Advertisment

ଟି-୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ବିରାଟ କୋହଲି ! ଜାଣନ୍ତୁ ଏହା ପଛର କାରଣ...

କୁହାଯାଉଛି କି ଜୁନ୍‌ ମାସରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ରେ ବିରାଟ କୋହଲିଙ୍କୁ ଟିମ୍‌ରୁ ବାଦ୍‌ ଦିଆଯିବ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Viral Kohili Out From T20 World Cup 2024

Virat Kohli

ଆସନ୍ତା ଜୁନ୍‌ ମାସରେ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌। ୱେଷ୍ଟଇଣ୍ଡିଜ୍‌ ଓ USAରେ ଖେଳାଯିବ ଏହି ମେଗା ଟୁର୍ଣ୍ଣାମେଣ୍ଟ। ତେବେ ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଆସିଛି ବଡ଼ ଅପଡେଟ୍‌। କୁହାଯାଉଛି କି ଜୁନ୍‌ ମାସରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ରେ ବିରାଟ କୋହଲିଙ୍କୁ ଟିମ୍‌ରୁ ବାଦ୍‌ ଦିଆଯିବ। ୨୦୨୨ରେ ଖେଳାଯାଇଥିବା ଟି-୨୦ବିଶ୍ୱକପ୍‌ରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ ବିରାଟ କୋହଲି। ତେବେ ଆଗାମୀ ବିଶ୍ୱକପ୍‌ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଖେଳାଯିବ। ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୱେଷ୍ଟଇଣ୍ଡିଜରେ ମନ୍ଥର ପିଚ୍‌ ବିରାଟ କୋହଲିଙ୍କ ପାଇଁ ଅନୁକୂଳ ନୁହେଁ। ସେଥିପାଇଁ ତାଙ୍କୁ ବିଶ୍ୱକପରୁ ବାଦ୍‌ ଦେବାକୁ ଚିନ୍ତା କରୁଛି ବିସିସିଆଇ।

Advertisment

ଏହା ବ୍ୟତୀତ ଆଉ ଏକ ରିପୋର୍ଟ ଅନୁଯାୟୀ, ନବାଗତଙ୍କୁ ସୁଯୋଗ ଦେବା ପାଇଁ ବିରାଟଙ୍କୁ ବାଦ୍‌ ଦିଆଯିବ। ଏନେଇ ବିରାଟ କୋହଲିଙ୍କୁ ବୁଝାଇବା ପାଇଁ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକରଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ସହ ମୁଖ୍ୟ ଚୟନକର୍ତ୍ତା ଟି-୨୦ରେ ଆଗ୍ରେସିଭ୍‌ ଖେଳିବା ପାଇଁ କୋହଲିଙ୍କୁ କହିଥିଲେ। ଏହାପରେ ସେ ଆଫଗାନିସ୍ତାନ ବିପକ୍ଷ ସିରିଜରେ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ବିଫଳ ହୋଇଥିଲେ।

ଅଧିକ ପଢ଼ନ୍ତୁ: କୋହିଲଙ୍କଠୁ ଅଧିକ ଶକ୍ତିଶାଳୀ ଜୟ ଶାହ, ଜାଣନ୍ତୁ ଏହି ଲିଷ୍ଟର କେତେ ନମ୍ବରରେ ଅଛନ୍ତି ଧୋନି...

Advertisment

ଏଥି ସହିତ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ରାଜକୋଟ ଟେଷ୍ଟ ସମୟରେ ବିସିସିଆଇ ସଚିବ ଜୟ ଶାହ ମଧ୍ୟ କୋହଲିଙ୍କ ବିଷୟରେ କିଛି କହିନଥିଲେ। ରାଜକୋଟ୍‌ରେ ଜୟ ଶାହା କହିଥିଲେ କି ଟିମ୍‌ ଇଣ୍ଡିଆ ରୋହିତ ଶର୍ମାଙ୍କ ନେତୃତ୍ୱରେ ୨୦୨୪ ଟି -୨୦ ବିଶ୍ୱକପ ଖେଳିବ। କିନ୍ତୁ କୋହଲିଙ୍କୁ ନେଇ ସେ କିଛି ସ୍ପଷ୍ଟ କରିନଥିଲେ।

ତେବେ ଟି-୨୦ ବିଶ୍ୱକପରେ ନିଜର ସ୍ଥାନ ପକ୍କା କରିବାକୁ ଏବେ ବିରାଟଙ୍କ ପାଖରେ ଆଇପିଏଲ ହିଁ ଏକମାତ୍ର ବିକଳ୍ପ ଅଛି। ଯଦି କୋହଲି ଆଇପିଏଲରେ ଭଲ ପ୍ରଦର୍ଶନ କରନ୍ତି ତେବେ ତାଙ୍କୁ ଟି-୨୦ ବିଶ୍ୱକପରେ ଭାରତୀୟ ଦଳରେ ସାମିଲ କରାଯାଇପାରିବ।

ଅଧିକ ପଢ଼ନ୍ତୁ: ଭାଇରାଲ ହେଲା କୋହଲିଙ୍କ Deepfake ଭିଡିଓ; ଆଶ୍ଚର୍ଯ୍ୟ କରିବ ଏପରି ନକଲ !

Virat Kohli BCCI T 20 World Cup
Advertisment
Advertisment