• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜସ୍ଥାନ ରୟାଲ୍ସଠାରୁ ପରାଜିତ ହେବା ପରେ IPLରୁ ବିଦା ହେଲା RCB । ଆଉ ବିଦାୟ ବେଳେ ପଡ଼ିଆ ଭିତରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ପୁଣି ଥରେ ବିରାଟ କୋହଲିଙ୍କ ଭିତରେ ଥିବା ଉଦାର ପଣିଆ ଓ ଭଲପାଇବାକୁ ପରିପ୍ରକାଶ କରିଛି । ମ୍ୟାଚ୍‌ ଶେଷରେ ଦିନେଶ କାର୍ତ୍ତିକଙ୍କୁ କୋଳାଇ ପକାଇଥିଲେ ବିରାଟ କୋହଲି । ହେଲେ ଖେଳାଳିମାନେ ମ୍ୟାଚ୍‌ ସରିବା ପରେ କୋଳାକୋଳି ହେବା ଏକ ସାଧାରଣ କଥା । କିନ୍ତୁ ବିରାଟଙ୍କ ଏଭଳି ଢ଼ଙ୍ଗ କିଛି ନିଆରା ଥିଲା । ସେ ଖୁବ୍‌ ଇମୋସନାଲ ଥିଲେ । ଆଉ କାର୍ତ୍ତିକ ମଧ୍ୟ ଇମୋସନାଲ ଥିଲେ । ବିରାଟ ତାଙ୍କୁ କୋଳେଇନେବା ବେଳେ କାର୍ତ୍ତିକଙ୍କୁ ସତେ ଯେମିତି ଏକ ଖୁସି ଅନୁଭବ ହୋଇଥିଲା । ଏହି ଇମୋସନାଲ ମୁହୁର୍ତ୍ତର ଫଟୋ ଏବେ ଭାଇରାଲ ହେଉଛି ।

ଅଧିକ ପଢ଼ନ୍ତୁ: ଅଧୁରା ରହିଲା ଟ୍ରଫି ସ୍ୱପ୍ନ, ଏବର୍ଷ ବି ଜିତି ପାରିଲାନି RCB...

କୁହାଯାଉଛି ସେହି ମ୍ୟାଚ୍‌ ଦିନେଶ କାର୍ତ୍ତିକଙ୍କ ଶେଷ ଆଇପିଏଲ୍‌ ହୋଇପାରେ । ଆଉ ପଡ଼ିଆରେ ତାଙ୍କର ସେହି ଡାନ୍ସ ବୋଧ ହୁଏ ଶେଷ ଆଇପିଏଲ୍‌ ଡାନ୍ସ । କାରଣ କିଛି ଦିନ ଧରି ଚର୍ଚ୍ଚା ହେଉଛି ଆଉ IPL ଖେଳିବେନି ଦିନେଶ । ଆରଥରକୁ ଆଉ ଦିନେଶ କାର୍ତ୍ତିକ IPLରେ ନଥାଇପାରନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ବି ହେଉଛି । କାରଣ, ଦିନେଶ ଯେତେବେଳେ ମ୍ୟାଚ୍‌ ସାରି ଡ୍ରେସିଂ ରୁମ୍‌ରେ ପ୍ରବେଶ କଲେ, ସେତେବେଳେ ତାଙ୍କ ସାଥି ଖେଳାଳି ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରିଥିବା ଦେଖାଯାଇଛି । ତାଙ୍କ ଟିମ୍‌ ମେଟ୍‌ସ ମାନେ ଡ୍ରେସିଂ ରୁମ୍‌ରେ ଫେୟାରୱେଲ ଦେଇଛନ୍ତି । ସମସ୍ତେ ଛିଡ଼ା ହୋଇ ତାଳି ମାରିଛନ୍ତି । ଏହି ସବୁ ଦୃଶ୍ୟ ଦେଖାଯିବା ପରେ, IPLରୁ ଦିନେଶଙ୍କ ଅବସର ଚର୍ଚ୍ଚା ଅଧିକ ଖୋରାକ ପାଉଛି ।

ଅଧିକ ପଢ଼ନ୍ତୁ: ଚାଲିଥିଲା ଷ୍ଟାର ସ୍ପୋର୍ଟ୍ସ ଲାଇଭ୍‌; ହଠାତ ପଶିଗଲେ ଶାହରୁଖ୍‌..ଭୁଲ୍ ମାଗିଲେ..ଦେଖନ୍ତୁ ଭିଡିଓ

ତେବେ ଅଫିସିଆଲି ଦିନେଶ କାର୍ତ୍ତିକ୍‌ ନିଜର ଅବସର କଥା ଘୋଷଣା କରିନାହାନ୍ତି । କିନ୍ତୁ ସେ ବୋର୍ଡକୁ ଏମିତି କିଛି ହିଣ୍ଟ ଦେଇଛନ୍ତି, ଯେଉଁଥିପାଇଁ ଏହି ଚର୍ଚ୍ଚା ଜୋର ଧରିଛି । RCBରେ ଦିନେଶଙ୍କ ଭୁମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା । ଅନ୍ୟ ଖେଳାଳିଙ୍କ ପାଇଁ ଦିନେଶ ଏକ ପ୍ରେରଣା ଥିଲେ । ଦଳ ପ୍ରେସରରେ ଥିଲେ ବି କେମିତି ସେଥିରୁ ତାକୁ ବାହାର କରାଯାଇପାରିବ, ସେହି ଅଭିଜ୍ଞତା ଦିନେଶଙ୍କର ଥିଲା ।

ତେବେ ସେହି ମ୍ୟାଚ୍‌ RCB ପାଇଁ ମଧ୍ୟ ଚଳିତ IPLରେ ଶେଷ ମ୍ୟାଚ୍‌ ଥିଲା । ଅଧୁରା ରହିଲା ଟ୍ରଫି ସ୍ୱପ୍ନ । ଏବର୍ଷ ଆଇପିଏଲ୍‌ରୁ ଏଲିମିନେଟ୍ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଗତକାଲି ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ରାଜସ୍ଥାନ ରୟାଲ୍ସ ୪ ୱିକେଟ୍‌ରେ ମାତ୍ ଦେଇଛି। ଲଗାତାର ୬ ମ୍ୟାଚ୍ ଜିତି ପ୍ଲେଅଫ୍‌କୁ ଆସିଥିଲା ବେଙ୍ଗାଲୁରୁ।

ଗତକାଲିର ମ୍ୟାଚ୍ ହାରିବା ପରେ ବିରାଟ କୋହଲିଙ୍କ ଆଇପିଏଲ୍ ଟ୍ରଫି ଜିତିବା ସ୍ୱପ୍ନ ପୁଣି ଥରେ ଅଧୁରା ରହିଯାଇଛି । RCB ପକ୍ଷରୁ ଦିଆଯାଇଥିବା ୧୭୩ ରନ୍‌ର ଲକ୍ଷ୍ୟକୁ ରାଜସ୍ଥାନ ଗୋଟିଏ ଓଭର ପୂର୍ବରୁ ହାସଲ କରିଛି । ଯଶସ୍ୱୀ ଜୟସ୍ୱାଲ୍ ଲଢ଼ୁଆ ୪୫ ରନ୍‌ର ଇନିଂସ ଖେଳିଥିବା ବେଳେ ରିୟାନ ପରାଗଙ୍କ ୩୬ ରନ୍ ଟିମ୍‌କୁ ଜିତାଇବାରେ ସହାୟତା କରିଥିଲା। ଆସନ୍ତାକାଲି ହାଇଦ୍ରାବାଦ ସହ ରାଜସ୍ଥାନ କ୍ବାଲିଫାୟାର୍-୨ ମ୍ୟାଚ୍ ଖେଳିବ। ବିଜେତା ଟିମ୍ ଆସନ୍ତା ରବିବାର KKR ସହ ଫାଇନାଲ୍ ଖେଳିବ।

ଅଧିକ ପଢ଼ନ୍ତୁ: ‘ମୁଁ ଚୟନକର୍ତ୍ତାଙ୍କ ପାଦ ଛୁଇଁନଥିଲି, ତେଣୁ ରିଜେକ୍ଟ କରିଥିଲେ...’

OTV is now on Whatsapp

Join and get latest news update delivered to you via whatsapp

Join Now