Advertisment

Sai Sudarshan Record Performance: ଅହମଦାବାଦରେ ପୁଣି ଚମକିଲେ ସୁଦର୍ଶନ, ଡିଭିଲିୟର୍ସଙ୍କ ରେକର୍ଡ ସହ ସମକକ୍ଷ

ଆଇପିଏଲ-୧୮ରେ ଚମତ୍କାର ଫର୍ମରେ ରହିଛନ୍ତି ଗୁଜରାଟ ଟାଇଟନ୍ସ ଓପନର ସାଇ ସୁଦର୍ଶନ। ଆଇପିଏଲର କିମ୍ବଦନ୍ତୀ ତଥା ମିଷ୍ଟର ୩୬୦ ଡିଗ୍ରୀ ଏବି ଡିଭିଲିୟର୍ସଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

ଅଦ୍ୟତନ ହୋଇଛି
sai

sai

Advertisment

ଆଇପିଏଲ-୧୮ରେ ଚମତ୍କାର ଫର୍ମରେ ରହିଛନ୍ତି ଗୁଜରାଟ ଟାଇଟନ୍ସ ଓପନର ସାଇ ସୁଦର୍ଶନ। ଆଇପିଏଲର କିମ୍ବଦନ୍ତୀ ତଥା ମିଷ୍ଟର ୩୬୦ ଡିଗ୍ରୀ ଏବି ଡିଭିଲିୟର୍ସଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସୁଦର୍ଶନ ଚମତ୍କାର ୮୨ ରନର ଇନିଂସ ଖେଳିଥିଲେ। ଏହି ଇନିଂସ ବଳରେ ସେ ପ୍ଲେୟର ଅଫ ଦ ମ୍ୟାଚ ମଧ୍ୟ ବିବେଚିତ ହୋଇଥିଲେ। ଗୁଜରାଟ ଏହି ମ୍ୟାଚକୁ ୫୮ ରନରେ ଜିତିବା ସହ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନକୁ ଉନ୍ନୀତ ହୋଇଥିଲା।

Advertisment

୫୩ ବଲ ଖେଳି ୮୨ ରନ କରିଥିବା ସୁଦର୍ଶନ ଏହି ଇନିଂସ ବଳରେ କିମ୍ବଦନ୍ତୀ ଡିଭିଲିୟର୍ସଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚରେ ଲଗାତାର ପଞ୍ଚମ ଅର୍ଦ୍ଧଶତକ ହାସଲ କରିଥିଲେ ସୁଦର୍ଶନ। ଗୋଟିଏ ଭେନ୍ୟୁରେ କ୍ରମାଗତ ଅର୍ଦ୍ଧଶତକ ମାରିବାରେ ସେ ଡିଭିଲିୟର୍ସଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ପୂର୍ବରୁ ଡିଭିଲିୟର୍ସ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଗ୍ରାଉଣ୍ଡରେ ଲଗାତାର ୫ ଅର୍ଦ୍ଧଶତକ ହାସଲ କରିଥିଲେ।

ଅଧିକ ପଢ଼ନ୍ତୁ: ଟି-୨୦ରେ ଟିମ୍ ଇଣ୍ଡିଆର ନୂଆ ଫିନିଶର୍ ହେବେ କି ଆଶୁତୋଷ ଶର୍ମା ?

ଚଳିତ ସିଜନରେ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଗୁଜରାଟ ଦୁଇଟି ମ୍ୟାଚ ଖେଳିଛି। ମୁମ୍ବାଇ ବିପକ୍ଷ ପ୍ରଥମ ମ୍ୟାଚରେ ମଧ୍ୟ ସୁଦର୍ଶନ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ବ୍ୟତୀତ ଗତ ସିଜନରେ ସମାନ ଭେନ୍ୟୁରେ ସେ ଲଗାତାର ୩ ଅର୍ଦ୍ଧଶତକ ମାରିଥିଲେ। ଅନ୍ୟ ପକ୍ଷରେ ଡିଭିଲିୟର୍ସ ୨୦୧୮ ଓ ୨୦୧୯ ସିଜନରେ ଏହି ରେକର୍ଡ ନିଜ ନାମରେ କରିଥିଲେ।

Advertisment

ବୁଧବାର ସୁଦର୍ଶନଙ୍କ ଇନିଂସ ବଳରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୨୧୭ ରନ କରିଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜୋଶ ବଟଲର ଓ ଶାହରୁଖ ଖାନ ୩୬ ରନ ଲେଖାଏ ସ୍କୋର କରିଥିଲେ। ସେହିପରି ଶେଷ ଭାଗରେ ରାହୁଲ ତେୱତିଆ ୨୪ ଓ ରଶିଦ ଖାନ ୧୨ ରନ କରିଥିଲେ। ରାଜସ୍ଥାନ ପକ୍ଷରୁ ମହୀଷ ତୀକ୍ଷଣା ଓ ତୁଷାର ଦେଶପାଣ୍ଡେ ଦୁଇଟି ଲେଖାଏ ୱିକେଟ ନେଇଥିବା ବେଳେ ଜୋଫ୍ରା ଆର୍ଚର ଓ ସନ୍ଦୀପ ଶର୍ମା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଜବାବରେ ରାଜସ୍ଥାନ ରୟାଲ୍ସ ୧୯.୨ ଓଭରରେ ୧୫୯ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ସିମରନ ହେଟମେୟର ୫୨, ସଞ୍ଜୁ ସାମସନ ୪୧ ଓ ରିୟାନ ପରାଗ ୨୬ ରନ କରିଥିଲେ। ଗୁଜରାଟ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ରଶିଦ ଖାନ ଓ ସାଇ କିଶୋର ଦୁଇଟି ଲେଖାଏ ୱିକେଟ ନେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

IPL IPL 2025 Sai Sudharsan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ