/odishatv-khabar/media/post_attachments/uploadimage/library/16_9/16_9_0/dada_1750772176.jpg)
dada
ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ସୌରଭ ଗାଙ୍ଗୁଲି ଓ ଭିଭିଏସ ଲକ୍ଷ୍ମଣ। ଉଭୟ ଏକାଧିକ ମ୍ୟାଚରେ ଦଳକୁ ଜିତାଇବା ପାଇଁ ପାର୍ଟନରସିପ କରିଛନ୍ତି। ତେବେ ଏହି ଖେଳାଳି ପ୍ରାୟ ୩ ମାସ ଧରି ପରସ୍ପର ସହିତ କଥା ହୋଇ ନ ଥିଲେ। ଦୀର୍ଘ ୨୨ ବର୍ଷ ପରେ ଏହି ଘଟଣା ଉପରୁ ପରଦା ଉଠାଇଛନ୍ତି ଭାରତୀୟ କ୍ରିକେଟର ଦାଦା ସୌରଭ ଗାଙ୍ଗୁଲି।
ଅଧିକ ପଢ଼ନ୍ତୁ: ପୁଣି ଥରେ ଭାଇରାଲ ହେଲା ପନ୍ତଙ୍କ ଷ୍ଟମ୍ପ ମାଇକ ବୟାନ, ବୋଲରଙ୍କୁ କହିଲେ ଏମିତି...
୨୦୦୩ ବିଶ୍ବକପ ସମୟର ଦଳ ଘୋଷଣା ପରେ ଦୁଇ କିମ୍ବଦନ୍ତୀଙ୍କ ମଧ୍ୟରେ ଏହି ବିବାଦ ଦେଖା ଦେଇଥିଲା। ନିକଟରେ ଗାଙ୍ଗୁଲି ଏକ କାର୍ଯ୍ୟକ୍ରମରେ ଏହି ଘଟଣା ଉପରୁ ପରଦା ଉଠାଇଛନ୍ତି। ୨୦୧୯ରେ ଅମ୍ବାତି ରାୟୁଡୁଙ୍କ ସହିତ ଯାହା ହୋଇଥିଲା ସମାନ ଘଟଣା ୨୦୦୩ରେ ଲକ୍ଷ୍ମଣଙ୍କ ସହିତ ଘଟିଥିଲା। ବିଶ୍ବକପ ଦଳ ଘୋଷଣାର ପୂର୍ବ ସିରିଜ ପର୍ଯ୍ୟନ୍ତ ଲକ୍ଷ୍ମଣ ଭାରତୀୟ ଦଳର ସଦସ୍ୟ ରହିଥିଲେ। ତେବେ ବିଶ୍ବକପ ଦଳରେ ଲକ୍ଷ୍ମଣଙ୍କୁ ସ୍ଥାନ ମିଳି ନ ଥିଲା।
ଏହି ବିଶ୍ବକପ ପାଇଁ ଭାରତ ଲକ୍ଷ୍ମଣଙ୍କ ସ୍ଥାନରେ ଦୀନେଶ ମୋଙ୍ଗିଆଙ୍କୁ ସାମିଲ କରିଥିଲା। ମୋଙ୍ଗିଆ ଓ ଲକ୍ଷ୍ମଣ ଉଭୟ ଦକ୍ଷ ବ୍ୟାଟର ଥିଲେ ମଧ୍ୟ ଉନ୍ନତ ଫିଲ୍ଡିଂ କାରଣରୁ ମୋଙ୍ଗିଆଙ୍କୁ ସାଉଥ ଆଫ୍ରିକା ପାଇଁ ଟିକେଟ ମିଳିଥିଲା। ସେ ସମୟରେ ଅଧିନାୟକ ରହିଥିବା ଗାଙ୍ଗୁଲି ହିଁ ଏହି ନିଷ୍ପତ୍ତି ନେଇଥିଲେ। ଏପରିକି ଏହି ନିଷ୍ପତ୍ତିକୁ ନେଇ ଚୟନକର୍ତ୍ତାଙ୍କ ସହ ତାଙ୍କର ମତଭେଦ ମଧ୍ୟ ହୋଇଥିଲା। ମାତ୍ର ଲକ୍ଷ୍ମଣ ଏହି ନିଷ୍ପତ୍ତିରେ ସବୁଠାରୁ ଅଧିକ ଦୁଃଖୀ ହୋଇଥିଲେ। ଏହି ଘଟଣା ପରେ ସେ ଗାଙ୍ଗୁଲିଙ୍କ ସହ ପ୍ରାୟ ୩ ମାସ କଥା ହେବା ବନ୍ଦ କରି ଦେଇଥିଲେ।
ତେବେ ଟେଷ୍ଟରେ କିମ୍ବଦନ୍ତୀ ରହିଥିବା ଲକ୍ଷ୍ମଣ ବାଦ ପଡିବା ପାଇଁ ତାଙ୍କ ପ୍ରଦର୍ଶନ ମଧ୍ୟ ଦାୟୀ। ଭାରତ ପାଇଁ ସେ ୮୬ ଦିନିକିଆ ମ୍ୟାଚ ଖେଳି ସ୍କୋର କରିଥିଲେ ୨୩୩୮ ରନ। ତାଙ୍କର ଆଭରେଜ ମାତ୍ର ୩୦.୭୬ ରହିଥିବା ବେଳେ ଷ୍ଟ୍ରାଇକରେଟ ୭୧.୨୩ ଥିଲା। ଟେଷ୍ଟରେ ୮ ହଜାରରୁ ଅଧିକ ରନ କରିଥିବା ଲକ୍ଷ୍ମଣଙ୍କ ପାଇଁ ଦିନିକିଆର ରନ ଅତ୍ୟନ୍ତ ସାଧାରଣ ରହିଥିଲା। ଯାହା ଫଳରେ ତାଙ୍କୁ ବିଶ୍ବକପ ଦଳରେ ସ୍ଥାନ ମିଳି ନ ଥିଲା।
୩ ମାସ ପରେ ଭାରତ ପ୍ରତ୍ୟାବର୍ତ୍ତନ ପରେ ସେ ହିଁ ଲକ୍ଷ୍ମଣଙ୍କୁ ବୁଝାଇଥିଲେ। ପରେ ଉଭୟ ପରସ୍ପର ସହ ପୂର୍ବପରି କଥା ହୋଇଥିଲେ। ୨୦୦୩ ବିଶ୍ବକପରେ ଭାରତ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ନିକଟରୁ ହାରି ରନର ଅପ ରହିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)