Advertisment

Shreyas Iyer ICC Player of the Month: ଚାମ୍ପିୟନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ, ଶ୍ରେୟସ ଆୟରଙ୍କୁ ମିଳିଲା ପୁରସ୍କାର

ଆଇସିସି ପକ୍ଷରୁ ମାର୍ଚ୍ଚ ମାସ ପାଇଁ ପ୍ଲେୟର ଅଫ ଦ ମନ୍ଥ ପୁରସ୍କାର ତାଲିକା ଘୋଷଣା କରାଯାଇଛି। ମଙ୍ଗଳବାର ଆୟରଙ୍କ ନାମ ଘୋଷଣା କରିଛି ଆଇସିସି। ଚାମ୍ପିୟନ୍ସ ଟ୍ରଫିରେ ଶ୍ରେୟସ ଆୟର ଭାରତର ଟପ ସ୍କୋରର ରହିଥିଲେ। ୨୪୩ ରନ ସ୍କୋର କରିଥିବା ଆୟର ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସର୍ବାଧିକ ସ୍କୋରର ମଧ୍ୟ ରହିଥିଲେ। ପ୍ଲେୟର ଅଫ ଦ ମନ୍ଥ ତାଲିକାରେ ଆୟର ନ୍ୟୁଜିଲାଣ୍ଡର ଜାକବ ଡଫି ଓ ରାଚିନ ରବୀନ୍ଦ୍ରଙ୍କୁ ପଛରେ ପକାଇଥିଲେ।

ଅଦ୍ୟତନ ହୋଇଛି
iyer

ଅଧିକ ପଢନ୍ତୁ:କାହିଁକି ବ୍ୟାଟ୍ ଚେକ୍ କରୁଛନ୍ତି ଅମ୍ପାୟାର, ଭିଡିଓ ଭାଇରାଲ୍ ହେବା ପରେ ବଢ଼ିଲା ସନ୍ଦେହ

ମାର୍ଚ୍ଚ ମାସ ପାଇଁ ‘ଆଇସିସି ମେନ୍ସ ପ୍ଳେୟର’ ତଥା ମାସର ଶ୍ରେଷ୍ଠ ଖେଳାଳି ଭାବରେ ମନୋନୀତ ହେବା ମୋ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ଶ୍ରେୟସ ଆୟର। ଏହି ସମ୍ମାନ ଅତ୍ୟନ୍ତ ସ୍ୱତନ୍ତ୍ର, ବିଶେଷକରି ଏପରି ଏକ ମାସରେ ଯେଉଁଠାରେ ଆମେ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ବିଜୟ ଲାଭ କରିଛୁ ସେ ସମୟରେ ଏହାର ମୂଲ୍ୟ ଅତୁଳନୀୟ। ଏଭଳି ଏକ ବିଶେଷ ମୁହୂର୍ତ୍ତକୁ ମୁଁ ସର୍ବଦା ମନେ ରଖିବାକୁ ଚେଷ୍ଟା କରିବି ବୋଲି ଶ୍ରେୟସ ଆୟର କହିଛନ୍ତି।

Advertisment

ଭାରତର ବିଜୟରେ ଯୋଗଦାନ କରିବା ମୋ ପାଇଁ ସର୍ବଦା ଗୁରୁତ୍ବପୂର୍ଣ୍ଣ। ଏହା ସହିତ ଶ୍ରେୟସ ନିଜର ସମସ୍ତ ଟିମମେଟ, କୋଚ ଓ ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ୫ ଇନିଂସରେ ୪୮.୬୦ର ଆଭରେଜରେ ୨୪୩ ରନ ସ୍କୋର କରିଥିଲେ। ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ୩୦ ବର୍ଷୀୟ ଆୟର ଇଂଲଣ୍ଡ ସିରିଜରେ ୩ ମ୍ୟାଚରୁ ୧୭୨ ରନ ସ୍କୋର କରିଥିଲେ।

ଚାମ୍ପିୟନ୍ସ ଟ୍ରଫିରେ ଆୟର ନ୍ୟୁଜିଲାଣ୍ଡ ବିପକ୍ଷ ଗ୍ରୁପ ମ୍ୟାଚରେ ୭୯ ରନ କରିଥିଲେ। ଏହା ବ୍ୟତୀତ ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ୪୫ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ୪୮ ରନ ସ୍କୋର କରିଥିଲେ। ଆୟର ୨ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ବିସିସିଆଇ ଶ୍ରେୟସଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ ଦେଇଥିଲା। ବିସିସିଆଇ ଘରୋଇ କ୍ରିକେଟ ଖେଳିବା ନିୟମ ବାଧ୍ୟତାମୂଳକ କରିଥିବା ବେଳେ ଆୟର ନ ଖେଳିବାରୁ ତାଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ ଦିଆଯାଇଥିଲା।

Advertisment

ଅଧିକ ପଢନ୍ତୁ:ଇଣ୍ଟରନେଟରେ ହୃଦୟ ଜିତିଲେ ଶ୍ରେୟସ ଆୟର, ଫ୍ୟାନଙ୍କ ସହିତ ନେଲେ ସେଲଫି

ICC IPL Shreyas Iyer IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ