Advertisment

Virat Kohli IPL Dot Balls: ଗଛ ଲଗାଇବାରେ ସବୁଠୁ ଆଗରେ କିଙ୍ଗ କୋହଲି, ନାମରେ ରଖିଛନ୍ତି ଏମିତି ଅଲୋଡା ରେକର୍ଡ

ଟି୨୦ କ୍ରିକେଟରେ ପ୍ରତିଦ୍ବନ୍ଦ୍ବିତାର ସ୍ତର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥିତିରେ ଡଟ ବଲ ଖେଳିବା ଦ୍ବାରା ଖେଳାଳି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଜ ଦଳ ଉପରେ ଚାପ ସୃଷ୍ଟି କରିଥାନ୍ତି। ତେବେ ଆଇପିଏଲ ଇତିହାସର ସବୁଠୁ ସଫଳ ଖେଳାଳି ବିରାଟ କୋହଲି ଡଟ ବଲ ଖେଳିବା ମାମଲାରେ ଏକ ଅଲୋଡା ରେକର୍ଡ କରିଛନ୍ତି।

ଅଦ୍ୟତନ ହୋଇଛି
kohli

kohli

Advertisment

ଟି୨୦ କ୍ରିକେଟର ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗର ଅଷ୍ଟାଦଶ ସଂସ୍କରଣ ଜାରି ରହିଛି। ଟି୨୦ କ୍ରିକେଟରେ ପ୍ରତିଦ୍ବନ୍ଦ୍ବିତାର ସ୍ତର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥିତିରେ ଡଟ ବଲ ଖେଳିବା ଦ୍ବାରା ଖେଳାଳି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଜ ଦଳ ଉପରେ ଚାପ ସୃଷ୍ଟି କରିଥାନ୍ତି। ତେବେ ଆଇପିଏଲ ଇତିହାସର ସବୁଠୁ ସଫଳ ଖେଳାଳି ବିରାଟ କୋହଲି ଡଟ ବଲ ଖେଳିବା ମାମଲାରେ ଏକ ଅଲୋଡା ରେକର୍ଡ କରିଛନ୍ତି। ୨୦୨୪ ପର୍ଯ୍ୟନ୍ତ ସଂଗୃହୀତ ତଥ୍ୟ ଅନୁସାରେ ଆଇପିଏଲ ଇତିହାସର ସର୍ବାଧିକ ରନ ସ୍କୋରର ବିରାଟ କୋହଲି ସର୍ବାଧିକ ୧୯୮୬ ଡଟ ବଲ ଖେଳିଛନ୍ତି। ବର୍ତ୍ତମାନ ଆଇପିଏଲରେ ପ୍ରତି ଡଟ ବଲ ପିଛା ଗୋଟିଏ ଲେଖାଏ ବୃକ୍ଷ ରୋପଣ କରାଯାଉଛି। ଏପରି ସ୍ଥିତିରେ ବିରାଟଙ୍କ ଡଟ ବଲକୁ ଦୃଷ୍ଟିରେ ରଖିଲେ ଗଛ ଲଗାଇବା ମାମଲାରେ ବିରାଟ କୋହଲି ସବୁଠାରୁ ଆଗରେ ରହିଛନ୍ତି। ଚଳିତ ସଂସ୍କରଣରେ ଡଟ ବଲ ଖେଳିବା ମାମଲାରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସବୁଠୁ ଆଗରେ ରହିବା ସହ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହେଉଛନ୍ତି। ଆସନ୍ତୁ ନଜର ପକାଇବା ଆଇପିଏଲରେ ଅଧିକ ଡଟ ବଲ ଖେଳିଥିବା ୧୦ ଖେଳାଳିଙ୍କ ଉପରେ...

Advertisment

ଅଧିକ ପଢ଼ନ୍ତୁ: ଅହମଦାବାଦରେ ପୁଣି ଚମକିଲେ ସୁଦର୍ଶନ, ଡିଭିଲିୟର୍ସଙ୍କ ରେକର୍ଡ ସହ ସମକକ୍ଷ

ଗୌତମ ଗମ୍ଭୀର- ଭାରତୀୟ ଦଳର ବର୍ତ୍ତମାନର ମୁଖ୍ୟ କୋଚ ରହିଥିବା ଗୌତମ ଗମ୍ଭୀର ଏହି ତାଲିକାର ଦଶମ ସ୍ଥାନରେ ଅଛନ୍ତି। ୧୫୧ ଆଇପିଏଲ ଇନିଂସରେ ଗମ୍ଭୀର ୧୨୩୭ ଡଟ ବଲ ଖେଳିଛନ୍ତି। ତାଙ୍କର ଷ୍ଟ୍ରାଇକରେଟ ୧୨୩.୮୮ ରହିଥିବା ବେଳେ ୩୬ ଅର୍ଦ୍ଧଶତକ ସହିତ ସେ ୪୧୨୭ ରନ ସ୍କୋର କରିଛନ୍ତି।

Advertisment

ଏମ ଏସ ଧୋନୀ- ଚେନ୍ନାଇ ସୁପର କିଙ୍ଗ୍ସର ମହେନ୍ଦ୍ର ସିଂ ଧୋନୀ ୨୨୪ ମ୍ୟାଚରେ ୧୨୭୭ ଡଟ ବଲ ଖେଳିଛନ୍ତି। ୩୭୭୬ ବଲ ଖେଳିଥିବା ଧୋନୀ ୪୦.୪୪ ଆଭରେଜ ଓ ୧୩୭.୧୦ର ଷ୍ଟ୍ରାଇକରେଟ ସହିତ ସ୍କୋର କରିଛନ୍ତି ୫୧୭୭ ରନ। ଏହା ମଧ୍ୟରେ ୨୪ ଅର୍ଦ୍ଧଶତକ ସାମିଲ ଅଛି।

ସୁରେଶ ରାଇନା- ଏହି ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି ମିଷ୍ଟର ଆଇପିଏଲ ସୁରେଶ ରାଇନା। ୨୦୦ ଆଇପିଏଲ ଇନିଂସରେ ରାଇନା ୧୩୪୫ ଡଟ ବଲ ଖେଳିଛନ୍ତି। ତାଙ୍କର ଷ୍ଟ୍ରାଇକରେଟ ୧୩୬.୬୯ ରହିଥିବା ବେଳେ ୩୯ ଅର୍ଦ୍ଧଶତକ ଓ ଗୋଟିଏ ଶତକ ସହିତ ସେ ୫୫୨୮ ରନ ସ୍କୋର କରିଛନ୍ତି।

Advertisment

ଆଜିଙ୍କ୍ୟ ରାହାଣେ- ବର୍ତ୍ତମାନ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଥିବା ଆଜିଙ୍କ୍ୟ ରାହାଣେ ସପ୍ତମ ସ୍ଥାନରେ ରହିଛନ୍ତି। ୧୬୭ ମ୍ୟାଚରେ ରାହାଣେ ୧୩୪୫୭ ଡଟ ବଲ ଖେଳିଛନ୍ତି। ରାହାଣେ ୩୧.୫୧ର ଆଭରେଜ ଓ ୧୨୩.୪୧୦ ଷ୍ଟ୍ରାଇକରେଟ ସହିତ ସ୍କୋର କରିଛନ୍ତି ୪୫୭୦ ରନ। ଏହା ମଧ୍ୟରେ ୩୦ ଅର୍ଦ୍ଧଶତକ ୨ ଶତକ ସାମିଲ ଅଛି।

କ୍ରିସ ଗେଲ-ୟୁନିଭର୍ସ ବସ କ୍ରିସ ଗେଲ ଏହି ତାଲିକାର ଷଷ୍ଠ ସ୍ଥାନରେ ରହିଛନ୍ତି। ୧୪୧ ଆଇପିଏଲ ଇନିଂସରେ ସେ ୧୪୬୫ ଡଟ ବଲ ଖେଳିଛନ୍ତି। ୧୭୫ ରନ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ରହିଥିବା ବେଳେ ସେ ୪୯୬୫ ରନ ସ୍କୋର କରିଛନ୍ତି।

ରବିନ ଉତ୍ଥାପ୍ପା- ଏହି ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି ୱାକିଙ୍ଗ ଆସାସିନ ରବିନ ଉତ୍ଥାପ୍ପା। ୧୯୭ ଆଇପିଏଲ ଇନିଂସରେ ରାଇନା ୧୪୭୨ ଡଟ ବଲ ଖେଳିଛନ୍ତି। ତାଙ୍କର ଷ୍ଟ୍ରାଇକରେଟ ୧୩୦.୩୫ ରହିଥିବା ବେଳେ ୨୭୯ ଅର୍ଦ୍ଧଶତକ ସହିତ ସେ ୪୯୫୨ ରନ ସ୍କୋର କରିଛନ୍ତି।

ଡେଭିଡ ୱାର୍ନର- ସନରାଇଜର୍ସ ହାଇଦ୍ରାବାଦର ପୂର୍ବତନ ଓପନର ଡେଭିଡ ୱାର୍ନର ୧୮୩ ଆଇପିଏଲ ଇନିଂସରେ ୧୭୨୨ ଡଟ ବଲ ଖେଳିଛନ୍ତି। ତାଙ୍କର ଷ୍ଟ୍ରାଇକରେଟ ୧୩୯.୮୦ ରହିଥିବା ବେଳେ ସେ ୬୨ ଅର୍ଦ୍ଧଶତକ ଓ ୪ ଶତକ ସହିତ ୬୫୬୪ ରନ ସ୍କୋର କରିଛନ୍ତି।

ରୋହିତ ଶର୍ମା- ଭାରତୀୟ ଦିନିକିଆ ଓ ଟେଷ୍ଟ ଦଳର ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। ୨୪୬ ଆଇପିଏଲ ଇନିଂସରେ ରୋହିତ ୧୮୬୫ ଡଟ ବଲ ଖେଳିଛନ୍ତି। ୪୨ ଅର୍ଦ୍ଧଶତକ ଓ ୨ ଶତକ ସହିତ ସେ ୬୫୨୨ ରନ ସ୍କୋର କରିଛନ୍ତି।

ଶିଖର ଧାୱନ- ଭାରତୀୟ ଦଳର ଏହି ପୂର୍ବତନ ଷ୍ଟାଇଲିସ ଓପନର ୨୨୧ ମ୍ୟାଚରେ ୧୯୭୭ ଡଟ ବଲ ଖେଳିଛନ୍ତି। ୫୩୨୪ ବଲ ଖେଳିଥିବା ଧାୱନ ୩୬.୩୯ର ଆଭରେଜ ଓ ୧୨୭.୧୪ର ଷ୍ଟ୍ରାଇକରେଟ ସହିତ ସ୍କୋର କରିଛନ୍ତି ୫୩୨୪ ରନ। ଏହା ମଧ୍ୟରେ ୫୨ ଅର୍ଦ୍ଧଶତକ ଓ ୨ ଶତକ ସାମିଲ ଅଛି।

ବିରାଟ କୋହଲି- କିଙ୍ଗ ଭାବରେ ପରିଚିତ ବିରାଟ ଡଟ ବଲ ଖେଳିବାରେ ମଧ୍ୟ ଅନ୍ୟ ମାନଙ୍କ ଠାରୁ ଆଗରେ ଅଛନ୍ତି। ପ୍ରଥମ ସ୍ଥାନରେ ଥିବା ବିରାଟ ୫୯୨୫ ବଲ ଖେଳି ୭୭୬୩ ରନ ସ୍କୋର କରିଛନ୍ତି। ଆଇପିଏଲର ସର୍ବାଧିକ ସ୍କୋରର ରହିଥିବା କୋହଲି ଏହା ମଧ୍ୟରେ ଖେଳିଛନ୍ତି ୧୯୮୬ ଡଟ ବଲ। ୫୪ ଅର୍ଦ୍ଧଶତକ ଓ ୮ ଶତକ ସହିତ ୧୩୧.୦୨ର ଷ୍ଟ୍ରାଇକ ରେଟରେ କୋହଲି ବ୍ୟାଟିଂ କରିଛନ୍ତି।

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

Virat Kohli Rohit Sharma IPL IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ