• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାଇରାଲ ହେଉଛି କ୍ରିକେଟର ବିରାଟ କୋହଲିଙ୍କ Deepfake ଭିଡିଓ । ବର୍ତ୍ତମାନ ସୋସିଆଲ ମିଡିଆରେ ବିରାଟଙ୍କ ଏକ Deepfake ଭିଡିଓ ଭାଇରାଲ ହେବାର ଲାଗିଛି । ଭିଡିଓରେ ବିରାଟଙ୍କ ଅବିକଳ ଚହେରା ସହ ସ୍ୱରର ମଧ୍ୟ ନକଲ କରାଯାଇଛି । ଯାହାଫଳରେ ଜଣେ ସାଧାରଣ ଲୋକ ଜାଣିବା ମୁସ୍କିଲ ।

ଭିଡିଓରେ ବିରାଟ ଅନଲାଇନ୍ ବେଟିଂ ଆପ୍‌ ଉପରେ କିଛି କହୁଥିବା ଦେଖିବାକୁ ମିଳୁଛି । କଥା କହିବାର ଶୈଳୀ ଓ ବିରାଟଙ୍କ ଚେହରାକୁ ନକଲ କରାଯାଇଛି । ଏହି ଘଟଣା ସାମ୍‌ନାକୁ ଆସିବା ପରେ ଏହାର ସତ୍ୟାସତ୍ୟକୁ ଅନୁଧ୍ୟାନ କରାଯାଇଥିଲା । ପରେ କୋହଲିଙ୍କ ଏହି ସ୍ୱର ୨୦୧୮ର ବୋଲି ଜଣାପଡ଼ିଛି । ଗ୍ରାହମ୍ ବେନସିଙ୍ଗରଙ୍କ ସହ କୋହଲିଙ୍କ ସିଟ୍-ଡାଉନ୍ ସାକ୍ଷାତକାରର ସେ ଏପରି କହିଥିବା ସୂଚନା ମିଳିଛି । ସେହି ସମୟର ସାକ୍ଷାତକାରର କୋହଲିଙ୍କ ସ୍ୱରକୁ Deepfake ଭିଡିଓରେ ବ୍ୟବହାର କରାଯାଇଛି ।

ଅଧିକ ପଢ଼ନ୍ତୁ: AI, Deepfake କ’ଣ, ଆପଣ ଜାଣନ୍ତି କି ?

ଯେପରି ଦର୍ଶକମାନେ ଖୁବ୍‌ଶୀଘ୍ର ଏହାକୁ ବିଶ୍ୱାସ କରିପାରିବେ ସେହିଭଳି ଭିଡିଓଟିକୁ ତିଆରି କରାଯାଇଛି । ଭିଡିଓରେ କୋହଲି କହୁଛନ୍ତି, ୩ ଦିନ ମଧ୍ୟରେ ମାତ୍ର ୧୦୦୦ ଟଙ୍କା ବିନିଯୋଗ କରି ୮୧,୦୦୦ ଟଙ୍କା ରୋଜଗାର କରିଛନ୍ତି । ତା’ ସହ ଏହି ଆପ୍‌କୁ ସମସ୍ତେ ବ୍ୟବହାର କରନ୍ତୁ ବୋଲି ସେ କହୁଥିବା ଶୁଣିବାକୁ ମିଳୁଛି । ଖାଲି ସେତିକି ନୁହେଁ, ଏହି ଆପ୍‌ ୨୦୦୦% ଜିତିବା ପକ୍କା ବୋଲି ସେ କହିଛନ୍ତି ।

ଏପରି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବା ପରେ ବର୍ତ୍ତମାନ Deepfakeକୁ ନେଇ ଚିନ୍ତା ଆହୁରି ବଢ଼ିଛି । ପୂର୍ବରୁ ମଧ୍ୟ ବଲିଉଡ୍‌ର ବହୁ ଅଭିନେତ୍ରୀଙ୍କ Deepfake ଭିଡିଓ ଭାଇରାଲ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟ ଏକ Deepfake ଭିଡିଓ ଭାଇରାଲ ହୋଇଥିଲା ।

ଡିପଫେକର ଶିକାର ହେଉଥିବା ବ୍ୟକ୍ତିମାନେ ପୋଲିସ ନିକଟରେ ଅଭିଯୋଗ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ କାଟ୍ରିନା କୈଫ୍‌, ଆଲିଆ ଭଟ୍ଟ ଓ କାଜଲଙ୍କ ଡିପଫେକ୍ ଭିଡିଓ ଭାଇରାଲ ହୋଇଛି ।