Rohit
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ସମସ୍ତ ଖେଳାଳିଙ୍କ ପାଇଁ ଘରୋଇ କ୍ରିକେଟ ଖେଳିବା ବାଧ୍ୟତାମୂଳକ କରାଯାଇଛି। ଗୁରୁବାର ଠାରୁ ରଣଜୀ ଟ୍ରଫି ଆରମ୍ଭ ହୋଇଥିବା ବେଳେ ଭାରତୀୟ ଦଳର ଏକାଧିକ ସୁପରଷ୍ଟାର ମଇଦାନକୁ ଓହ୍ଲାଇଥିଲେ। ତେବେ ପ୍ରଥମ ଦିନରେ ସମସ୍ତ ସୁପରଷ୍ଟାର ଖେଳାଳିଙ୍କ ଫ୍ଲପ ଶୋ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆରେ ବିଫଳ ହୋଇଥିବା ରୋହିତ ଶର୍ମା ଘରୋଇ ପରିବେଶରେ ଅନାମଧେୟ ବୋଲରଙ୍କ ବିପକ୍ଷରେ ଓହ୍ଲାଇଥିଲେ ମଧ୍ୟ ଖରାପ ଫର୍ମ ତାଙ୍କ ପିଛା ଛାଡୁନାହିଁ। ପ୍ରଥମ ଦିନରେ ମାତ୍ର ୧୯ ବଲ ଖେଳି ସେ ୩ ରନ ସ୍କୋର କରିଥିଲେ। ଉମ୍ରାନ ନାଜିରଙ୍କ ବଲରେ ଆଉଟ ହେବା ପରେ ରୋହିତଙ୍କ ମୁହଁରେ ନିରାଶା ସ୍ପଷ୍ଟ ଦେଖାଯାଉଥିଲା।
ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ, ରିଷଭ ପନ୍ତ, ଶୁବମାନ ଗିଲ, ଶ୍ରେୟସ ଆୟର ଓ ରବୀନ୍ଦ୍ର ଜାଡେଜାଙ୍କ ପରି ଖେଳାଳି ପଡିଆକୁ ଓହ୍ଲାଇଥିଲେ। ଏହି ଖେଳାଳିଙ୍କ ମଧ୍ୟରୁ ୪ ଜଣ ଡବଲ ଡିଜିଟରେ ପହଞ୍ଚି ପାରି ନ ଥିଲେ। ୬ ଅନ୍ତର୍ଜାତୀୟ କ୍ରିକେଟରଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ସର୍ବାଧିକ ୩୮ ରନ ସ୍କୋର କରିଥିଲେ।
ପାକିସ୍ତାନ ଓ ୟୁଏଇରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ପୂର୍ବରୁ ଫର୍ମରେ ସୁଧାର ପାଇଁ ସମସ୍ତ ଖେଳାଳିଙ୍କ ନିକଟରେ ସୁଯୋଗ ରହିଥିବା ବେଳେ ସମସ୍ତ ଖେଳାଳି ବିଫଳ ହୋଇଛନ୍ତି। ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ ଓ ଶ୍ରେୟସ ଆୟର ମୁମ୍ବାଇ ପକ୍ଷରୁ ଖେଳିଥିବା ବେଳେ ଗିଲ ପଞ୍ଜାବରୁ ଓ ରିଷଭ ପନ୍ତ ଦିଲ୍ଳୀ ଦଳରୁ ଖେଳୁଛନ୍ତି।
ଅଧିକ ପଢନ୍ତୁ: ଇଂଲଣ୍ଡକୁ ଘାଇଲା କଲେ ଅଭିଷେକ; ୭ ୱିକେଟ୍ରେ ଜିତିଲା ଭାରତ...
ଖରାପ ଫର୍ମ ଦେଇ ଗତି କରୁଥିବା ଅଧିନାୟକ ରୋହିତ ଶର୍ମା ଦୀର୍ଘ ୧୦ ବର୍ଷ ପରେ ରଣଜୀ ଟ୍ରଫି ଖେଳିବାକୁ ଓହ୍ଲାଇଥିଲେ। ତେବେ ପ୍ରଥମ ମ୍ୟାଚରେ ରୋହିତ ମାତ୍ର ୩ ରନ କରି ଆଉଟ ହୋଇଥିଲେ। ଜମ୍ମୁ କଶ୍ମୀର ବିପକ୍ଷରେ ମୁମ୍ବାଇ ଟସ ଜିତି ବ୍ୟାଟିଂ କରିଥିଲା। ରୋହିତ ମାତ୍ର ୩ ରନ କରିଥିବା ବେଳେ ଜୟସ୍ବାଲ ୪ ରନ ସ୍କୋର କରିଥିଲେ। ଅନ୍ୟ ପକ୍ଷରେ ଶ୍ରେୟସ ଆୟର ୧୧ରନ ସ୍କୋର କରିଥିଲେ। ପୂର୍ବତନ ଭାରତୀୟ ଖେଳାଳି ଆଜିଙ୍କ୍ୟ ରାହାଣେ ୧୨ ରନ କରିଥିବା ବେଳେ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ୫୧ ରନ କରିଥିଲେ।
ଅନ୍ୟତମ ଖେଳାଳିଙ୍କ ମଧ୍ୟରେ ଶୁବମାନ ଗିଲ ମାତ୍ର ୪ ରନ କରି ଆଉଟ ହୋଇଥିଲେ। ପଞ୍ଜାବର କ୍ୟାପଟେନ ଗିଲ ୮ ବଲ ଖେଳି ଅଭିଳାଷ ସେଟ୍ଟୀଙ୍କ ବଲରେ ଆଉଟ ହୋଇଥିଲେ। ପଞ୍ଜାବ ବିଫଳ ହେବା ସହ ମାତ୍ର ୫୫ ରନରେ ଅଲଆଉଟ ହୋଇଥିଲା। ସେହିପରି ଦିଲ୍ଲୀ ଓ ସୌରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଓହ୍ଲାଇଥିଲେ ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା ଓ ଚେତେଶ୍ବର ପୂଜାରା। ପନ୍ତ ଓ ପୂଜାରା ଯଥାକ୍ରମେ ୩ ଓ ୬ ରନ ସ୍କୋର କରିଥିଲେ। ରବୀନ୍ଦ୍ର ଜାଡେଜା ଭଲ ଆରମ୍ଭ ପାଇଥିଲେ ମଧ୍ୟ ୩୮ ରନ କରି ଆଉଟ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Rohit_1737635559.jpg)