/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747474557.jpg)
ମାଟ୍ରିକରେ କେତେ ରଖିଥିଲେ ବିରାଟ
CBSE ୨୦୨୫ ଶିକ୍ଷାବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ନିକଟରେ ପ୍ରକାଶ ପାଇଛି । ତେବେ ଏହାରି ମଧ୍ୟରେ ଏକ ମାର୍କସିଟ୍ ଭାଇରାଲ୍ ହେଉଛି । ଏତେ ପୁରୁଣା ମାର୍କ ସିଟ୍ ଭାଇରାଲ୍ ହେବା ପଛରେ ବି କିଛି ଖାସ୍ ରହିଛି, କାହଁକି ନା ଏ ମାର୍କ ସିଟ୍ ହେଉଛି କୋଟି କୋଟି ଯୁବ ପିଢିଙ୍କ ଆଇକନ୍ ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କର । ଦଶମ ଶ୍ରେଣୀରେ କେତେ ମାର୍କ ରଖିଥିଲେ ବିରାଟ କୋହଲି । ତାଙ୍କ ଦଶମ ରେଜଲ୍ଟ ଜାଣିବା ପାଇଁ ନେଟିଜେନ୍ସଙ୍କ ମନରେ ଖୁବ୍ ଉତ୍କଣ୍ଠା, ତେବେ ଆସନ୍ତୁ ଜାଣିବା ବିରାଟ କୋହଲି ଦଶମରେ କେତେ ମାର୍କ ରଖିଥିଲେ...
ଅଧିକ ପଢ଼ନ୍ତୁ: ଖୁସି ଖବର; ଆଜିଠୁ ପୁଣି ଖେଳାଯିବ ସ୍ଥଗିତ IPL ମ୍ୟାଚ୍
ବିରାଟ କୋହଲିଙ୍କ ଦଶମ ମାର୍କ ସିଟ୍ ଅନୁସାରେ ସେ ମୋଟ ୬୦୦ ମାର୍କରୁ ୪୧୯ ନମ୍ବର ରଖିଥିଲେ । ସେ ଇଂରାଜୀରେ ୮୩, ସାମାଜିକ ବିଜ୍ଞାନରେ ୮୧ ଏବଂ ହିନ୍ଦୀରେ ୭୫ ମାର୍କ ପାଇ ଥିବାବେଳେ ଗଣିତରେ ୫୧, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ୫୫ ଏବଂ ITରେ ୭୪ ମାର୍କ ରଖିଥିଲେ। ଏଥିରୁ ଜଣା ପଡ଼ୁଛି ଯେ- କୋହଲି ଇଂରାଜୀ, ହିନ୍ଦୀ ଓ ସାମାଜିକ ବିଜ୍ଞାନରେ ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ ଗଣିତ, ବିଜ୍ଞାନ ଓ ITରେ ଆଭେରେଜ୍ ଥିଲେ ।
ତେବେ କୋହଲିଙ୍କ ଏହି ମାର୍କ ସିଟ୍ ସେୟାର କରିଥିଲେ ଆଇଏଏସ୍ ଅଫିସର୍ ଜିତିନ ଯାଦବ । ୨୦୨୩ରେ ସେ ଏହି ମାର୍କ ସିଟ୍ ପ୍ରକାଶ କରିଥିଲେ । ମାତ୍ର ଚଳିତ ସପ୍ତାହରେ ସିବିଏସଇ ରେଜଲ୍ଟ ପୁଣି ଥରେ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । କାହଁକି ନା ଜୀବନରେ ସଫଳତା ପାଇଁ କେବଳ ପ୍ରମାଣପତ୍ରର ପ୍ରତିଶତ ମୁଖ୍ୟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ବିରାଟ କୋହଲିଙ୍କ ଦଶମ ଶ୍ରେଣୀର ମାର୍କ ସିଟ୍ ସେୟାର କରି କ୍ୟାପ୍ସନରେ ଆଇଏଏସ ଜିତିନ୍ ଯାଦବ ଲେଖିଛନ୍ତି ଯେ, ‘ଯଦି ମାର୍କ ସଫଳତାର ଏକମାତ୍ର କାରଣ ହୋଇଥାନ୍ତା, ତେବେ ପୂରା ଦେଶ ଏବେ ତାଙ୍କ ପଛରେ ଛିଡ଼ା ହୋଇ ନଥାନ୍ତା । ସଫଳତା ପାଇଁ ଆଗ୍ରହ ଓ ଡେଡିକେସନ୍ ହିଁ ମୁଖ୍ୟ ।’
ଜିତିନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଜଣେ ୟୁଜର୍ ମାର୍କସିଟ୍ ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘କୋହଲିଙ୍କ ଏ ଭ୍ୟାଲିଡ୍ ମାର୍କସିଟ୍ + ଡେଡିକେସନ୍ = ସଫଳତା । ଯାହା ଆମ ଦେଶକୁ ଗର୍ବିତ କରିଛି। ସେହିପରି ଅନ୍ୟ ଜଣେ କହିଛନ୍ତି, ବିଜ୍ଞାନ ଓ ଗଣିତ ବାହାରେ ସଫଳତା ବି ଅଛି, ମାର୍କ କେବଳ ଏକ ସିଟ୍ ଉପରେ ଥିବା ସଂଖ୍ୟା । ପ୍ରକୃତ ମୂଲ୍ୟ ଦୃଢତା ଓ ଡେଡିକେସନରେ ଥାଏ ।
ସୂଚନା ଅନୁସାରେ ଭାରତୀୟ କ୍ରିକେଟର ସୁପରଷ୍ଟାର ବିରାଟ କୋହଲି ସୋମବାର ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଅବସର ଗ୍ରହଣ କରି ସାରିଥିବା ବେଳେ କୋହଲିଙ୍କ ଅବସର ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା । ସୋମବାର ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ଅବସର ଘୋଷଣା କରିଥିଲେ କୋହଲି ।
ବିରାଟ କୋହଲି ଭାରତ ପାଇଁ ୨୦୧୧ରେ ଟେଷ୍ଟ ଡେବ୍ୟୁ କରିଥିଲେ। ତାଙ୍କର ଟେଷ୍ଟ କ୍ୟାପ୍ ନମ୍ବର ୨୬୯ ରହିଥିଲା। ଭାରତ ପାଇଁ ୧୨୩ ଟେଷ୍ଟ ମ୍ୟାଚ ଖେଳି ସେ ୪୬.୮୫ ଆଭରେଜରେ ୯୨୩୦ ରନ ସ୍କୋର କରିଛନ୍ତି। ୨୫୪ ରନର ସର୍ବାଧିକ ସ୍କୋର ସହିତ ସେ ୩୦ ଶତକ ଓ ୩୧ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ଦିନିକିଆରେ ୩୦୨ ମ୍ୟାଚ ଖେଳି ୧୪୧୮୧ ରନ ଓ ୧୨୫ ଟି୨୦ ମ୍ୟାଚରୁ ୪୧୮୮ ରନ ସ୍କୋର କରିଛନ୍ତି। ପୂର୍ବରୁ ଭାରତ ଟି୨୦ ବିଶ୍ବକପ ଜିତିବା ପରେ କୋହଲି ଟି୨୦ରୁ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ ସେ କେବଳ ଦିନିକିଆ କ୍ରିକେଟରେ ସକ୍ରିୟ ରହିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)