Advertisment

Prithvi Shaw Noc: ସଚିନଙ୍କ ସହ ତୁଳନା କରାଯାଉଥିଲା, ଖରାପ ଫର୍ମ ପାଇଁ ଛାଡିବେ ଟିମ

ଏକଦା ତାଙ୍କୁ ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରାଙ୍କ ସହ ତୁଳନା କରାଯାଉଥିଲା। ଏକଦା ଭାରତୀୟ ଟିମର ଭବିଷ୍ୟତ ଭାବେ ଗଣା ଯାଉଥିବା ଖେଳାଳି ବର୍ତ୍ତମାନ ନିଜ ରଣଜୀ ଟିମରେ ମଧ୍ୟ ଜାଗା ପାଉ ନାହାନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
shaw

shaw

ଏକଦା ତାଙ୍କୁ ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରାଙ୍କ ସହ ତୁଳନା କରାଯାଉଥିଲା। ଏପରିକି ଓପନିଙ୍ଗ ବ୍ୟାଟିଂରେ ଧୂଆଁଧାର ବ୍ୟାଟିଂ କରୁଥିବା କାରଣରୁ ତାଙ୍କୁ କେହି କେହି ବୀରେନ୍ଦ୍ର ସେହ୍ବାଗଙ୍କ କାର୍ବନ କପି ବୋଲି ମଧ୍ୟ କୁହନ୍ତି। ତେବେ ବର୍ତ୍ତମାନ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଏହି ଖେଳାଳି। ଏକଦା ଭାରତୀୟ ଟିମର ଭବିଷ୍ୟତ ଭାବେ ଗଣା ଯାଉଥିବା ଖେଳାଳି ବର୍ତ୍ତମାନ ନିଜ ରଣଜୀ ଟିମରେ ମଧ୍ୟ ଜାଗା ପାଉ ନାହାନ୍ତି।

Advertisment

ରଣଜୀ ଟିମରେ ସ୍ଥାନ ନ ମିଳିବା ପରେ ବର୍ତ୍ତମାନ ଟିମ ବଦଳାଇବା ପାଇଁ ଏନଓସି ଆବେଦନ ମଧ୍ୟ କରିଛନ୍ତି। ଭାରତୀୟ କ୍ରିକେଟ ଦଳର ତାରକା ଖେଳାଳି ପୃଥ୍ବୀ ଶ’। ଖରାପ ଫର୍ମ ସହିତ ନାନା ପ୍ରକାର ବିବାଦରେ ଛନ୍ଦି ହୋଇପଡିଛନ୍ତି ସେ। ଭାରତୀୟ କ୍ରିକେଟ ଦଳର ନିୟମିତ ଓପନର ଭାବେ ସ୍ଥାନ ପକ୍କା କରିବାକୁ ଯାଉଥିବା ବେଳେ ସେ ଡ୍ରଗ୍ସ ସେବନ କାରଣରୁ ବର୍ଷେ ବାସନ୍ଦ ହୋଇଥିଲେ। ଏହା ପରଠାରୁ ନିୟମିତ ଭାବେ କୌଣସି ନା କୌଣସି ବିବାଦରେ ଛନ୍ଦି ହୋଇ ରହୁଛନ୍ତି ପୃଥ୍ବୀ।

ଅଧିକ ପଢ଼ନ୍ତୁ: ପୁଣି ଥରେ ଭାଇରାଲ ହେଲା ପନ୍ତଙ୍କ ଷ୍ଟମ୍ପ ମାଇକ ବୟାନ, ବୋଲରଙ୍କୁ କହିଲେ ଏମିତି...

Advertisment

ବର୍ତ୍ତମାନ ସେ ମୁମ୍ବାଇ କ୍ରିକେଟ ଆସୋସିଏସନ ନିକଟରେ ଦଳ ଛାଡିବା ପାଇଁ ଏନଓସିର ଆବେଦନ କରିଛନ୍ତି। ୨୦୨୪-୨୫ ସିଜନ ଅଧାରେ ମୁମ୍ବାଇ ଦଳରୁ ବାଦ ପଡିଥିଲେ ଶ‘। ତାଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠିଥିଲା। ଏହା ପରଠାରୁ ସେ ମୁମ୍ବାଇ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରି ନାହାନ୍ତି। ଏକ ରିପୋର୍ଟ ଅନୁସାରେ ଏକାଧିକ ରାଜ୍ୟରୁ ଶ’ଙ୍କୁ ଖେଳିବାର ଅଫର ରହିଛି। ସେ ଖୁବ ଶୀଘ୍ର ଏନଓସି ପରେ ନୂତନ ଟିମ ସମ୍ପର୍କରେ ଘୋଷଣା କରିବେ।

କିଛି ମାସ ପୂର୍ବରୁ ଶ’ଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ଅଣଦେଖା କରାଯାଇଥିଲା। ଏଥିରେ ଦୁଃଖିତ ହୋଇ ସେ ଏକ ପୋଷ୍ଟ କରିଥିଲେ। ୬୫ ଲିଷ୍ଟ ଏ ମ୍ୟାଚରେ ୫୫.୭୨ ଆଭରେଜରେ ୩୩୯୯ ରନ ସ୍କୋର କରିଛି। ଟିମରେ ସ୍ଥାନ ପାଇବାକୁ ଏହାଠୁ ଅଧିକ କଣ ଦରକାର ବୋଲି ସେ ପ୍ରଶ୍ନ କରିଥିଲେ। କିଛି ଦିନ ପୂର୍ବରୁ ଶ୍ରେୟସ ଆୟର ମଧ୍ୟ କହିଥିଲେ ପୃଥ୍ବୀ ଶ’ ଜଣେ ପ୍ରତିଭାବାନ ଖେଳାଳି। ସେ ନିଜ ରୁଟିନକୁ ଠିକ କଲେ ପୁଣି ଥରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରିବେ।

ଉଲ୍ଲେଖଯୋଗ୍ୟ ଯେ, ପୃଥ୍ବୀ ଭାରତ ପାଇଁ ୫ ଟେଷ୍ଟ , ୬ ଦିନିକିଆ ଓ ୧ ଟି୨୦ ମ୍ୟାଚ ଖେଳିଛନ୍ତି। ୫ ଟେଷ୍ଟରୁ ଗୋଟିଏ ଶତକ ଓ ଦୁଇ ଅର୍ଦ୍ଧଶତକ ସହିତ ସେ ୪୨ ଆଭରେଜରେ ୩୩୯ ରନ ସ୍କୋର କରିଛନ୍ତି। ସେହିପରି ଦିନିକିଆରେ ୬ ମ୍ୟାଚରୁ ୩୨ ଆଭରେଜରେ ସ୍କୋର କରିଛନ୍ତି ୧୮୯ ରନ।

ଅଧିକ ପଢ଼ନ୍ତୁ: ଏକା ଥରକେ ୩ଟି କ୍ୟାଚ ଛାଡିଲେ ଜୟସ୍ବାଲ, ଏମିତି ପ୍ରତିକ୍ରିୟା ପ୍ରକାଶ କଲେ ଫ୍ୟାନ

Sachin Tendulkar Maharashtra Cricket Association Stadium Prithvi Shaw
Advertisment
Advertisment