Advertisment

IPL Restart Amidst Tensions: ଖୁସି ଖବର; ଆଜିଠୁ ପୁଣି ଖେଳାଯିବ ସ୍ଥଗିତ IPL ମ୍ୟାଚ୍

ଅପରେସନ ସିନ୍ଦୂର ପରେ ସ୍ଥଗିତ ରହିଥିବା IPL ମ୍ୟାଚ ଆଜିଠୁ ପୁଣି ଆରମ୍ଭ ହେବ। ଆଜି ବେଙ୍ଗାଲୁରୁରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ ହେବ।

author-image
Chinmayee Sahoo
ଅଦ୍ୟତନ ହୋଇଛି
IPL

IPL

ଆଜିଠୁ ପୁଣି ଆରମ୍ଭ ହେଉଛି IPL କ୍ରିକେଟ ମ୍ୟାଚ। ଆଜି ବେଙ୍ଗାଲୁରୁରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ଟକ୍କର। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସଂଧ୍ୟା ସାଢ଼େ ୭ଟାରେ ମ୍ୟାଚ୍ ରହିଛି।

Advertisment

ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଦେଖି ଚଳିତ ସିଜନର ଆଇପିଏଲ୍ ମ୍ୟାଚ୍ ସପ୍ତାହେ ସ୍ଥଗିତ ରଖାଯାଇଥିଲା। ଭାରତ ଅପରେସନ ସିନ୍ଦୂର ପରେ ମେ ୯ ତାରିଖ ପରେ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା। ତେବେ ଆଜିଠୁ ପୁଣି ଥରେ ଫଟାଫଟ୍ କ୍ରିକେଟ ମହାସମର ଆରମ୍ଭ ହେବାକୁ ଯାଉଛି। ବଳକା ୧୭ଟି ମ୍ୟାଚ୍ ମୋଟ ୬ଟି ଭେନ୍ୟୁରେ ଖେଳାଯିବ। ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷ୍ନୌ, ମୁମ୍ବାଇ ଏବଂ ଅହମ୍ମଦାବାଦରେ ମ୍ୟାଚ୍ ହେବ।

ଅଧିକ ପଢନ୍ତୁ: ରୋକୋଙ୍କୁ ବଡ ଆଶ୍ବସ୍ତି, ବଦଳିବ ନାହିଁ ଗ୍ରେଡେସନ ସିଷ୍ଟମ

ପ୍ଲେଅଫ୍ ମେ ୨୯ ତାରିଖରେ କ୍ୱାଲିଫାୟର୍ ୧ ସହିତ ଆରମ୍ଭ ହେବ ଏବଂ ୩୦ରେ ଏଲିମିନେଟର ମ୍ୟାଚ୍ ହେବ। ଜୁନ୍ ୧ରେ ଖେଳାଯିବ କ୍ବାଲିଫାୟର-୨। ଜୁନ୍ ୩ ତାରିଖରେ ଖେଳାଯିବ ଫାଇନାଲ୍। ପ୍ଲେଅଫ୍ ମ୍ୟାଚ୍ ପାଇଁ ସ୍ଥାନ ବିବରଣୀ ପରବର୍ତ୍ତୀ ପର୍ଯ୍ୟାୟରେ ଘୋଷଣା କରାଯିବ।

Advertisment

ଅଧିକ ପଢନ୍ତୁ:ବିରାଟଙ୍କ ଟେଷ୍ଟ୍‌ କ୍ରିକେଟରୁ ସନ୍ନ୍ୟାସ ପରେ ନିରାଶରେ ଜାଭେଦ ଅଖ୍‌ତର୍; କାନ ଧରି କହିଲେ ଫେରିଆସ

Cricket IPL Final Match
Advertisment
Advertisment