vaibhav
ଆଇପିଏଲ ଇତିହାସରେ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି ବିହାରର ଜଣେ ଯୁବ ଖେଳାଳି। ମାତ୍ର ୧୪ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସର ଏହି ଯୁବ ଖେଳାଳି ଡେବ୍ୟୁ କରିଛନ୍ତି। ଏହା ସହିତ ସେ ଆଇପିଏଲ୍ରେ ଡେବ୍ୟୁ କରିଥିବା ସବୁଠାରୁ କମ ବୟସ୍କ ଖେଳାଳି ପାଲଟିଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ ବର୍ଷ ୨୩ ଦିନରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷ ମ୍ୟାଚ୍ରେ ବୈଭବଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା।
ଅଧିକ ପଢନ୍ତୁ:ଇଣ୍ଟରନେଟରେ ହୃଦୟ ଜିତିଲେ ଶ୍ରେୟସ ଆୟର, ଫ୍ୟାନଙ୍କ ସହିତ ନେଲେ ସେଲଫି
ଜୟପୁରର ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ସଞ୍ଜୁ ସାମସନଙ୍କ ସ୍ଥାନରେ ରିୟାନ ପରାଗ ଅଧିନାୟକ ରହିଥିଲେ। ସଞ୍ଜୁଙ୍କ ସ୍ଥାନରେ ବୈଭବଙ୍କୁ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ ଭାବେ ସାମିଲ କରାଯାଇଥିଲା। ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ବ୍ୟାଟିଂ କରିଥିଲେ ବୈଭବ। ପ୍ରଥମ ମ୍ୟାଚ ଖେଳୁଥିବା ବୈଭବ ପ୍ରଥମ ବଲରେ ଲର୍ଡ ଶାର୍ଦ୍ଦୂଳ ଠାକୁରଙ୍କୁ କଭର ଉପରେ ଛକା ମାରିଥିଲେ। ୨୦ ବଲ ଖେଳି ୨ ଚୌକା ଓ ୩ ଛକା ସହିତ ୩୪ ରନ କରିଥିଲେ। ଏଡେନ ମାର୍କରମଙ୍କ ବଲରେ ସେ ଷ୍ଟମ୍ପ ଆଉଟ ହୋଇଥିଲେ।
ଚଳିତ ସିଜିନର ପ୍ରଥମ ୭ଟି ମ୍ୟାଚ ମଧ୍ୟରୁ ୫ଟିରେ ପରାଜିତ ହୋଇଥିବା ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଆହତ ହେବା ପରେ ବୈଭବଙ୍କୁ ସୁଯୋଗ ମିଳିଥିଲା। ଏହି ମ୍ୟାଚରେ ରାଜସ୍ଥାନ ୨ ରନରେ ପରାଜିତ ହୋଇଥିଲେ ହେଁ ଲାଇମ ଲାଇଟ ବୈଭବଙ୍କ ଉପରେ ରହିଥିଲା। ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୮୦ ରନ କରିଥିଲା। ଜବାବରେ ରାଜସ୍ଥାନ ୨୦ ଓଭରରେ ୫ୱିକେଟ ହରାଇ ୧୭୮ ରନ କରିଥିଲା।
ଲକ୍ଷ୍ନୌ ପକ୍ଷରୁ ଏଡେନ ମାର୍କରମ ୬୬ ଓ ଆୟୁଷ ବଦୋନୀ ୫୦ ରନ କରିଥିଲେ। ଶେଷ ଭାଗରେ ଅବଦୁଲ ସମଦ ୧୦ ବଲରୁ ଦ୍ରୁତ ୩୦ ରନ କରିଥିଲେ। ରାଜସ୍ଥାନ ପକ୍ଷରୁ ୱନିନ୍ଦୁ ହସରଙ୍ଗା ୨ ୱିକେଟ ନେଇଥିଲେ। ୧୮୧ ରନର ପିଛା କରୁଥିବା ରାଜସ୍ଥାନ ପକ୍ଷରୁ ପ୍ରଥମ ୱିକେଟରେ ୮୫ ରନ ଯୋଡିଥିଲେ। ତେବେ ପ୍ରଥମ ୱିକେଟର ପତନ ପରେ ରାଜସ୍ଥାନ ବ୍ୟାଟିଂ ଲାଇନ ଅପ ଦ୍ରୁତ ସ୍କୋର କରିବାରେ ବିଫଳ ହୋଇଥିଲା। ଅନ୍ତିମ ଓଭରରେ ୯ ରନ ଆବଶ୍ୟକ ଥିବା ବେଳେ ଆଭେଶ ଖାନ ଚମତ୍କାର ବୋଲିଂ କରି ମାତ୍ର ୭ ରନ ବ୍ୟୟ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vaibhav_1745136453.jpg)