Advertisment

Rishabh Pant Injured: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତକୁ ଝଟକା, ପ୍ରଥମ ଦିନର ନେଟ୍ସରେ ଆହତ ହେଲେ ଷ୍ଟାର ଖେଳାଳି

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ ଝଟକା ଲାଗିଛି। ପ୍ରଥମରୁ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା ଆହତ ହୋଇ ବାଦ ପଡିଥିଲେ। ଭାରତୀୟ ଦଳ ଶନିବାର ଦୁବାଇ ଗସ୍ତ କରିଥିଲା। ଦୁବାଇରେ ପ୍ରଥମ ଦିନର ନେଟ୍ସରେ ଭାରତକୁ ଆଉ ଏକ ବଡ ଝଟକା ଲାଗିଛି।

ଅଦ୍ୟତନ ହୋଇଛି
pant

pant

Advertisment

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ ଝଟକା ଲାଗିଛି। ପ୍ରଥମରୁ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରା ଆହତ ହୋଇ ବାଦ ପଡିଥିଲେ। ଭାରତୀୟ ଦଳ ଶନିବାର ଦୁବାଇ ଗସ୍ତ କରିଥିଲା। ଦୁବାଇରେ ପ୍ରଥମ ଦିନର ନେଟ୍ସରେ ଭାରତକୁ ଆଉ ଏକ ବଡ ଝଟକା ଲାଗିଛି। ଅଭ୍ୟାସ ସମୟରେ ଭାରତୀୟ ଦଳର ୱିକେଟ କିପର ବ୍ୟାଟର ରିଷଭ ପନ୍ତ ଆହତ ହୋଇଛନ୍ତି। ଏହାର ଏକ ଭିଡିଓ ଭାଇରାଲ ହୋଇଛି।

Advertisment

ରବିବାର ଅନୁଷ୍ଠିତ ନେଟ୍ସ ସେସନରେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରୁଥିବା ବେଳେ ପନ୍ତ ଆହତ ହୋଇଥିଲେ। ପାଣ୍ଡ୍ୟାଙ୍କ ଶଟ ସିଧାସଳଖ ପନ୍ତଙ୍କ ଆଣ୍ଠୁରେ ବାଜିଥିଲା। ପନ୍ତ ଯନ୍ତ୍ରଣାରେ ତଳେ ଗଡୁଥିବାର ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ ଯେ, ୨୦୨୨ରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ। ସମାନ ଆଣ୍ଠୁରେ ଆଘାତ କାରଣରୁ ପନ୍ତ ୨ ବର୍ଷ ଧରି କ୍ରିକେଟରୁ ଦୂରେଇ ରହିଥିଲେ। ଟି୨୦ ବିଶ୍ବକପରେ ପ୍ରତ୍ୟାବର୍ତ୍ତନ କରିଥିବା ପନ୍ତ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ସିରିଜରେ ସୁଯୋଗ ପାଇ ନ ଥିଲେ।

Advertisment


ଅଧିକ ପଢ଼ନ୍ତୁ: ଚାମ୍ପିୟନ୍ସ ଟ୍ରଫି ପାଇଁ ରାହୁଲ, ପାଣ୍ଡ୍ୟାଙ୍କୁ ଉପେକ୍ଷା

ନିଖିଲ ନାମକ ଜଣେ ୟୁଜର ଏହି ଭିଡିଓଟିକୁ ଟ୍ବିଟରରେ ପୋଷ୍ଟ କରିଥିଲେ। ଏହି ଭିଡିଓଟି ଭାଇରାଲ ହୋଇଥିବା ବେଳେ ଭାରତୀୟ ସମର୍ଥକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପନ୍ତଙ୍କ ଅନୁପସ୍ଥିତି ଭାରତୀୟ ବ୍ୟାଟିଂ ଲାଇନଅପକୁ ଦୁର୍ବଳ କରିଦେବ। ବୁମରାଙ୍କ ଅନୁପସ୍ଥିତିରେ ବୋଲିଂ ବିଭାଗ ପୂର୍ବରୁ ଦୁର୍ବଳ ମନେ ହେଉଥିବା ବେଳେ ଯଦି ପନ୍ତଙ୍କ ଆହତ ସମସ୍ୟା ଗୁରୁତର ରୁହେ ତେବେ ବ୍ୟାଟିଂରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳିବ।

ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଉଦଘାଟନୀ ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଫେବୃଆରୀ ୧୯ରେ କରାଚିରେ ଖେଳାଯିବ। ୨୦ ତାରିଖରେ ଭାରତ ବାଂଲାଦେଶ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଏହା ପରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ ମଧ୍ୟରେ ଫେବୃଆରୀ ୨୩ରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଭାରତ ନିଜର ତୃତୀୟ ମ୍ୟାଚ୍ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ।

Advertisment

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମରୁ ଟିମ ଇଣ୍ଡିଆ ଖେଳିବାକୁ ଯିବା ପାଇଁ ମନା କରିବା ପରେ ଟୁର୍ନାମେଣ୍ଟ ପାକିସ୍ତାନ ବାହାରକୁ ଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ହାଇବ୍ରିଡ ମଡେଲ ପାଇଁ ପାକିସ୍ତାନ ରାଜି ହେବା ପରଠାରୁ ଏହି ଆଶଙ୍କା ଦୂର ହୋଇଥିଲା। ଅନ୍ୟ ସମସ୍ତ ଦଳ ପାକିସ୍ତାନରେ ସେମାନଙ୍କ ମ୍ୟାଚ ଖେଳିବେ। ଅନ୍ୟ ପକ୍ଷରେ ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ ୟୁଏଇରେ ଖେଳିବ।

ଅଧିକ ପଢ଼ନ୍ତୁ: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

ପାକିସ୍ତାନର ୩ ଭେନ୍ୟୁରେ ଏହି ଟୁର୍ନାମେଣ୍ଟ ଖେଳାଯିବ। ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ, ଲାହୋରର ଗଦ୍ଦାଫି ଷ୍ଟାଡିୟମ ଓ କରାଚୀର ନ୍ୟାସନାଲ ବ୍ୟାଙ୍କ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ। ଏହା ବ୍ୟତୀତ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତର ସମସ୍ତ ମ୍ୟାଚ ଖେଳାଯିବ। ସରକାରଙ୍କ ପକ୍ଷରୁ କ୍ଲିଅରାନ୍ସ ନ ମିଳିବାରୁ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଯାଇ ନଥିଲା।

ICC Rishabh Pant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ