Advertisment

Cricket: ଆବେଦନ ହୋଇଥିଲା କ୍ରିକେଟକୁ ଜାତୀୟ ସ୍ୱାର୍ଥ ଉପରେ ରଖାନଯାଉ, ସୁପ୍ରିମକୋର୍ଟ କହିଲେ...

ଭାରତ Vs ପାକିସ୍ତାନ T20 ମହାମୁକାବିଲାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିଲା ଆବେଦନ । ଖଣ୍ଡପୀଠ ଏହା ଉପରେ ଦେଲେ ଏମିତି ନିର୍ଦ୍ଦେଶ ।

author-image
Tapan Kumar Swain
Cricket

Cricket

ଆସନ୍ତା ରବିବାର ହେବାକୁ ଥିବା ଭାରତ Vs ପାକିସ୍ତାନ T20 ମହାମୁକାବିଲାକୁ ନେଇ ଆସିଛି ବଡ଼ ଅପଡେଟ୍। ଏସିଆ କପ୍ 2025 ପ୍ରଥମ ମ୍ୟାଚରେ ଭାରତୀୟ ଦଳ UAE କୁ ୯ ୱିକେଟରେ ପରାସ୍ତ କରିଥିଲା। ଆଉ ୧୪ ସେପ୍ଟେମ୍ୱର ପାକିସ୍ତାନ ସହ ମ୍ୟାଚ ଖେଳିବାର ଥିଲା। କିନ୍ତୁ ଏହା ପୂର୍ବରୁ କିଛି ଆଇନ ଛାତ୍ର ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଯୁକ୍ତିରେ କୁହାଯାଇଥିଲା ଯେ ପହଲଗାମ୍ ଆକ୍ରମଣ ପରେ ଏତେ ଶୀଘ୍ର ଏକ ମ୍ୟାଚ୍ ଆୟୋଜନ କରିବା ଜନସାଧାରଣ ଏବଂ ସହିଦ ଭାରତୀୟ ସୈନିକଙ୍କୁ ଅପମାନ କରିବା ସହିତ ସମାନ। ଯୁକ୍ତିରେ କୁହାଯାଇଥିଲା ଯେ କ୍ରିକେଟକୁ ଜାତୀୟ ସ୍ୱାର୍ଥ ଉପରେ ରଖାଯିବା ଉଚିତ୍ ନୁହେଁ।

Advertisment

ତେବେ ଏହି ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ରାୟ ଘୋଷଣା କରିଛନ୍ତି। ଉର୍ବଶୀ ଜୈନଙ୍କ ନେତୃତ୍ୱରେ ଚାରି ଜଣ ଆଇନ ଛାତ୍ର ଏହି ଆବେଦନ ଦାଖଲ କରିଥିଲେ। ସେମାନଙ୍କୁ ଜଷ୍ଟିସ୍ ଜେକେ ମାହେଶ୍ୱରୀ ଏବଂ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରାଯାଇଥିଲା। ନିଜର ରାୟରେ ସୁପ୍ରିମକୋର୍ଟ ମ୍ୟାଚ୍ ବନ୍ଦ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି ଯେ ଏଥିରେ ଏତେ ଜଲଦି କାହିଁକି? ଏହା ଏକ ମ୍ୟାଚ୍, ଏହାକୁ ହେବାକୁ ଦିଅ। ଆବେଦନକାରୀଙ୍କ ଓକିଲ ଦାବି କରିଥିଲେ ଯେ ମାମଲାକୁ ଶୁକ୍ରବାର ପାଇଁ ତାଲିକାଭୁକ୍ତ କରାଯାଉ। କିନ୍ତୁ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଥିଲେ, "ମ୍ୟାଚ୍ ବନ୍ଦ କରାଯିବା ଉଚିତ ନୁହେଁ।" ଅନ୍ୟପକ୍ଷରେ, ଓକିଲ ପୁଣି ଥରେ ପ୍ରାର୍ଥନା କରିଥିଲେ ଯେ ଅତି କମରେ ମାମଲା ତାଲିକାଭୁକ୍ତ କରାଯାଉ, କିନ୍ତୁ ସୁପ୍ରିମକୋର୍ଟ ଖଣ୍ଡପୀଠ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ବିଶ୍ୱ ଟେନିସ୍‌ର ଶିଖରରେ ଯୁବ ସ୍ପେନୀୟ କାର୍ଲୋସ ଅଲ୍‌କାରାଜ 

India Supreme Court Pakistan Cricket
Advertisment
Related Articles
Advertisment