Advertisment

Hulk Hogan: ଫ୍ୟାନ୍ସଙ୍କ ପାଇଁ ରିଅଲ ଲାଇଫ୍ ସୁପରହିରୋ, ଚଳଚ୍ଚିତ୍ର ଏବଂ ରିଆଲିଟି ସୋରେ ବି ଆସିଥିଲେ ନଜର

ହଲ୍କଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସରେ ହସପିଟାଲ ନିଆଯାଇଥିଲା, କିନ୍ତୁ ତାଙ୍କୁ ବଞ୍ଚାଇ ହେଲା ନାହିଁ। ୧୯୭୭ରେ ଆମେରିକାର ଜର୍ଜିଆରୁ ରେସଲିଂ ଆରମ୍ଭ କରିଥିବା ହୋଗାନ ୧୯୮୦ ଦଶକରେ ‘ହଲ୍କମାନିଆ’ ସହ ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିଥିଲେ ।

author-image
Manasranjan Mohanty
Hulk Hogan

Hulk Hogan

ଡବ୍ଲୁଡବ୍ଲୁଇର ସୁପରଷ୍ଟାର ହଲ୍କ ହୋଗନଙ୍କର ଦେହାନ୍ତ ହୋଇଛି। ୭୧ ବର୍ଷ ବୟସରେ ହଲ୍କଙ୍କର ହୃଦ୍‌ଘାତ କାରଣରୁ ମୃତ୍ୟୁ ହୋଇଛି । କିଛି ସପ୍ତାହ ପୂର୍ବେ ହଲ୍କଙ୍କ ପତ୍ନୀ ତାଙ୍କର ବେହୋସ ହେବା ଗୁଜବକୁ ଖଣ୍ଡନ କରିଥିଲେ।

Advertisment

କିଛି ସପ୍ତାହ ପୂର୍ବରୁ, ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅନେକ କଥା କୁହାଯାଉଥିଲା । କିଛି ଲୋକ ଏପରି ମଧ୍ୟ କହିଥିଲେ ଯେ ସେ କୋମାରେ ଅଛନ୍ତି, କିନ୍ତୁ ତାଙ୍କ ପତ୍ନୀ ଏସବୁ କଥାକୁ ଗୁଜବ ବୋଲି କହିଥିଲେ। ହଲ୍କଙ୍କ ପତ୍ନୀ କହିଥିଲେ ଯେ ସେ ଏବେ ଅସ୍ତ୍ରୋପଚାର ପରେ ସୁସ୍ଥ ଅଛନ୍ତି ।

ଗୁରୁବାର ସକାଳେ ଫ୍ଲୋରିଡାର କ୍ଲିୟରୱାଟର ସ୍ଥିତ ହଲ୍କ ହୋଗନଙ୍କ ଘରେ ଡାକ୍ତରଙ୍କୁ ଡକାଯାଇଥିଲା। ତାଙ୍କ ଘରେ ପୂର୍ବରୁ ପୋଲିସର ଅନେକ ଗାଡ଼ି ଏବଂ ଚିକିତ୍ସାକର୍ମୀ ଉପସ୍ଥିତ ଥିଲେ ।

Advertisment

ହଲ୍କଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସରେ ହସପିଟାଲ ନିଆଯାଇଥିଲା, କିନ୍ତୁ ତାଙ୍କୁ ବଞ୍ଚାଇ ହେଲା ନାହିଁ। ୧୯୭୭ରେ ଆମେରିକାର ଜର୍ଜିଆରୁ ରେସଲିଂ ଆରମ୍ଭ କରିଥିବା ହୋଗାନ ୧୯୮୦ ଦଶକରେ ‘ହଲ୍କମାନିଆ’ ସହ ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ସିଗନେଚର ଲେଗ ଡ୍ରପ ମୁଭ ଓ ପୋଷାକ ତାଙ୍କୁ ଲୋକପ୍ରିୟ କରିଥିଲା ।

ହଲ୍କ ହୋଗନ କେବଳ ଜଣେ ରେସଲର ନଥିଲେ, ବରଂ ଏହି ଖେଳକୁ ପସନ୍ଦ କରୁଥିବା ଏବଂ ଖେଳୁଥିବା ଲୋକଙ୍କ ପାଇଁ ଏକ ଆଇକନ ଥିଲେ। ସେ ଅଶୀ ଦଶକରେ ପ୍ରଶଂସକଙ୍କ ପାଇଁ ‘ରିଅଲ ଲାଇଫ୍ ସୁପରହିରୋ’ ଥିଲେ । ଦମଦାର ଶରୀର ଏବଂ ହଳଦିଆ-ଲାଲ ରଙ୍ଗର ପୋଷାକ ତାଙ୍କର ଖାସ ପରିଚୟ ଥିଲା।

ରେସଲମେନିଆ ୩ରେ ଆନ୍ଦ୍ରେ ଦ ଜାୟଣ୍ଟଙ୍କ ବିପକ୍ଷରେ ତାଙ୍କର ମ୍ୟାଚ୍ ଐତିହାସିକ ଥିଲା, ଯାହାକୁ ୯୩,୦୦୦ରୁ ଅଧିକ ଲୋକେ ଲାଇଭ୍‌ ଦେଖିଥିଲେ। ୧୧ ଅଗଷ୍ଟ ୧୯୫୩ରେ ଜର୍ଜିଆରେ ଜନ୍ମିତ ହଲ୍କ ୧୯୮୪ରେ ଡବ୍ଲୁଡବ୍ଲୁଏଫ୍ ଚାମ୍ପିୟନସିପ୍ ଜିତିଥିଲେ । ୧୯୮୫ରେ ପ୍ରଥମ ରେସଲମେନିଆରେ ‘ମିଷ୍ଟର ଟି’ଙ୍କ ସହ ମୁଖ୍ୟ ମ୍ୟାଚରେ ଭାଗ ନେବା ଏବଂ ପରବର୍ତୀ ଅନେକ ଆୟୋଜନରେ ତାଙ୍କର ଉପସ୍ଥିତି ତାଙ୍କୁ ସୁପରଷ୍ଟାରର ମାନ୍ୟତା ଦେଇଥିଲା ।

ଅଶୀ ଦଶକର ଶେଷ ଏବଂ ନବେ ଦଶକର ଆରମ୍ଭରେ ହଲ୍କଙ୍କର ଆନ୍ଦ୍ରେ ଦ ଜାୟଣ୍ଟ, ରେଣ୍ଡି ମାଚୋ ମେନ ସେଭେଜ, ଅଲଟିମେଟ ଓ୍ୱାରିୟର ଏବଂ ସାର୍ଜେଣ୍ଟ ସ୍ଲଟର ପରି ଦିଗ୍ଗଜମାନଙ୍କ ସହ ଗଭୀର ପ୍ରତିଦ୍ୱନ୍ଦ୍ୱିତା ଥିଲା। । ୨୦୦୨ରେ ଡବ୍ଲୁଡବ୍ଲୁଏଫର ନାମ ବଦଳାଇ ଡବ୍ଲୁଡବ୍ଲୁଇ କରାଯାଇଥିଲା ।

ଦ ରକ ଏବଂ ଶାନ ମାଇକେଲସ ପରି ବଡ଼ ରେସଲରଙ୍କ ବିପକ୍ଷରେ ତାଙ୍କର ମ୍ୟାଚ ଦର୍ଶକଙ୍କୁ କନ୍ଦାଇ ଦେଉଥିଲା। ୨୦୦୫ରେ ତାଙ୍କୁ ହଲ୍ ଅଫ୍ ଫେମରେ ସାମିଲ କରାଯାଇଥିଲା। ହଲ୍କ ମନୋରଞ୍ଜନ ଜଗତରେ ମଧ୍ୟ ନିଜର ଏକ ସ୍ଥାନ ତିଆରି କରିଥିଲେ। ସେ ଚଳଚ୍ଚିତ୍ର ଏବଂ ରିଆଲିଟି ସୋରେ ନିଜର ପରିଚୟ ସୃଷ୍ଟି କରିଥିଲେ।

ଅଧିକ ପଢ଼ନ୍ତୁ: T20 ଫର୍ମାଟରେ ଖେଳାଯିବ, ଭାଗନେବେ ୧୮୦ଜଣ ଖେଳାଳି

WWE
Advertisment
Related Articles
Advertisment