Advertisment

କୋହିଲଙ୍କଠୁ ଅଧିକ ଶକ୍ତିଶାଳୀ ଜୟ ଶାହ, ଜାଣନ୍ତୁ ଏହି ଲିଷ୍ଟର କେତେ ନମ୍ବରରେ ଅଛନ୍ତି ଧୋନି...

ଏକ ଜାତୀୟ ଗଣମାଧ୍ୟମ ପାୱାରଫୁଲ୍‌ ଇଣ୍ଡିଆନ୍ସ-୨୦୨୪ ନାମରେ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାର ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Jay Shah: Powerful Indians in cricket

Powerful Indians

କ୍ରିକେଟ ଜଗତରେ ବିରାଟ କୋହଲିଙ୍କଠୁ ଶକ୍ତିଶାଳୀ ଜୟ ଶାହ। କ୍ରିକେଟ୍‌ ଜଗତରେ ଦେଶରେ ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ହେଉଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍‌ ବୋର୍ଡର ସଚିବ ଜୟ ଶାହ। ନିକଟରେ ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଭାରତର ୧୦୦ ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରାଯାଇଛି। କ୍ରିକେଟ ଜଗତରୁ ଏହି ତାଲିକାରେ ଶୀର୍ଷରେ ଅଛନ୍ତି ବିସିସିଆଇ ସଚିବ ଜୟ ଶାହ। ଜୟ ଶାହଙ୍କ ପରେ ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ଏହି ୧୦୦ ଜଣିଆ ତାଲିକାରେ ସାମିଲ ଅଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ନୀରଜ ଚୋପ୍ରା ।

Advertisment

ଅଧିକ ପଢ଼ନ୍ତୁ: ଭାଇରାଲ ହେଲା କୋହଲିଙ୍କ Deepfake ଭିଡିଓ; ଆଶ୍ଚର୍ଯ୍ୟ କରିବ ଏପରି ନକଲ !

ବାସ୍ତବରେ, ଏକ ଜାତୀୟ ଗଣମାଧ୍ୟମ ପାୱାରଫୁଲ୍‌ ଇଣ୍ଡିଆନ୍ସ-୨୦୨୪ ନାମରେ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଯଦି କ୍ରୀଡା ଜଗତ କଥା କହିବା ତାହାଲେ ଏହି ତାଲିକାର ଶୀର୍ଷରେ ଅଛନ୍ତି ଜୟ ଶାହ। କିନ୍ତୁ ଓଭର ଅଲ୍‌ ଲିଷ୍ଟରେ ଜୟ ଶାହଙ୍କ ସ୍ଥାନ ୩୫ ରହିଛି। ଜୟ ଶାହ ଏବେ ବିସିସିଆଇ ସଚିବ ସହ ଏସୀୟ କ୍ରିକେଟ୍‌ ପରିଷଦର ମୁଖ୍ୟ ମଧ୍ୟ ରହିଛନ୍ତି। ଜୟ ଶାହଙ୍କ ପରେ ଏହି ତାଲିକାରେ ସ୍ଥାନ ପାଇଛନ୍ତି ବିରାଟ କୋହଲି। ସେ ଓଭର ଅଲ୍‌ ଲିଷ୍ଟରେ ୩୮ ତମ ସ୍ଥାନରେ ରହିଛନ୍ତି। ବିଶ୍ୱ କ୍ରିକେଟରେ ଏବେ ବିରାଟ କୋହଲି ସବୁଠୁ ବଡ଼ ବ୍ରାଣ୍ଡ ଅଟନ୍ତି।

Advertisment

ସେହିପରି ଏହି ଲିଷ୍ଟରେ ବିରାଟ କୋହଲିଙ୍କ ପରେ ନୀରଜ ଚୋପ୍ରା ରହିଛନ୍ତି। ପ୍ରକାଶ ପାଇଥିବା ଏହି ଲିଷ୍ଟରେ ନୀରଜ ୪୬ତମ ସ୍ଥାନରେ ରହିଛନ୍ତି। ଆଥଲେଟ୍‌ ନୀରଜ ଚୋପ୍ରା ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା ସହ ୱାର୍ଲ୍ଡ ଚମ୍ପିଆନସିପ୍‌ରେ ମଧ୍ୟ ଗୋଲ୍ଡ ମେଡାଲ ଜିତିଛନ୍ତି। ନୀରଜ ଚୋପ୍ରାଙ୍କ ପରେ ଏହି ତାଲିକାରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ରହିଛନ୍ତି । ଧୋନି ଏହି ଲିଷ୍ଟରେ ୫୮ତମ ସ୍ଥାନରେ ରହିଛନ୍ତି। ମହେନ୍ଦ୍ର ସିଂ ଧୋନି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବାବେଳେ ଏବେ କିନ୍ତୁ ସେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଆଇପିଏଲ ଖେଳୁଛନ୍ତି।

MS Dhoni Virat Kohli
Advertisment
Advertisment