା ବେଳେ ନରେନ୍ଦ୍ର ତାଙ୍କୁ ଫୋନ କରି ପୁଅକୁ ହତ୍ୟା କରିଥିବା କହିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନରେନ୍ଦ୍ର ରହୁଥିବା ଘରୁ ମୃତଦେହ ଉଦ୍ଧାର କରିଥିଲା। ମୃତଦେହରେ ବେକରେ ଆଘାତ ଚିହ୍ନ ଥିବା ପୋଲିସ କହିଛି । ଗଳା ଚିପି ହତ୍ୟା କରାଯାଇପାରିଥାଏ ବୋଲି ପୋଲିସ ସନ୍ଦେହ କରୁଛି ।

Advertisment

ନରେଲା ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୧୦୩(୧) ଅନୁସାରେ ଏକ କେଶ୍ ରୁଜୁ ହୋଇଛି।

ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ମୃତ୍ୟୁର ପ୍ରକୃତ କାରଣ ନିର୍ଣ୍ଣୟ ପାଇଁ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଅଭିଯୁକ୍ତ ବାପା ନରେନ୍ଦ୍ର ଘଟଣା ପରେ ଫେରାର ହୋଇଯାଇଛି । ପୋଲିସ ତାକୁ ଗିରଫ କରିବା ପାଇଁ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ରେଡ୍ କରୁଛି ।

ପୋଲିସ ଅନୁମାନ କରୁଛି ଯେ ନରେନ୍ଦ୍ର ପତ୍ନୀଙ୍କୁ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଘଟାଇ ଥାଇପାରେ। ଅଭିଯୁକ୍ତକୁ ଗିରଫ କରାଯିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ପରିବାର ସଦସ୍ୟମାନେ ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । କାରଣ ପୂର୍ବରୁ ଦିଆଯାଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଏହି ଦୁଃଖଦ ଘଟଣା ଘଟିନଥାନ୍ତା ବୋଲି ସେମାନେ କହିଛନ୍ତି।

ଅଧିକ ପଢ଼ନ୍ତୁ: ଦାଦାବଟି ନ ଦେବାରୁ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ !

Father Kills Son Delhi Murder
Advertisment
Advertisment