Advertisment

S Sreesanth Banned for Three Years: ମହଙ୍ଗା ପଡିଲା ବିବାଦୀୟ ବୟାନ, ଶ୍ରୀସନ୍ଥଙ୍କୁ ୩ ବର୍ଷ ବାସନ୍ଦ କଲା କେସିଏ

ଭାରତୀୟ ଦଳ ପକ୍ଷରୁ ଖେଳୁଥିବା ସମୟରେ ବିବାଦର ପୋଷ୍ଟର ବୟ ରହିଥିବା ଶ୍ରୀସନ୍ଥ ପୁଣି ଥରେ ବିବାଦ ଘେରରେ ଅଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ସଞ୍ଜୁ ସାମସନ ଭାରତୀୟ ଟିମରେ ସାମିଲ ହୋଇ ପାରି ନ ଥିଲେ। କେରଳ ଦଳ ପକ୍ଷରୁ ସଞ୍ଜୁଙ୍କୁ ବିଜୟ ହଜାରେ ଟ୍ରଫି ଦଳରେ ସାମିଲ କରା ଯାଇ ନ ଥିବା ବେଳେ ସେ ଭାରତୀୟ ଦଳରୁ ବାଦ ପଡିଥିଲେ।

ଅଦ୍ୟତନ ହୋଇଛି
sreesanth

sreesanth

Advertisment

ପୂର୍ବତନ ଭାରତୀୟ କ୍ରିକେଟର ଶାନ୍ତାକୁମାରନ ଶ୍ରୀସନ୍ଥଙ୍କୁ ବାସନ୍ଦ କରିଛି କେରଳ କ୍ରିକେଟ ଆସୋସିଏସନ (କେସିଏ)। କ୍ରିକେଟ ଆସୋସିଏସନ ବିପକ୍ଷରେ ବିବାଦୀୟ ବୟାନ ଦେଇଥିବା କାରଣରୁ ଶ୍ରୀସନ୍ଥଙ୍କ ବିପକ୍ଷରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ଭାରତୀୟ ଦଳ ପକ୍ଷରୁ ଖେଳୁଥିବା ସମୟରେ ବିବାଦର ପୋଷ୍ଟର ବୟ ରହିଥିବା ଶ୍ରୀସନ୍ଥ ପୁଣି ଥରେ ବିବାଦ ଘେରରେ ଅଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ସଞ୍ଜୁ ସାମସନ ଭାରତୀୟ ଟିମରେ ସାମିଲ ହୋଇ ପାରି ନ ଥିଲେ। କେରଳ ଦଳ ପକ୍ଷରୁ ସଞ୍ଜୁଙ୍କୁ ବିଜୟ ହଜାରେ ଟ୍ରଫି ଦଳରେ ସାମିଲ କରା ଯାଇ ନ ଥିବା ବେଳେ ସେ ଭାରତୀୟ ଦଳରୁ ବାଦ ପଡିଥିଲେ।

ଅଧିକ ପଢ଼ନ୍ତୁ: ଯଦି ପାକିସ୍ତାନରେ ନ ହୁଏ ଚାମ୍ପିଅନ୍ସ ଟ୍ରଫି, ଜାଣନ୍ତୁ କେତେ କ୍ଷତି ସହିବ PCB...

Advertisment

ଭାରତୀୟ ଦଳର ଚୟନ ପାଇଁ ସଞ୍ଜୁଙ୍କ ନାମ ବିଚାରକୁ ନିଆ ଯାଇ ନ ଥିବା ବେଳେ କେରଳ କ୍ରିକେଟ ଆସୋସିଏସନକୁ ଦୋଷ ଦେଇଥିଲେ ଶ୍ରୀସନ୍ଥ। କେସିଏର ଏଜିଏମରେ ଶ୍ରୀସନ୍ଥଙ୍କୁ ୩ ବର୍ଷ ପାଇଁ ବାସନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କେସିଏ ବିପକ୍ଷରେ ଉଭୟ ଶ୍ରୀସନ୍ଥ ଓ ସଞ୍ଜୁଙ୍କ ପିତା ସାମସନ ବିଶ୍ବନାଥ ବିବାଦୀୟ ବୟାନ ଦେଇଥିଲେ। କେସିଏ ପକ୍ଷରୁ ସାମସନଙ୍କ ପ୍ରତି ପକ୍ଷ ପାତିତା କରାଯାଉଥିବା ନେଇ ବିଶ୍ବନାଥ ଅଭିଯୋଗ କରିଥିଲେ।

କେରଳରେ ଅନୁଷ୍ଠିତ ଏକ ଟିଭି କାର୍ଯ୍ୟକ୍ରମରେ ଶ୍ରୀସନ୍ଥ କେସିଏକୁ ସମାଲୋଚନା କରିଥିଲେ। ଏହି ଘଟଣା ପରେ କେସିଏ ପକ୍ଷରୁ ଶ୍ରୀସନ୍ଥଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ତାଙ୍କ ଉତ୍ତର ସନ୍ତୋଷଜନକ ନ ଥିବା କହିଛନ୍ତି କେସିଏ ଅଫିସିଆଲ ବିନୋଦ କୁମାର। ଶ୍ରୀସନ୍ଥ ୨୦୧୩ ଆଇପିଏଲ ସ୍ପଟ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବାସନ୍ଦ ହୋଇଥିଲେ। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ତାଙ୍କୁ ଦୋଷମୁକ୍ତ ଘୋଷଣା କରିଥିଲେ। ଶ୍ରୀସନ୍ଥ ଭାରତ ପକ୍ଷରୁ ୨୭ ଟେଷ୍ଟ, ୫୩ ଦିନିକିଆ ଓ ୧୦ ଟି୨୦ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟରେ ୮୭, ଦିନିକିଆରେ ୭୫ ଓ ଟି୨୦ରେ ୭ ୱିକେଟ ନେଇଛନ୍ତି। ବର୍ତ୍ତମାନ ଶ୍ରୀସନ୍ଥ କେସିଏର ଲୋକାଲ କ୍ରିକେଟ ଲିଗ କୋଲ୍ଲମ ଏରିସର ମାଲିକାନା ନିଜ ପାଖରେ ରଖିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଟେଷ୍ଟରେ ଧୋନି ଓ ରୋହିତଙ୍କ ଠାରୁ ଉତ୍ତମ ଅଧିନାୟକ ଥିଲେ ବିରାଟ

IPL Sanju Samson Match Fixing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ