Advertisment

RCB Captain: ଏହି ଖେଳାଳି ହେଲେ RCBର କ୍ୟାପଟେନ, ଏମିତି ପ୍ରତିକ୍ରିୟା ରଖିଲେ କୋହଲି

ଫାଫ ଡୁପ୍ଲେସି ବିଗତ ସଂସ୍କରଣରେ ଅଧିନାୟକ ରହିଥିବା ବେଳେ ଚଳିତ ମେଗା ଅକ୍ସନରେ ତାଙ୍କୁ କୌଣସି ଦଳ କିଣି ନ ଥିଲେ। ଅନ୍ୟ ପକ୍ଷରେ କୋହଲି ଆଉଥରେ ଅଧିନାୟକ ଦାୟିତ୍ବ ଗ୍ରହଣ କରିବା ନେଇ ରିପୋର୍ଟ ମଧ୍ୟ ଆସିଥିଲା। ତେବେ ଗୁରୁବାର ଏହି ସସପେନ୍ସ ଉପରୁ ପରଦା ଉଠାଇଛି ଆରସିବି ମ୍ୟାନେଜମେଣ୍ଟ।

ଅଦ୍ୟତନ ହୋଇଛି
rcb

rcb

Advertisment

ଆଉ କିଛି ମାସରେ ଆରମ୍ଭ ହେବ ଟି୨୦ କ୍ରୀଡା ମହାକୁମ୍ଭ ଆଇପିଏଲ। ଏହା ପୂର୍ବରୁ ଆଇପିଏଲ ଇତିହାସର ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏହାର କ୍ୟାପଟେନଙ୍କ ନାମ ଘୋଷଣା କରିଛି। ଭାରତୀୟ କ୍ରିକେଟର ଅନ୍ୟତମ ଯୁବ ତାରକା ରଜତ ପଟିଦାରଙ୍କୁ ଦଳ ୨୦୨୫ ସଂସ୍କରଣ ପାଇଁ ଅଧିନାୟକ ଘୋଷଣା କରିଛି। ମାର୍ଚ୍ଚ ୨୦ ତାରିଖରୁ ଆଇପିଏଲ ଆରମ୍ଭ ହେବ।

Advertisment

ଫାଫ ଡୁପ୍ଲେସି ବିଗତ ସଂସ୍କରଣରେ ଅଧିନାୟକ ରହିଥିବା ବେଳେ ଚଳିତ ମେଗା ଅକ୍ସନରେ ତାଙ୍କୁ ଦଳ କିଣି ନ ଥିଲା ଆରସିବି। ଅନ୍ୟ ପକ୍ଷରେ କୋହଲି ଆଉଥରେ ଅଧିନାୟକ ଦାୟିତ୍ବ ଗ୍ରହଣ କରିବା ନେଇ ରିପୋର୍ଟ ମଧ୍ୟ ଆସିଥିଲା। ତେବେ ଗୁରୁବାର ଏହି ସସପେନ୍ସ ଉପରୁ ପରଦା ଉଠାଇଛି ଆରସିବି ମ୍ୟାନେଜମେଣ୍ଟ। ଦଳର ଅନ୍ୟତମ ସଫଳ ଖେଳାଳି ରଜତ ପଟିଦାରଙ୍କୁ ନେତୃତ୍ବ ନେବାର ସୁଯୋଗ ମିଳିଛି। ୨୦୨୧ରେ ରଜତ ପ୍ରଥମେ ଆରସିବି ପକ୍ଷରୁ ଖେଳିଥିଲେ। ପରେ ୨୦୨୨ରେ ଇଞ୍ଜୁରୀ ସବଷ୍ଟିଚ୍ୟୁଟ ଭାବେ ସେ ଦଳରେ ସାମିଲ ହୋଇଥିଲେ। ୨୦୨୩ରେ ସେ ଆହତ ହୋଇ ବାଦ ପଡିଥିବା ବେଳେ ୨୦୨୪ରେ ମିଡିଲ ଅର୍ଡରରେ ଚମତ୍କାର ପ୍ରଦର୍ଶନ କରିଥିଲେ। ନିକଟରେ ମଧ୍ୟପ୍ରଦେଶର ନେତୃତ୍ବ ନେଇଥିବା ପଟିଦାର ସୟଦ ମୁସ୍ତାକ ଅଲ ଓ ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିଲେ।

ଅଧିକ ପଢ଼ନ୍ତୁ: ଏମିତି ଥିଲା ବିରାଟଙ୍କ ସଂଘର୍ଷ, ବାପାଙ୍କ ମୃତ୍ୟୁ ଖବର ଶୁଣି ଜିତାଇ ଥିଲେ ଟିମ୍‌

Advertisment

ପଟିଦାରଙ୍କ ନାମ ଘୋଷଣା ପରେ ଖୁସି ଜାହିର କରିଛନ୍ତି ବିରାଟ କୋହଲି। ପଟିଦାରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଫ୍ରାଞ୍ଚାଇଜ ପାଇଁ ପ୍ରଦର୍ଶନ ଜରିଆରେ ସମଗ୍ର ଭାରତ ବର୍ଷର ଫ୍ୟାନଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ବୋଲି କହିଛନ୍ତି କୋହଲି। ମୁଁ ଓ ଟିମର ସମସ୍ତ ସଦସ୍ୟ ତୁମ ପାଇଁ ଖୁସି ଓ ତୁମ ପଛରେ ସର୍ବଦା ଛିଡା ହେବୁ ବୋଲି କହିଥିଲେ କୋହଲି। ସମାନ ଭାବେ ଆରସିବି ମୁଖ୍ୟ କୋଚ ଆଣ୍ଡି ଫ୍ଲାୱାର ମଧ୍ୟ ପଟିଦାରଙ୍କ ପାଇଁ ଖୁସି ଜାହିର କରିଛନ୍ତି।

ଏହି ଟୁର୍ନାମେଣ୍ଟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଅଧିନାୟକ ହେବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ତେବେ ସମସ୍ତ ଆଶଙ୍କାକୁ ଖାରଜ କରି ଦେଇଛନ୍ତି ବିରାଟ। ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ୯ଟି ସିଜିନରେ ଅଧିନାୟକ ଥିଲେ । ୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ଆରସିବି ଅଧିନାୟକ ଥିଲେ କୋହଲି । ତାଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ୨୦୧୬ରେ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଫାଇନାଲ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦଠାରୁ ପରାସ୍ତ ହୋଇଥିଲା । ମୋଟ ଉପରେ ବିରାଟ ଆରସିବି ପାଇଁ ୧୪୩ଟି ମ୍ୟାଚ୍‌ରେ ଅଧିନାୟକତ୍ୱ କରିଛନ୍ତି । ସେଥିମଧ୍ୟରୁ ସେ ୬୬ଟି ମ୍ୟାଚ୍‌ରେ ବିଜୟ ଲାଭ କରିଥିବାବେଳେ ୭୦ଟି ମ୍ୟାଚ୍‌ରେ ଦଳ ପରାଜୟର ସ୍ୱାଦ ଚାଖିଥିଲା ।

Advertisment

ଅଧିକ ପଢ଼ନ୍ତୁ: Virat Kohli Viral Video: ଚାଲିଥିଲା ଖେଳ, ପଡ଼ିଆ ମଝିରେ ନାଚିଲେ କୋହଲି; ଫ୍ୟାନ୍‌ ଦେଖି କହିଲେ...

Virat Kohli RCB Royal Challengers Bangalore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ