• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଟେଷ୍ଟ କ୍ରିକେଟରୁ ଅବସର ନେବେ ଟିମ୍‌ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି । ରେଡ୍ ବଲ୍‌ କ୍ରିକେଟରୁ ଅବସର ନେବାକୁ କୋହଲି ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ବିସିସିଆଇକୁ ମଧ୍ୟ ଅବଗତ କରାଇଥିବା ସୂଚନା ମିଳିଛି । ଏମିତି ସ୍ଥିତିରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସେ ଦଳରେ ରହିବା ସମ୍ଭାବନା ବହୁତ କମ୍‌ ।

ଅଧିକ ପଢ଼ନ୍ତୁ: BCCIର ବଡ଼ ନିଷ୍ପତ୍ତି, ଅଧାରୁ ବନ୍ଦ ହେଲା IPL

ତେବେ ଏନେଇ ବିସିସିଆଇର ଜଣେ ଉଚ୍ଚସ୍ତରୀୟ ଅଧିକାରୀ କୋହଲିଙ୍କୁ ଏହି ନିଷ୍ପତ୍ତିର ପୁନଃବିଚାର କରିବାକୁ ଅପିଲ କରିଛନ୍ତି । ଏଭଳି ସ୍ଥିତିରେ ଏବେ ଦେଖିବାର ବିଷୟ ଯେ ଇଂଲଣ୍ଡ ଗସ୍ତ ପାଇଁ ଚୟନ କମିଟି ଯେତେବେଳେ ଦଳ ଘୋଷଣା କରିବ ସେତେବେଳେ କୋହଲିଙ୍କ ଭବିଷ୍ୟତ ସମ୍ପର୍କରେ କ’ଣ ନିଷ୍ପତ୍ତି ନିଆଯିବ ।

ବିରାଟଙ୍କ ପୂର୍ବରୁ ରୋହିତ ଶର୍ମା ବୁଧବାର (ମେ’ ୭ରେ) ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ୭ ମେ’ରେ ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରି ରେଡ୍‌ ବଲ୍ କ୍ରିକେଟକୁ ଅଲବିଦା କହିଥିଲେ । କିନ୍ତୁ ସେ ଏବେ ବି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ମ୍ୟାଚ୍ ଖେଳିବା ଜାରି ରଖିବେ । ଗତବର୍ଷ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ୍ ଜିତିବା ପରେ ୩୮ ବର୍ଷୀୟ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ନେଇଥିଲେ ।

ରୋହିତଙ୍କ ପରି, କୋହଲି ମଧ୍ୟ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟକୁ ଅଲବିଦା କହିଥିଲେ। ଏପରି ପରିସ୍ଥିତିରେ, କ୍ରିକେଟ ପ୍ରଶଂସକମାନେ ROKO (ରୋହିତ ଏବଂ କୋହଲି) ଯୋଡ଼ିକୁ କେବଳ ODIରେ ଖେଳିବାର ଦେଖିବାକୁ ପାଇପାରିବେ ।

ବିରାଟ କୋହଲିଙ୍କ ଟେଷ୍ଟ ଡେବ୍ୟୁ ଜୁନ୍ ୨୦୧୧ରେ କିଙ୍ଗଷ୍ଟନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହୋଇଥିଲା । ଡେବ୍ୟୁ ମ୍ୟାଚ୍‌ରେ କୋହଲି ପ୍ରଥମ ଇନିଂସରେ ୪ ରନ ଏବଂ ଦ୍ୱିତୀୟ ଇନିଂସରେ ୧୫ ରନ କରିଥିଲେ । ତାଙ୍କର ଶେଷ ଟେଷ୍ଟ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳିଥିଲା, ଯାହା ଜାନୁଆରୀ ୨୦୨୫ରେ ଖେଳାଯାଇଥିଲା। ଏହି ଶେଷ ଟେଷ୍ଟରେ କୋହଲି ପ୍ରଥମ ଇନିଂସରେ ୧୭ ରନ ଏବଂ ଦ୍ୱିତୀୟ ଇନିଂସରେ ୬ ରନ କରିଥିଲେ ।

ଅଧିକ ପଢ଼ନ୍ତୁ: ଆଇପିଏଲ୍ ମଝିରେ ଟେଷ୍ଟ କ୍ରିକେଟରୁ ଅବସର ନେଲେ ରୋହିତ