/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757746820.jpg)
Disha Patani
ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ଗୁଳି ମାଡ କରିଛନ୍ତି ଦୁବୃର୍ତ୍ତ। ଉତ୍ତରପ୍ରଦେଶର ବରେଲିର ସିଭିଲ ଲାଇନ୍ସରେ ଥିବା ବଲିଉଡ୍ ଅଭିନେତ୍ରୀ ଦିଶା ପଟାନିଙ୍କ ଘର ବାହାରେ ଅନେକ ଗୁଳି ଚାଳନା କରାଯାଇଥିବା ସୂଚନା ମିଳିଛି। ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ଅଭିନେତ୍ରୀଙ୍କ ଘର ବାହାରେ ଗୁଳି ଚଳାଇଥିଲେ।
ପୋଲିସର କହିବା ଅନୁଯାୟୀ, ଏହି ଘଟଣା ହିନ୍ଦୁ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବିରୁଦ୍ଧରେ ଦିଆଯାଇଥିବା ମନ୍ତବ୍ୟ ସହିତ ଜଡିତ। ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜ ଓ ଅନିରୁଦ୍ଧଚାର୍ଯ୍ୟ ମହାରାଜଙ୍କୁ ଅପମାନିତ କରିବା ଅଭିଯୋଗରେ ଦିଶା ପଟାନିଙ୍କ ଘର ଉପରକୁ ଗୁଳିମାଡ କରାଯାଇଛି। ଭୋର ପ୍ରାୟ ୪ଟା ୩୦ ସମୟରେ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରାଯାଇଥିଲା। ଏହି ଘଟଣାରେ କେହି ଆହତ ହୋଇ ନାହାଁନ୍ତି।
ଏହି ଘଟଣା ପରେ ବରେଲୀ ପୁଲିସ୍ ଦିଶା ପଟାନୀଙ୍କ ଘରେ ସୁରକ୍ଷା ବଢାଇ ଦେଇଛି। ପରିବାରର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପୁଲିସ ମୁତୟନ କରାଯାଇଛି। ବରେଲୀ ପୁଲିସ୍ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପାଞ୍ଚଟି ଅଲଗା ଅଲଗା ଟିମ୍ ଗଠନ କରିଛି। ଏହା ମଧ୍ୟରେ ଫେସବୁକରେ ଏକ ସୋସିଆଲ ମିଡିଆ ପୋଷ୍ଟ ବେଶ୍ ଭାଇରାଲ ହେଉଛି, ଯେଉଁଥିରେ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଗୋଲ୍ଡି ବ୍ରାର ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘରେ ହୋଇଥିବା ଗୁଳିମାଡରେ ନିଜକୁ ଦାୟୀ କରିଛି। ବରେଲୀ ପୁଲିସ୍ ଏହାର ତଦନ୍ତ କରୁଛି।
ସେ କହିଛି, "ମୁଁ ବୀରେନ୍ଦ୍ର ଚାରଣ, ମହେନ୍ଦ୍ର ସାରଣ (ଡେଲାଣା)। ଆଜି ଏହି ଖୁସବୁ ପଟାନୀ/ଦିଶା ପଟାନୀ (ବଲିଉଡ୍ ଅଭିନେତ୍ରୀ)ଙ୍କ ଘରେ (ଭିଲା ନମ୍ବର ୪୦, ସିଭିଲ ଲାଇନ୍ସ, ବରେଲୀ, ଉତ୍ତର ପ୍ରଦେଶ) ଯେଉଁ ଗୁଳିଚାଳନା ହୋଇଛି, ତାହା ଆମେ କରାଇଛୁ। ସେ ଆମର ପୂଜ୍ୟ ସନ୍ଥ (ପ୍ରେମାନନ୍ଦ ଜୀ ମହାରାଜ ଏବଂ ଅନିରୁଦ୍ଧାଚାର୍ଯ୍ୟ ଜୀ ମହାରାଜ)ଙ୍କୁ ଅପମାନ କରିଥିଲେ। ଏହା ଆମର ସନାତନ ଧର୍ମକୁ ହୀନ ଦେଖାଇବାକୁ ଚେଷ୍ଟା କରିଥିଲେ। ଆମର ଆରାଧ୍ୟ ଦେବୀ-ଦେବତାଙ୍କର ଅପମାନ ସହ୍ୟ କରାଯିବ ନାହିଁ। ଏହା କେବଳ ଏକ ଟ୍ରେଲର ଥିଲା। ପରେ ଯଦି ସେ କିମ୍ବା ଅନ୍ୟ କେହି ଆମର ଧର୍ମ ପ୍ରତି କୌଣସି ଅସଭ୍ୟତା ଦେଖାନ୍ତି, ତେବେ ତାଙ୍କ ଘରୁ କାହାକୁ ଜୀବିତ ଛଡ଼ାଯିବ ନାହିଁ। ଏହି ସନ୍ଦେଶ କେବଳ ତାଙ୍କ ପାଇଁ ନୁହେଁ, ବରଂ ଫିଲ୍ମ ଜଗତର ସମସ୍ତ କଳାକାର ଏବଂ ସେମାନଙ୍କ ସହ ଜଡ଼ିତ ଲୋକଙ୍କ ପାଇଁ। ଯେ କେହି ଆମର ଧର୍ମ ଏବଂ ସନ୍ଥମାନଙ୍କ ସମ୍ବନ୍ଧରେ ଭବିଷ୍ୟତରେ ଅପମାନଜନକ କାର୍ଯ୍ୟ କଲେ, ତାଙ୍କୁ ତାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଆମର ଧର୍ମର ରକ୍ଷା ପାଇଁ ଯେକୌଣସି ସୀମା ପର୍ଯ୍ୟନ୍ତ ଯିବାକୁ ପଡ଼ିଲେ, ଆମେ ପ୍ରସ୍ତୁତ। ଆମେ କେବେ ପଛକୁ ହଟିବୁ ନାହିଁ। ଆମ ପାଇଁ ଧର୍ମ ଏବଂ ସମାଜ ସବୁବେଳେ ଏକ, ଏବଂ ସେମାନଙ୍କୁ ରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ।"
ଏହି ସମ୍ବନ୍ଧରେ ବରେଲୀର ସିନିୟର ଏସପି ଅନୁରାଗ ଆର୍ଯ୍ୟ କହିଛନ୍ତି ଯେ, ଥାନା କୋତୱାଲୀ, ବରେଲୀ ଅଞ୍ଚଳରେ ଅବସରପ୍ରାପ୍ତ ସିଓ ଜଗଦୀଶ ପାଟନୀଙ୍କ ଘରେ ହୋଇଥିବା ଗୁଳିଚାଳନା ଘଟଣାକୁ ନେଇ ପୁଲିସ୍ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)