/odishatv-khabar/media/post_attachments/uploadimage/library/16_9/16_9_0/narine_1745997749.jpg)
narine
କୋଲକାତା ନାଇଟ ରାଇଡର୍ସର ବୋଲର ସୁନୀଲ ନାରିନ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ୩ ୱିକେଟ ନେଇ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଥିବା ସୁନୀଲ ନାରିନ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ସୁନୀଲ ଏକ ଏଲିଟ କ୍ଲବରେ ସାମିଲ ହୋଇଛନ୍ତି। ଗୋଟିଏ ଦଳ ପକ୍ଷରୁ ବିଶ୍ବରେ ସର୍ବାଧିକ ୱିକେଟ ନେଇଥିବା ବୋଲରଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି।
ଅଧିକ ପଢନ୍ତୁ:ସୁପର ଓଭରରେ ଜିତିଲା କ୍ୟାପିଟାଲ୍ସ, କୋଟଲାରେ ପ୍ରଥମ ବିଜୟ
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ କେକେଆର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୨୦୪ ରନ କରିଥିଲା। ଦଳ ପକ୍ଷରୁ ଅଙ୍ଗକ୍ରିଶ ରଘୁବଂଶୀ ୪୪ ଓ ରିଙ୍କୁ ସିଂ ୩୬ ରନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁନୀଲ ନାରିନ ୨୭, ଆଜିଙ୍କ୍ୟ ରାହାଣେ ୨୬ ଓ ରହମାନଉଲ୍ଲା ଗୁରବାଜ ୨୬ ରନ କରିଥିଲେ। କ୍ୟାପିଟାଲ୍ସ ପକ୍ଷରୁ ମିଚେଲ ଷ୍ଟାର୍କ ୩, ଅକ୍ଷର ପଟେଲ ଓ ବିପରାଜ ନିଗମ ଦୁଇଟି ଲେଖାଏ ୱିକେଟ ନେଇଥିଲେ। ୨୦୫ ରନର ପିଛା କରୁଥିବା ଦିଲ୍ଲୀ ୯ ୱିକେଟ ହରାଇ ୧୯୦ ରନ କରିଥିଲା। ଦିଲ୍ଲୀ ପକ୍ଷରୁ ଫାଫ ଡୁ ପ୍ଲେସିସ ୬୨, ଅକ୍ଷର ପଟେଲ ୪୩ ଓ ବିପରାଜ ନିଗମ ୩୮ ରନ କରିଥିଲେ। କେକେଆର ପକ୍ଷରୁ ସୁନୀଲ ନାରିନ ୩ ୱିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ୨ ୱିକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆନ୍ଦ୍ରେ ରସେଲ, ବୈଭବ ଅରୋରା ଓ ଅନୁକୂଳ ରୟ ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ନାରିନଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା।
ଏହି ମ୍ୟାଚ ପୂର୍ବରୁ ସୁନୀଲ ନାରିନ କେକେଆର ପକ୍ଷରୁ ୧୯୪ ମ୍ୟାଚ ଖେଳି ୨୦୫ ୱିକେଟ ନେଇଥିଲେ। ଏହି ମ୍ୟାଚରେ ୩ ୱିକେଟ ନେବା ସହିତ ସମିତ ପଟେଲଙ୍କ ରେକର୍ଡ ଭାଙ୍ଗିଥିଲେ। ନଟିଙ୍ଗହାମ୍ପଶାୟର ପକ୍ଷରୁ ଖେଳୁଥିବା ସମିତ ପଟେଲ ୨୩୨ ମ୍ୟାଚରୁ ୨୦୮ ୱିକେଟ ନେଇଥିଲେ। ଉଭୟ ଖେଳାଳି ୨୦୮ ଲେଖାଏ ୱିକେଟ ନେଇଥିଲେ ମଧ୍ୟ ସମିତ ଅବସର ନେଇ ସାରିଛନ୍ତି। ତେଣୁ ସୁନୀଲ ନାରିନ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ହାମ୍ପାଶାୟର ପକ୍ଷରୁ ଖେଳୁଥିବା କ୍ରିସ ଉଡ ୧୯୯ ୱିକେଟ ନେଇ ତୃତୀୟ ସ୍ଥାନରେ ରହିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ଲାସିଥ ମାଲିଙ୍ଗା ୧୯୫ ୱିକେଟ ନେଇ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ଗ୍ଲୁକୋସେଷ୍ଟରଶାୟର ପକ୍ଷରୁ ଖେଳିଥିବା ଡେଭିଡ ପେନ ୧୯୩ ୱିକେଟ ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)