Advertisment

Cummins Ruled Out: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରଲିଆକୁ ଝଟକା, ବାଦ୍ ପଡିଲେ ବିଶ୍ବକପ ବିଜେତା ଅଧିନାୟକ

ପାକିସ୍ତାନ ଓ ୟୁଏଇରେ ଅନୁଷ୍ଠିତ ଆଇସିସି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା ଲାଗିଛି। ଏହାର ବରିଷ୍ଠ ଖେଳାଳି ତଥା ବିଶ୍ବକପ ବିଜୟୀ ଅଧିନାୟକ ଚାମ୍ପିୟନ୍ସ ଟ୍ରଫି ଦଳରୁ ବାଦ ପଡିଛନ୍ତି। ବିଶ୍ବକପ ବିଜୟୀ ଦିନିକିଆ କ୍ରିକେଟ ଦଳର ଅଧିନାୟକ ପ୍ୟାଟ କମିନ୍ସ ବାଦ ପଡିଛନ୍ତି।

ଅଦ୍ୟତନ ହୋଇଛି
Pat Cummins

Pat Cummins

Advertisment

ପାକିସ୍ତାନୟୁଏଇରେ ଅନୁଷ୍ଠିତ ଆଇସିସି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରଲିଆକୁ ବଡ ଝଟକା ଲାଗିଛି। ଏହାର ବରିଷ୍ଠ ଖେଳାଳି ତଥା ବିଶ୍ବକପ ବିଜୟୀ ଅଧିନାୟକ ଚାମ୍ପିୟନ୍ସ ଟ୍ରଫି ଦଳରୁ ବାଦ ପଡିଛନ୍ତି। ବିଶ୍ବକପ ବିଜୟୀ ଦିନିକିଆ କ୍ରିକେଟ ଦଳର ଅଧିନାୟକ ପ୍ୟାଟ କମିନ୍ସ ବାଦ ପଡିଛନ୍ତି। ଫଳରେ ଏହା ଅଷ୍ଟ୍ରେଲିଆ ଦଳକୁ ଦୁର୍ବଳ କରି ଦେଇଛି। କେବଳ କମିନ୍ସ ନୁହନ୍ତି ଦଳର ଷ୍ଟାର ବୋଲର ଜୋଶ ହାଜେଲଉଡ ମଧ୍ୟ ବାଦ ପଡିଛନ୍ତି।

Advertisment

ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଦୁଇ ପ୍ରମୁଖ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଓ ମିଚେଲ ମାର୍ଶ ମଧ୍ୟ ସମାନ ଭାବେ ଆହତ ହୋଇ ଦଳରୁ ବାଦ ପଡିଛନ୍ତି। ୧୨ ଫେବୃଆରୀ ପୂର୍ବରୁ ଏହି ୪ ଖେଳାଳିଙ୍କ ବଦଳ ଖେଳାଳି ଘୋଷଣା କରିବାର ସମ୍ଭାବନା ରହିଛି। ଦ୍ବିତୀୟ ସନ୍ତାନର ଜନ୍ମ କାରଣରୁ କମିନ୍ସ ଛୁଟିରେ ରହିଥିଲେ। ସେ ଅଷ୍ଟ୍ରେଲିଆ ଦଳ ସହିତ ଶ୍ରୀଲଙ୍କା ଗସ୍ତରେ ମଧ୍ୟ ଯାଇ ନ ଥିଲେ।

ତେବେ ପରବର୍ତ୍ତୀ ସମୟରେ କମିନ୍ସଙ୍କ ଗୋଇଠିରେ ଆଘାତ ସମସ୍ୟା ଥିବା ଜଣାପଡିଥିଲ। ଗୋଇଠି ସମସ୍ୟା କାରଣରୁ କମିନ୍ସ ଦଳରୁ ବାଦ ପଡିଛନ୍ତି। ଅଷ୍ଟ୍ରେଲିଆ ଶେଷ ଥର ପାଇଁ କମିନ୍ସଙ୍କ ନେତୃତ୍ବରେ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ବକପ ବିଜୟୀ ହୋଇଥିଲା। ଉପ ମହାଦେଶ କଣ୍ଡିସନରେ କମିନ୍ସଙ୍କ ଅଭିଜ୍ଞତା ସହାୟକ ହୋଇଥାନ୍ତା। ମାତ୍ର ଆହତ କାରଣରୁ ସେ ଦଳରୁ ବାଦ ପଡିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲୀୟ ଅଧିନାୟକଙ୍କ ନୂଆ ଆଡ ଫିଲ୍ମ, ବିରାଟ କୋହଲିଙ୍କୁ କଲେ ଟ୍ରୋଲ

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀଲଙ୍କା ବିପକ୍ଷ ସିରିଜରୁ କମିନ୍ସ ବାଦ ପଡିଥିବା ବେଳେ ଚାମ୍ପିୟନ୍ସ ଟ୍ରଫି ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଥିଲା। ଝିଅ ଜନ୍ମ ପାଇଁ କମିନ୍ସ ଶ୍ରୀଲଙ୍କା ସିରିଜରୁ ଓହରି ଯାଇଥିଲେ। ଏହା ସହିତ ତାଙ୍କ ଗୋଇଠିରେ ସାମାନ୍ୟ ସମସ୍ୟା ରହିଥିବା ବେଳେ ସେ ରିହାବରେ ଅଛନ୍ତି। କମିନ୍ସଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ଓ ଦିନିକିଆ ବିଶ୍ବକପରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଉଭୟ ଫାଇନାଲରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତକୁ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା ଅଷ୍ଟ୍ରେଲିଆ।

Advertisment

ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରସ୍ତୁତ ହୋଇଥିବା ଆଡ ଫିଲ୍ମରେ କୋହଲିଙ୍କୁ ସ୍ଲେଜ କରିବା ସହିତ ଟ୍ରୋଲ କରିଥିଲେ କମିନ୍ସ। ଚାମ୍ପିୟନ୍ସ ଟ୍ରଫିରେ କୋହଲିଙ୍କ ଉପରେ ସଭିଙ୍କ ନଜର ରହିଛି। ତେବେ କୋହଲି ତାଙ୍କ ଦଳ ବିପକ୍ଷରେ ବ୍ୟାଟିଂ କରିବାକୁ ଓହ୍ଲାଇବା ବେଳେ କେମିତି ତାଙ୍କ ଧ୍ୟାନ ଭାଙ୍ଗିବେ ତାର ଅଭ୍ୟାସ କରିଥିଲେ କମିନ୍ସ। ଭିଡିଓରେ ଦେଖିବାକୁ ମିଳିଛି, କମିନ୍ସ ନିଜର ଦାଢି ବନାଉଥିବା ବେଳେ କୋହଲିଙ୍କୁ ସ୍ଲେଜ କରିବାର ଅଭ୍ୟାସ କରୁଛନ୍ତି। କୋହଲି ତୁମକୁ ଏତେ ଧୀମା ଖେଳିବାର ମୁଁ କେବେ ଦେଖିନାହିଁ।

ଅଧିକ ପଢ଼ନ୍ତୁ: ଟିମ ଇଣ୍ଡିଆର ମୁଣ୍ଡବିନ୍ଧା ଟ୍ରାଭିସ ହେଡଙ୍କ କୀର୍ତ୍ତିମାନ, ପ୍ରଥମ ଥର ପାଇଲେ ଏହି ପୁରସ୍କାର

Pat Cummins
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ