shami

ଆଇପିଏଲ ଇତହାସରେ ସବୁଠାର ଅଧିକ ଥର ପ୍ରଥମ ବଲରେ ଉଇକେଟ ନେବାର ରେକର୍ଡ ନିଜ ନାମରେ କରିଛନ୍ତି ମହମ୍ମଦ ଶାମି।

ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଶେକ ରଶିଦଙ୍କୁ ଆଉଟ କରି ଶାମି ଏହି ସଫଳତା ହାସଲ କରିଥିଲେ।

ଆଇପିଏଲ କ୍ୟାରିୟରରେ ଚତୁର୍ଥ ଥର ପାଇଁ ଶାମି ଏହି ସଫଳତା ହାସଲ କରିଛନ୍ତି।

ପୂର୍ବରୁ ୨୦୧୨ରେ ଜ୍ୟାକ କାଲିସଙ୍କୁ, ୨୦୨୨ରେ ଲୋକେଶ ରାହୁଲଙ୍କୁ ଓ ୨୦୨୪ରେ ଫିଲ ସଲ୍ଟଙ୍କୁ ପ୍ରଥମ ବଲରେ ଆଉଟ କରିଥିଲେ ଶାମି।

ଆଇପିଏଲର ଷ୍ଟାର ବୋଲର ଟ୍ରେଣ୍ଟ ବୋଲ୍ଟ, ଲାସିଥ ମାଲିଙ୍ଗା ଓ ଭୁବନେଶ୍ବର କୁମାର ୨ ଥର ଲେଖାଏ ଏହି ସଫଳତା ହାସଲ କରିଛନ୍ତି।

ଅନ୍ୟ ମାନଙ୍କ ମଧ୍ୟରେ ଡିର୍କ ନାନ୍ନେସ ଓ ଉମେଶ ଯାଦବ ମଧ୍ୟ ୨ ଥର ଲେଖାଏ ଏଭଳି ସଫଳତା ଅର୍ଜନ କରିଛନ୍ତି।