Advertisment

Chhattisgarh: କଂପାନୀର ଗୋଟିଏ ଭୁଲ ୨ ଯୁବକଙ୍କୁ ଆଣିଦେଲା ସୁଯୋଗ...ଫୋନ କଲେ କୋହଲି, ଏବି ଡିଭିଲିୟର୍ସ, ରଜତ ପାଟିଦାର

ଗୋଟେ ଦିନ ଏକ ନମ୍ବରରୁ ଫୋନ ଆସିଲା। ଫୋନ କରୁଥିବା ବ୍ୟକ୍ତି କହିଲେ, ‘ମୁଁ ରଜତ ପାଟିଦାର କହୁଛି। ମନୀଷଙ୍କୁ ଏବେ ମଧ୍ୟ ଏହା ମଜା ଲାଗୁଥିଲା। ସେ ଉତ୍ତରରେ କହିଲେ, ମୁଁ ଧୋନୀ କହୁଛି।

author-image
Manasranjan Mohanty
ଅଦ୍ୟତନ ହୋଇଛି
Chhattisgarh

Chhattisgarh

ଏକ ଭୁଲ ଯୋଗୁଁ ଛତିଶଗଡ଼ର ଦୁଇ ଯୁବକଙ୍କ ଜୀବନ ବଦଳି ଗଲା। ଏହି ଦୁଇ ଯୁବକଙ୍କୁ ସେମାନଙ୍କ ପ୍ରିୟ କ୍ରିକେଟରଙ୍କ ସହ କଥା ହେବାର ସୁଯୋଗ ମିଳିଲା, ଯାହା ସେମାନେ କେବେ ସ୍ବପ୍ନରେ ମଧ୍ୟ ଭାବି ନ ଥିଲେ। ମଜାଦାର କଥା ହେଲା, ବିରାଟ କୋହଲି, ଏବି ଡିଭିଲିୟର୍ସ, ରଜତ ପାଟିଦାର ଏବଂ ୟଶ ଦୟାଲ ଭଳି କ୍ରିକେଟରମାନେ ନିଜେ ଏହି ଯୁବକମାନଙ୍କୁ ଫୋନ କରି କଥା ହେଲେ। ଯଦିଓ ଏହା ସବୁ ଘଟିଥିଲା ସିମ୍ ଆଲଟ କରୁଥିବା କମ୍ପାନୀର ଭୁଲ ଏବଂ ତାହା ଯୋଗୁଁ ହୋଇଥିବା ଗୋଳମାଳ କାରଣରୁ। କିନ୍ତୁ ଏହି ଘଟଣା ଯୁବକମାନଙ୍କ ପାଇଁ ଲଟେରୀ ଜିତିବା ଭଳି ଥିଲା।

Advertisment

ଏକ ରିପୋର୍ଟ ଅନୁଯାୟୀ ଛତିଶଗଡ଼ର ମାଡ଼ାଗାଁରେ ରହୁଥିବା ମନୀଷ ଜୁନ ୨୮ରେ ସ୍ଥାନୀୟ ମୋବାଇଲ ଦୋକାନରୁ ଏକ ନୂଆ ସିମ୍ କିଣିଥିଲେ। ଏହାପରେ ନମ୍ବରଟି ସଚଳ ହେଲା। ତା’ପରେ ମନୀଷ ତାଙ୍କ ବନ୍ଧୁ ଖେମରାଜଙ୍କ ସହାୟତାରେ ସେହି ନମ୍ବରରେ ଫୋନରେ ହ୍ୱାଟସଆପ ଇନଷ୍ଟଲ କଲେ। ହ୍ୱାଟସଆପ ଇନଷ୍ଟଲ ହେବା ପରେ ତାହାରେ ଆରସିବିର ଅଧିନାୟକ ରଜତ ପାଟିଦାରଙ୍କ ଡିପି (ପ୍ରୋଫାଇଲ ଫୋଟୋ) ଦେଖାଗଲା। ସେମାନେ ଭାବିଲେ ହ୍ୱାଟସଆପରେ କିଛି ତ୍ରୁଟି ଥାଇପାରେ, ତେଣୁ ପାଟିଦାରଙ୍କ ଫୋଟୋ ଦେଖାଉଛି।

କିନ୍ତୁ ସେମାନେ ଜାଣି ନ ଥିଲେ ଯେ ମନୀଷଙ୍କୁ ଆଲଟ୍ ହୋଇଥିବା ନମ୍ବରଟି ଆସଲରେ ରଜତ ପାଟିଦାରଙ୍କର ହିଁ ଥିଲା। ଦୁଇ ଦିନ ପରେ ଘଟଣା ଏମିତି ଘଟିଲା ଯେ ସେମାନଙ୍କୁ ଅଜଣା ନମ୍ବରରୁ ଫୋନ ଆସିବା ଆରମ୍ଭ ହେଲା। ଫୋନ କରୁଥିବା ଲୋକମାନେ ନିଜକୁ ବିରାଟ କୋହଲି, ୟଶ ଦୟାଲ ଏବଂ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଏବି ଡିଭିଲିୟର୍ସ ବୋଲି ପରିଚୟ ଦେଲେ।

Advertisment

ଏହା ପ୍ରାୟ ଦୁଇ ସପ୍ତାହ ଧରି ଚାଲିଲା। ପ୍ରଥମେ ସେମାନେ ଭାବିଲେ କେହି ମଜା କରୁଛି। କିନ୍ତୁ ଦିନକୁ ଦିନ ଏହି ଫୋନ କଲର ସଂଖ୍ୟା ବଢ଼ିବାକୁ ଲାଗିଲା। ନିୟମିତ ଭାବେ ଫୋନ ଆସିବା ଆରମ୍ଭ ହେଲା। ଖେଳାଳିମାନଙ୍କ ପରିଚୟ ବିଷୟରେ ଅଜଣା ଥିବା ମନୀଷ ଓ ତାଙ୍କ ବନ୍ଧୁ ମଧ୍ୟ କଥା ହେବା ଆରମ୍ଭ କଲେ। ସେମାନେ କ୍ରିକେଟରମାନଙ୍କ ସହ ମଜାଳିଆ ଢଙ୍ଗରେ କଥା ହେଉଥିଲେ। କାହା ସହ ଅଧା ମିନିଟ ତ କାହା ସହ ଏକ ମିନିଟ କଥା ହେଉଥିଲା।

ଫୋନ କରୁଥିବା କ୍ରିକେଟରମାନେ ମନୀଷ ଓ ତାଙ୍କ ବନ୍ଧୁଙ୍କୁ ରଜତ ପାଟିଦାର ବୋଲି ଡାକୁଥିଲେ। କଥା ଏଠାରେ ଶେଷ ହେଲା ନାହିଁ। ଏହି ମଜାଳିଆ କଥାବାର୍ତ୍ତା ଜୁଲାଇ ୧୫ ପର୍ଯ୍ୟନ୍ତ ଚାଲିଥିଲା। ତା’ପରେ ଗୋଟେ ଦିନ ଏକ ନମ୍ବରରୁ ଫୋନ ଆସିଲା। ଫୋନ କରୁଥିବା ବ୍ୟକ୍ତି କହିଲେ, ‘ମୁଁ ରଜତ ପାଟିଦାର କହୁଛି।

ମନୀଷଙ୍କୁ ଏବେ ମଧ୍ୟ ଏହା ମଜା ଲାଗୁଥିଲା। ସେ ଉତ୍ତରରେ କହିଲେ, ମୁଁ ଧୋନୀ କହୁଛି। କିନ୍ତୁ ଫୋନ କରୁଥିବା ବ୍ୟକ୍ତି ଆସଲରେ ଆରସିବି ଅଧିନାୟକ ରଜତ ପାଟିଦାର ହିଁ ଥିଲେ। ସେ ଦୁଇ ଯୁବକଙ୍କୁ ସିମ୍ ଫେରାଇ ଦେବାକୁ ଅନୁରୋଧ କଲେ। କିନ୍ତୁ ଦୁହେଁ ମାନିଲେ ନାହିଁ କାରଣ ସେମାନଙ୍କୁ ଏବେ ମଧ୍ୟ ଏହା ମଜା ଲାଗୁଥିଲା।ଏହାପରେ ପାଟିଦାର ସେମାନଙ୍କୁ କହିଲେ ଯେ ସେ ପୁଲିସରେ ଅଭିଯୋଗ କରିଛନ୍ତି। କିଛି ସମୟ ପରେ ପୁଲିସ ଯୁବକମାନଙ୍କ ପାଖରେ ପହଞ୍ଚି ଗଲା।

ତା’ପରେ ଯୁବକମାନେ ଜାଣିପାରିଲେ ଯେ ରଜତ ପାଟିଦାରଙ୍କ ନମ୍ବର ଭୁଲରେ ସେମାନଙ୍କୁ ଆଲଟ ହୋଇଯାଇଛି। ଏହି ସମୟରେ ଯେଉଁ କ୍ରିକେଟରମାନେ ସେମାନଙ୍କ ସହ କଥା ହେଉଥିଲେ, ସେ ସମସ୍ତେ ସତରେ ଥିଲେ । ଏହା ଜାଣି ସେମାନଙ୍କ ଖୁସିର ସୀମା ନ ଥିଲା । ପରେ ସେମାନେ ସିମ୍ ଫେରାଇ ଦେଲେ, ଯାହା ପରେ ରଜତ ପାଟିଦାରଙ୍କୁ ପଠାଇ ଦିଆଗଲା।

Virat Kohli AB AB De Villiers Rajat Patidar
Advertisment
Related Articles
Advertisment