Advertisment

Rishabh Pant's Form: ଫର୍ମକୁ ଫେରିଲେ ରିଷଭ ପନ୍ତ, କିନ୍ତୁ ଫାଇନ ଭରିବେ ସମସ୍ତ ଲକ୍ଷ୍ନୌ ଖେଳାଳି

ଅଧିନାୟକ ଋଷଭ ପନ୍ତଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଫାଇନ ରହିଥିବା ବେଳେ ଅନ୍ୟ ସମସ୍ତ ଖେଳାଳିଙ୍କ ଉପରେ ୧୨ ଲକ୍ଷ ବା ମ୍ୟାଚ ଫିର ୫୦ ପ୍ରତିଶତ ଫାଇନ ଆକାରରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଅଦ୍ୟତନ ହୋଇଛି
rishabh

rishabh

Advertisment

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ଶତକ ହାସଲ କରିବା ସହିତ ଫର୍ମକୁ ଫେରିଛନ୍ତି ରିଷଭ ପନ୍ତ। ସମୁଦାୟ ଆଇପିଏଲରେ ପନ୍ତ ଫର୍ମରେ ନଥିଲେ। ତେବେ ଆଗକୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଆସୁଥିବା ବେଳେ ପନ୍ତ ଫର୍ମକୁ ଫେରିବା ଏକ ବଢିଆ ସଙ୍କେତ। ଭାରତୀୟ କ୍ରିକେଟ ଫ୍ୟାନଙ୍କ ପାଇଁ ଏହା ଖୁସିର ଖବର। ତେବେ ପନ୍ତଙ୍କ ଦଳର ସମସ୍ତ ଖେଳାଳିଙ୍କ ସେମାନଙ୍କ ମ୍ୟାଚ ଫିରୁ ଫାଇନ ଭରିବାକୁ ପଡିବ। ଆଇପିଏଲ ଆଚରଣବିଧି ଉଲ୍ଲଂଘନ ପାଇଁ ଦଳର ସମସ୍ତ ଖେଳାଳିଙ୍କୁ ଫାଇନ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ପନ୍ତଙ୍କ ଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଏଲଏସଜି ୩ ୱିକେଟରେ ୨୨୭ ରନ କରିଥିଲା। ଜବାବରେ ଷ୍ଟାଣ୍ଡ ଇନ କ୍ୟାପଟେନ ଜୀତେଶ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଆରସିବି ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଫିଲ୍ଡରେ ଲକ୍ଷ୍ନୌ ଖେଳାଳି ମାନଆ ଅଧିକ ସମୟ ନଷ୍ଟ କରିଥିବା ବେଳେ ଦଳର ବୋଲିଂ ହାର ଧୀମା ରହିଥିଲା।

ଚଳିତ ସଂସ୍କରଣରେ ତୃତୀୟ ଥର ପାଇଁ ଲକ୍ଷ୍ନୌର ବୋଲିଂ ହାର ଧୀମା ରହିଥିଲା। ପ୍ରଥମ ଦୁଇ ଥରରେ କେବଳ ଅଧିନାୟକଙ୍କୁ ଫାଇନ କରାଯାଏ । ମାତ୍ର ତୃତୀୟ ଥରରେ ଦଳର ସମସ୍ତ ଖେଳାଳିଙ୍କୁ ଫାଇନ ଦେବାକୁ ପଡିଥାଏ। ଅଧିନାୟକ ଋଷଭ ପନ୍ତଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଫାଇନ ରହିଥିବା ବେଳେ ଅନ୍ୟ ସମସ୍ତ ଖେଳାଳିଙ୍କ ଉପରେ ୧୨ ଲକ୍ଷ ବା ମ୍ୟାଚ ଫିର ୫୦ ପ୍ରତିଶତ ଫାଇନ ଆକାରରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

Advertisment

ମଙ୍ଗଳବାର ମ୍ୟାଚରେ ଆରସିବି ୧୨୩ ରନରେ ୪ ୱିକେଟ ହରାଇଥିଲା। ୨୨୮ ରନର ଲକ୍ଷ୍ୟ ଦଳ ପାଇଁ ଅସମ୍ଭବ ମନେ ହେଉଥିଲା। ତେବେ ଷ୍ଟାଣ୍ଡ ଇନ କ୍ୟାପଟେନ ଜୀତେଶ ନିଜ କ୍ୟାରିୟରର ଶ୍ରେଷ୍ଠ ଇନିଂସ ଖେଳିଥିଲେ। ମାତ୍ର ୩୩ ବଲ ଖେଳି ୮୫ ରନ କରିବା ସହିତ ସେ ଲକ୍ଷ୍ନୌ ମୁହଁରୁ ବିଜୟ ଛଡାଇ ନେଇଥିଲେ। ଏହି ଇନିଂସରେ ୮ ଚୌକା ଓ ୬ ଛକା ସାମିଲ ଥିଲା। ଫଳରେ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହି ଆରସିବି କ୍ବାଲିଫାୟର-୧ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା।

ଅଧିକ ପଢ଼ନ୍ତୁ: ଆଇପିଏଲରେ ବିରାଟଙ୍କ ଐତିହାସିକ ମାଇଲଷ୍ଟୋନ

IPL Rishabh Pant IPL 2025 Jitesh Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ