Advertisment

Virat Kohli: ଏମିତି ଥିଲା ବିରାଟଙ୍କ ସଂଘର୍ଷ, ବାପାଙ୍କ ମୃତ୍ୟୁ ଖବର ଶୁଣି ଜିତାଇ ଥିଲେ ଟିମ୍‌

ଭାରତର ଏକ ଛୋଟ ଗାଁର ପଡ଼ିଆରେ କ୍ରିକେଟ ଖେଳୁଥିବା ଯେକୌଣସି ପିଲାକୁ ପଚାରିବେ ଯଦି ତାର ଆଇଡଲ୍ କିଏ, ତେବେ ପ୍ରାୟ ୯୯ ପ୍ରତିଶତ ଉତ୍ତର ବିରାଟ କୋହଲି ହିଁ ମିଳିବ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Virat Kohli

Virat Kohli

ଭାରତର ଏକ ଛୋଟ ଗାଁର ପଡ଼ିଆରେ କ୍ରିକେଟ ଖେଳୁଥିବା ଯେକୌଣସି ପିଲାକୁ ପଚାରିବେ ଯଦି ତାର ଆଇଡଲ୍ କିଏ, ତେବେ ପ୍ରାୟ ୯୯ ପ୍ରତିଶତ ଉତ୍ତର ବିରାଟ କୋହଲି ହିଁ ମିଳିବ । କେବଳ ଏତିକି ନୁହେଁ, କ୍ରିକେଟ ବିଷୟରେ ଜାଣିନଥିବା ବ୍ୟକ୍ତି ମଧ୍ୟ ବିରାଟ କୋହଲିଙ୍କୁ ଜାଣିଥିବ । ଦିଲ୍ଲୀର ନିହାତି ଏକ ମଧ୍ୟବିତ୍ତ ଘରୁ ଆସି ପୂରା ବିଶ୍ୱରେ ନାମ କମାଇ ପାରିଥିବା ନାଁ ହେଉଛି ବିରାଟ ।

Advertisment

ଦିନିକିଆରେ ସର୍ବାଧିକ ରନ୍, ଦିନିକିଆର ପାଶ୍ଚାତ୍ ଧାବନରେ ସର୍ବାଧିକ ରନ୍, ସର୍ବାଧିକ ପ୍ଲେୟର ଅଫ୍ ଦ ସିରିଜ ଆୱାର୍ଡ, ଦିନିକିଆରେ ସର୍ବାଧିକ ଶତକ, ସମସ୍ତ ଫର୍ମାଟ୍‌ରେ ICC କ୍ରିକେଟର ଅଫ୍ ଦ ଇୟର୍, ଆଦି କେତେ ଆୱାର୍ଡ ବିରାଟ ନିଜ ନାମରେ କରିସାରିଛନ୍ତି । ଉଦୀୟମାନ ତାରକାରୁ ସେ ଆଜି ଲିଜେଣ୍ତ ହୋଇପାରିଛନ୍ତି । ନିଜ ନିଷ୍ଠା ବଳରେ ସେ ବିଶ୍ୱ କ୍ରିକେଟକୁ ପରାସ୍ତ କରି କିଙ୍ଗର ଗାଦିରେ ବସି ସାରିଛନ୍ତି ।

କିଙ୍ଗ କୋହଲି .. ଏହି ନାମ ପାଇବାକୁ କେତେ ଯେ ସଂଘର୍ଷ କରିବାକୁ ପଡ଼ିଥିବ, ତାହା କେବଳ ସଂଘର୍ଷ କରିଥିବା ବ୍ୟକ୍ତି ହିଁ ଜାଣିଥିବ । ଦିଲ୍ଲୀର ଏକ ଛୋଟ ପିଲା ନିଜ ପରିଶ୍ରମ ବଳରେ ଆଜି ସେ ଏତେ ବଡ଼ ହୋଇପାରିଛି ଯେ, କେବଳ ଦେଶ ନୁହେଁ ପୂରା ବିଶ୍ୱ ଦିୱାନା ପାଲଟି ଯାଇଛି । ଯେଉଁ ସମୟରେ ମଣିଷ ଧୈର୍ଯ୍ୟହରା ହୋଇପଡ଼େ, ସେ ସମୟରେ ବିରାଟ ଖେଳିଛନ୍ତି ।

Advertisment

ଆଉ କେବଳ ଖେଳିଛନ୍ତି , ଏ କଥା କହିବା ଭୁଲ ହେବ .. ଏମିତି ଖେଳିଛନ୍ତି ପୂରା ଦୁନିଆ ଖାଲି ଦେଖି ଚାଲିଛି । ନିଜ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଯେ, ସଫଳତାର ଚରମସୀମାକୁ ଛୁଇଁ ହୁଏ ତାହାକୁ ପ୍ରମାଣିତ କରି ଦେଖାଇଛନ୍ତି ବିରାଟ । କିଶୋର ବୟସରେ ଯେତେବେଳେ ସେ ନିଜ ଦିଲ୍ଲୀ ଟିମ୍ ପକ୍ଷରୁ ଖେଳୁଥିଲେ, ସେତେବେଳେ ପିତାଙ୍କ ଦେହାନ୍ତ ଖବର ପାଇଥିଲେ କୋହଲି ।

ଏପରି ପରିସ୍ଥିତି ମଧ୍ୟ ସେ ହାରି ଯାଇନଥିଲେ ବିରାଟ । ବଢ଼ିଆ ପ୍ରଦର୍ଶନ କରି ନିଜ ଦଳକୁ ଜିତାଇଥିଲେ ଏବଂ ନିଜ ପିତାଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ ପ୍ରଥମ ପାଦ ରଖିଥିଲେ । ମାତ୍ର ୯ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ବିରାଟ । ସେବେଠାରୁ ଆଉ ପଛକୁ ଫେରି ନାହାନ୍ତି ସେ । ପରେ ପରେ ସେ ଭାରତୀୟ U-୧୯ ଟିମ୍‌ରେ ସିଲେକ୍ଟ ହୋଇଥିଲେ ।

ୱାର୍ଲ୍ଡ କପ୍ ପାଇଁ ତାଙ୍କୁ କ୍ୟାପଟେନ୍ କରାଯାଇଥିଲା । ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱକପ୍ ଜିତିଥିଲା ଭାରତର ଜୁନିଅର୍ ଟିମ୍ । ପରେ ପରେ ୨୦୦୮ ରେ ଦିନିକିଆରେ ସ୍ଥାନ ପାଇଲେ ବିରାଟ । ୨୦୧୧ ରୁ ୨୦୨୦ ପର୍ଯ୍ୟନ୍ତ ବିରାଟ ନିଜ ଯାଦୁରେ ସମସ୍ତଙ୍କୁ ଚକିତ କରିସାରିଥିଲେ । ଏହି ଗୋଟିଏ ଦଶନ୍ଧିରେ ସେ କୋହଲିରୁ ପାଲଟିଥିଲେ କିଙ୍ଗ କୋହଲି ।

୨୦୨୨, ଟିଟ୍ୱେଣ୍ଟି ୱାର୍ଲ୍ଡ କପ । ଦିନ ୨୩ ଅକ୍ଟୋବର । ପାକିସ୍ତାନ ବିପକ୍ଷରେ ଟିମ ଇଣ୍ଡିଆ । ଭାରତ ପାଇଁ ଟାର୍ଗେଟ ୧୬୦ ଥିଲା । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଷ୍ଟାଡିୟମ, ସାମ୍ନାରେ ଲକ୍ଷେ ୨୦ ହଜାର ଦର୍ଶକ । ପ୍ରଥମେ କେଏଲ ରାହୁଲ, ରୋହିତ ଶର୍ମା ପରେ ପରେ ଅକ୍ଷର ପଟେଲ, ଧିରେ ଧିରେ ସବୁ ବ୍ୟାଟର ଆଉଟ ହେବାରେ ଲାଗିଥିଲେ । ଭାରତର ଆସନ୍ନ ପରାଜୟ ଆଶଙ୍କାରେ ପୁରା ଷ୍ଟାଡିୟମରେ ନିରବତା ଖେଳି ଯାଇଥିଲା ।

କିନ୍ତୁ କ୍ରିଜରେ ବିରାଟ କୋହଲି ଥିଲେ । ସେ ସମୟରେ ସେ ହାରିଶ ରୌଫଙ୍କୁ ମାରିଥିବା ଦୁଇଟି ଛକା, ଆଜି ଯାଏଁ କ୍ରିକେଟ ପ୍ରେମୀଙ୍କ ମନରୁ ଲିଭି ପାରିନି । କୁହନ୍ତି ନା, ଭୋକିଲା ତଥା ଆଘାତ ପ୍ରାପ୍ତ ସିଂହ ଅଧିକ ଜୋରେ ଆକ୍ରମଣ କରେ । ବିରାଟଙ୍କ କ୍ଷେତ୍ରରେ ମଧ୍ୟ ତାହା ହିଁ ଦେଖିବାକୁ ମିଳିଲା । ତାଙ୍କର ଆକ୍ରମଣକୁ ପ୍ରତିହତ କରିବାର ଶକ୍ତି ପାକ ବୋଲରଙ୍କ ମଧ୍ୟରେ ନଥିଲା । ନିଜର ବୋଲିଂ ବାହିନୀକୁ ନେଇ ଗର୍ବ କରୁଥିବା ପାକିସ୍ତାନ ଦଳର ଗର୍ବକୁ ଭାଙ୍ଗି ଥୋଇ ଦେଇଥିଲେ ବିରାଟ ।

ସେବେ ଦୁନିଆ ଦେଖିଥିଲା ବିରାଟଙ୍କର ଶକ୍ତି । ପରେ ପରେ ସେ ଶତକ ପରେ ଶତକ ହାସଲ କରି ଚାଲିଛନ୍ତି । ଦିନିକିଆରେ ସଚିନଙ୍କ ପରେ ସେ ଦ୍ୱିତୀୟ ସର୍ବାଧିକ ଶତକ ହାସଲ କରିଛନ୍ତି । ନିଜର କଠୋର ପରିଶ୍ରମ, ସଂଘର୍ଷ ତଥା ଅଧ୍ୟବସାୟ ଦ୍ୱାରା ସେ ନିଜର ପ୍ରଦର୍ଶନରେ ଉନ୍ନତି ଆଣି ପାରିଛନ୍ତି । ଆଜି ସେହି ମହାନ କ୍ରିକେଟରଙ୍କ ଜନ୍ମଦିନ ଅବସରରେ ଓଟିଭି ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Virat Kohli IPL RCB Happy Birth Day Captain
Advertisment
Advertisment