Advertisment

Ashutosh Sharma: କୋଚଙ୍କ ବଡ଼ ଖୁଲାସା, ଚୟନକର୍ତ୍ତାଙ୍କ ବିପକ୍ଷରେ ଯାଇ ଆଶୁତୋଷଙ୍କୁ ଖେଳାଇଥିଲେ

ତେବେ ଆଶୁତୋଷଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି ରେଲୱେଜ ଦଳର କୋଚ ନିଖିଲ ଡୋରୁ। ଆଶୁତୋଷ ଚଳିତ ବର୍ଷ ଗୁଜରାଟ ବିପକ୍ଷରେ ରଣଜୀ ଟ୍ରଫି ଡେବ୍ୟୁ କରିଥିଲେ। ତେବେ ଆଶୁତୋଷଙ୍କ ପଦାର୍ପଣକୁ ନେଇ ରେଲୱେଜର ସିଲେକ୍ଟର ମାନେ ଖୁସି ନ ଥିଲେ। ସେମାନେ ଆଶୁତୋଷଙ୍କୁ ଟିମରେ ଦେଖିବାକୁ ଚାହିଁ ନ ଥିଲେ। ଆଶୁତୋଷ କେବଳ ଧୂଆଁଧାର ବ୍ୟାଟିଂ କ଼ରି ପାରିବେ। ସମ୍ପୂର୍ଣ୍ଣ କ୍ରିକେଟ ଖେଳାଳି ହେବାର ଦକ୍ଷତା ତାଙ୍କ ନିକଟରେ ନାହିଁ ବୋଲି କୁହାଯାଇଥିଲା।

ଅଦ୍ୟତନ ହୋଇଛି
selector

selector

Advertisment

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ଧୂଆଁଧାର ବ୍ୟାଟିଂ ଜରିଆରେ ଘରେ ଘରେ ପରିଚୟ ହାସଲ କରିଛନ୍ତି ଆଶୁତୋଷ ଶର୍ମା। ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ଆଶୁତୋଷ ପ୍ରଥମ ମ୍ୟାଚରୁ ହିଁ ନିଜର ଜଲୱା ଦେଖାଇଥିଲେ। ୩୧ ବଲ ଖେଳି ଅପରାଜିତ ୬୬ ରନ ସ୍କୋର କରିଥିବା ବେଳେ ଦଳକୁ ଜିତାଇଥିଲେ। ଦିଲ୍ଲୀ ୬୬ ରନରେ ୫ ୱିକେଟ ହରାଇଥିବା ବେଳେ ଆଶୁତୋଷ ଦୁଇଟି ଚମତ୍କାର ଭାଗୀଦାରି ସହ ଦଳକୁ ଫିନିଶ ଲାଇନ ପାର କରାଇଥିଲେ। ପ୍ରଥମେ ଟ୍ରିଷ୍ଟାନ ଷ୍ଟବ୍ସ ୩୪ ଓ ବିପରାଜ ନିଗମ ୩୯ଙ୍କ ସହିତ ଦୁଇଟି ଚମତ୍କାର ପାର୍ଟନରଶିପ କରିଥିଲେ। ୬୬ ରନର ଇନିଂସରେ ସେ ୫ଟି ଲେଖାଏ ଛକା ଓ ଚୌକା ମାରିଥିଲେ।

Advertisment

ତେବେ ଆଶୁତୋଷଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି ରେଲୱେଜ ଦଳର କୋଚ ନିଖିଲ ଡୋରୁ। ଆଶୁତୋଷ ଚଳିତ ବର୍ଷ ଗୁଜରାଟ ବିପକ୍ଷରେ ରଣଜୀ ଟ୍ରଫି ଡେବ୍ୟୁ କରିଥିଲେ। ତେବେ ଆଶୁତୋଷଙ୍କ ପଦାର୍ପଣକୁ ନେଇ ରେଲୱେଜର ସିଲେକ୍ଟର ମାନେ ଖୁସି ନ ଥିଲେ। ସେମାନେ ଆଶୁତୋଷଙ୍କୁ ଟିମରେ ଦେଖିବାକୁ ଚାହିଁ ନ ଥିଲେ। ଆଶୁତୋଷ କେବଳ ଧୂଆଁଧାର ବ୍ୟାଟିଂ କ଼ରି ପାରିବେ। ସମ୍ପୂର୍ଣ୍ଣ କ୍ରିକେଟ ଖେଳାଳି ହେବାର ଦକ୍ଷତା ତାଙ୍କ ନିକଟରେ ନାହିଁ ବୋଲି କୁହାଯାଇଥିଲା।

ଅଧିକ ପଢ଼ନ୍ତୁ: ୨୦୨୬ରେ ଅବସର ନେବେ କି କ୍ୟାପଟେନ କୁଲ୍ ? ବଡ଼ ଘୋଷଣା କଲେ ଧୋନୀ

ତେବେ ଡୋରୁ ଆଶୁତୋଷଙ୍କ ସମର୍ଥନରେ ବାହାରି ଥିଲେ। ପ୍ରଥମ ୪ ମ୍ୟାଚରେ ସୁଯୋଗ ନ ମିଳିବା ପରେ ଗୁଜରାଟ ବିପକ୍ଷରେ ପଦାର୍ପଣ କରିଥିଲେ ଏହ ମ୍ୟାଚ ପାଇଁ ଆଶୁତୋଷ ସୁଯୋଗ ପାଇଥିଲେ ମଧ୍ୟ ସେ ସିଲେକ୍ଟରଙ୍କ ରାଡାରରେ ଥିଲେ। ଏହା ସହିତ ଏହି ମ୍ୟାଚ ଭଲସାଡରେ ଖେଳା ଯାଇଥିଲା ଯାହା ଗୁଜରାଟର ଷ୍ଟ୍ରଙ୍ଗ ବେସ। ଏହି ମ୍ୟାଚରେ ଆରମ୍ଭରୁ ଆଶୁତୋଷଙ୍କ ନାମ ନ ଥିଲା। ନିଖିଲ ଡୋରୁ ବିସିସିଆଇ ନିକଟରୁ ଅନୁମତି ଆଣିବା ପରେ ଆଶୁତୋଷଙ୍କୁ ଖେଳିବାକୁ ମିଳିଥିଲା। ଅନୁମତି ମିଳିବାରେ ସାମାନ୍ୟ ବିଳମ୍ବ କାରଣରୁ ଆଶୁତୋଷ ୭ ନମ୍ବରରେ ବ୍ୟାଟିଂ କରିଥିଲେ।

Advertisment

୭ ନମ୍ବରରେ ବ୍ୟାଟିଂ କରିଥିବା ବେଳେ ସେ ଶତକ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏହି ମ୍ୟାଚରେ ୮୪ ବଲର ସମ୍ମୁଖୀନ ହୋଇ ଆଶୁତୋଷ ୧୨୩ ରନ ସ୍କୋର କରିଥିଲେ। ଏହି ଇନିଂସରେ ୧୨ ଚୌକା ଓ ୮ ଛକା ସାମିଲ ଥିଲା। ପ୍ରଥମ ଇନିଂସରେ ରେଲୱେଜ ୩୧୩ ରନ କରିଥିଲା। ଗୁଜରାଟ ପ୍ରଥମ ଇନିଂସରେ ୧୯୮ ରନରେ ସୀମିତ ରହିଥିଲା। ଦ୍ବିତୀୟ ଇନିଂସରେ ଆଶୁତୋଷ ୩୧ ରନ କରିଥିବା ବେଳେ ରେଲୱେଜ ୨୨୮ ରନ କରିଥିଲେ। ଗୁଜରାଟ ୧୫୯ ରନରେ ଅଲଆଉଟ ହୋଇଥିବା ବେଳେ ୧୮୪ ରନରେ ମ୍ୟାଚକୁ ଜିତି ନେଇଥିଲା ରେଲୱେଜ।

ଆଶୁତୋଷ ଜଣେ ଭିଜନାରୀ କ୍ରିକେଟର। ନିଜକୁ ସର୍ବଦା ମ୍ୟାଚର କଠିନ ପରସ୍ଥିତିରେ ଦେଖିବା ସହ ମାନସିକ ଭାବରେ ପ୍ରସ୍ତୁତି କରିଥାନ୍ତି ବୋଲି ଡୋରୁ କହିଛନ୍ତି। ପଦାର୍ପଣ ମ୍ୟାଚରେ ଆଶୁତୋଷ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ। ଆଇପିଏଲରେ ୨୦୨୪ ସିଜନରେ ବିସ୍ଫୋରକ ବ୍ୟାଟିଂ କରିବା ସହିତ ୧୧ ମ୍ୟାଚରୁ ୧୮୯ ରନ କରିଥିଲେ। ୬୧ ରନର ସର୍ବାଧିକ ସ୍କୋର ସହିତ ଆଶୁତୋଷ ୧୬୭.୨୬ ଷ୍ଟ୍ରାଇକରେଟରେ ବ୍ୟାଟିଂ କରିଥିଲେ। ୨୦୨୪ ସିଜନ ଯେଉଁଠ ଶେଷ କରିଥିଲେ ଠିକ ସମାନ ଫର୍ମ ସହିତ ୨୦୨୫ ସିଜନ ଆରମ୍ଭ କରିଥିଲେ।

Advertisment

ବର୍ତ୍ତମାନ ସଫଳତାର ଶିଖର ଛୁଇଁଥିବା ଏହି କ୍ରିକେଟରଙ୍କ ଜୀବନ କିନ୍ତୁ ସର୍ବଦା ଏମିତି ନ ଥିଲା। ଏକଦା ମାନସିକ ଅବସାଦ ମଧ୍ୟ ଦେଇ ଗତି କରୁଥିଲେ ଏହି ଖେଳାଳି। ଏପରିକି ପକେଟ ଖର୍ଚ୍ଚ ତୁଲାଇବା ପାଇଁ ଅନେକ ମ୍ୟାଚରେ ଅମ୍ପାୟାରିଂ ମଧ୍ୟ କରିଥିଲେ ଆଶୁତୋଷ। ରେଲୱେଜ ପକ୍ଷରୁ ଖେଳୁଥିବା ଆଶୁତୋଷ ମଧ୍ୟପ୍ରଦେଶର ରତଲାମରେ ଜନ୍ମିତ। ପ୍ରଥମରୁ ମଧ୍ୟପ୍ରଦେଶ ଦଳ ପକ୍ଷରୁ ମଧ୍ୟ ଖେଳିଥିଲେ। ତେବେ ମଧ୍ୟ ପ୍ରଦେଶ ଦଳର କୋଚ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସହ ବିବାଦ କାରଣରୁ ଦଳରୁ ବାହାରେ ବସିଥିଲେ ଆଶୁତୋଷ। ଏହି ସମୟରେ ପକେଟ ଖର୍ଚ୍ଚ ଚଳାଇବା ନିମନ୍ତେ ଅନେକ ସ୍ଥାନୀୟ ମ୍ୟାଚରେ ଅମ୍ପାୟାରିଂ ମଧ୍ୟ କରିଥିଲେ ଆଶୁତୋଷ। କ୍ରିକେଟିଂ କ୍ୟାରିୟର ଆଗକୁ ବଢୁ ନ ଥିବା ବେଳେ ସେ ଡିପ୍ରେସନର ଶିକାର ହୋଇଥିବା ସ୍ବୀକାର ମଧ୍ୟ କରିଥିଲେ। ତେବେ କେଉଁ କାରଣକୁ ନେଇ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସହ ବିବାଦ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ।

ଅଧିକ ପଢ଼ନ୍ତୁ: ଦିଲ୍ଲୀର ରୋମାଞ୍ଚକର ବିଜୟ, ଲକ୍ଷ୍ନୌ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ଆଶୁତୋଷ ଶର୍ମା

IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ