Advertisment

‘ମୁଁ ଚୟନକର୍ତ୍ତାଙ୍କ ପାଦ ଛୁଇଁନଥିଲି, ତେଣୁ ରିଜେକ୍ଟ କରିଥିଲେ...’

ମୁଁ ମୋର ପ୍ରଥମ ଅଣ୍ଡର -୧୪ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପ୍ରୟାସ କରିଥିଲି, ସେତେବେଳେ ମୋତେ ଏଥିପାଇଁ ଚୟନ କରାଯାଇନଥିଲା କାହିଁକି ନା ମୁଁ ଚୟନକର୍ତ୍ତାଙ୍କ ପାଦ ସ୍ପର୍ଶ କରି ନ ଥିଲି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Gautam Gambhir

Gautam Gambhir

ଟିମ୍ ଇଣ୍ଡିଆ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଆଇପିଏଲ୍ ୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସର ମେଣ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ଗୌତମ କେକେଆରକୁ ଫେରିବା ପରେ ଏହି ଋତୁରେ ଦଳର ପ୍ରଦର୍ଶନ ବଦଳି ଯାଇଛି । କେକେଆର ପ୍ଲେ ଅଫରେ ପହଞ୍ଚିଛି ଏବଂ ହାଇଦ୍ରାବାଦ ସହ କ୍ୱାଲିଫାୟର ମ୍ୟାଚ୍ ଖେଳିବାକ ଯାଉଛି । କୋଲକାତାର ଏହି ପ୍ରଦର୍ଶନ ପାଇଁ ଶ୍ରେୟର ପାତ୍ର ଗୌତମ ଗମ୍ଭୀର। ତେବେ ଅନେକ ସମୟରେ ଗମ୍ଭୀର ତାଙ୍କ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏହାରି ମଧ୍ୟରେ ଗମ୍ଭୀର ଟିମ୍‌ ଇଣ୍ଡିଆର ଚୟନକର୍ତ୍ତାଙ୍କ ବିଷୟରେ ଏମିତି ଏକ ବିବୃତ୍ତି ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Advertisment

ଅଧିକ ପଢ଼ନ୍ତୁ: IPL ପରେ ବାଇକ୍‌ ଧରି ବୁଲୁଛନ୍ତି ଧୋନି, ଭିଡିଓ ହେଉଛି ଭାଇରାଲ...

ଟିମ୍ ଇଣ୍ଡିଆର ସ୍ପିନ୍ ବୋଲର ଆର ଅଶ୍ୱିନ୍‌ଙ୍କ ସହ ୟୁଟ୍ୟୁବରେ ଏକ ଚାଟ୍ ସୋ ସମୟରେ ଗମ୍ଭୀର କହିଛନ୍ତି ଯେ ଯେତେବେଳେ ମୁଁ ମୋର ପ୍ରଥମ ଅଣ୍ଡର -୧୪ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପ୍ରୟାସ କରିଥିଲି, ସେତେବେଳେ ମୋତେ ଏଥିପାଇଁ ଚୟନ କରାଯାଇନଥିଲା କାହିଁକି ନା ମୁଁ ଚୟନକର୍ତ୍ତାଙ୍କ ପାଦ ସ୍ପର୍ଶ କରି ନ ଥିଲି । ସେତେବେଳେ ମୋର ବୟସ 13 କିମ୍ବା 14 ବର୍ଷ ହୋଇଥିଲା । ଏହା ପରେ ମୁଁ ପ୍ରତିଜ୍ଞା କରିଥିଲି ଯେ ମୁଁ ଚୟନକର୍ତ୍ତାଙ୍କ ପାଦକୁ କେବେ ବି ଛୁଇଁବି ନାହିଁ । ଆଜି ବି ମୁଁ ଖେଳାଳିମାନଙ୍କୁ ମୋର ପାଦ ଛୁଇଁବାକୁ ଦେବି ନାହିଁ ।

ଗମ୍ଭୀର ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ମୁଁ ମୋର କ୍ୟାରିୟରର ପ୍ରାରମ୍ଭିକ ଦିନରେ ଅସଫଳ ହୋଇଥିଲି, ଲୋକମାନେ ମୋତେ କହିଥଲେ ଯେ ମୁଁ ଏକ ଭଲ ପରିବାରରୁ ଆସିଛି, କ’ଣ ପାଇଁ କ୍ରିକେଟ ଖେଳୁଛି। ମୁଁ ମୋ ପିତାଙ୍କ ବ୍ୟବସାୟକୁ ଗ୍ରହଣ କରିବା ଉଚିତ୍ । ଲୋକମାନଙ୍କର ମୋ ବିଷୟରେ ଏହି ଧାରଣା ଥିଲା, କିନ୍ତୁ ଭାରତ ପାଇଁ କ୍ରିକେଟ୍ ଖେଳିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ।

Advertisment

ସୂଚନା ଅନୁସାରେ ଟିମ୍‌ ଇଣ୍ଡିଆ ସହ ଗୌତମ ଗମ୍ଭୀର ମଧ୍ୟ କେକେଆର ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ। ଗମ୍ଭୀର ତାଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ କେକେଆରକୁ ଚାମ୍ପିଅନ୍ କରିଥିଲେ । ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ କେକେଆର୍ ୨୦୧୨ ପ୍ରଥମ ଓ ୨୦୧୪ରେ ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ ଜିତିଥିଲା ।

ଅଧିକ ପଢ଼ନ୍ତୁ: ସଚିନ କି ବିରାଟ... କିଏ ବଡ଼ ଖେଳାଳି ? ଡିବେଟ୍‌ର ହେଲା ଅନ୍ତ !

Cricket Gautam Gambhir
Advertisment
Advertisment