Advertisment

IPL 2023 historic low score defense: ଆଇପିଏଲ ଇତିହାସର ସର୍ବନିମ୍ନ ସ୍କୋର ଡିଫେଣ୍ଡ କଲା ପଞ୍ଜାବ କିଙ୍ଗ୍ସ

ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଇତିହାସର ସର୍ବନିମ୍ନ ସ୍କୋର ଡିଫେଣ୍ଡ କରିବାରେ ସଫଳ ହୋଇଛି ପଞ୍ଜାବ କିଙ୍ଗ୍ସ। କୋଲକାତା ନାଇଟ ରାଇଡର୍ସକୁ ୧୬ ରନରେ ପରାସ୍ତ କରିବା ସହ ରେକର୍ଡ ନିଜ ନାମରେ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ମାତ୍ର ୧୧୧ ରନରେ ଅଲଆଉଟ ହୋଇଥିଲା

ଅଦ୍ୟତନ ହୋଇଛି
punjab

punjab

Advertisment

ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଇତିହାସର ସର୍ବନିମ୍ନ ସ୍କୋର ଡିଫେଣ୍ଡ କରିବାରେ ସଫଳ ହୋଇଛି ପଞ୍ଜାବ କିଙ୍ଗ୍ସ।କୋଲକାତା ନାଇଟ ରାଇଡର୍ସକୁ ୧୬ ରନରେ ପରାସ୍ତ କରିବା ସହ ରେକର୍ଡ ନିଜ ନାମରେ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ମାତ୍ର ୧୧୧ ରନରେ ଅଲଆଉଟ ହୋଇଥିଲା। ତେବେ ୧୧୨ ରନର ପିଛା କରୁଥିବା କୋଲକାତା ୯୫ ରନରେ ଅଲଆଉଟ ହୋଇଥିଲା।

Advertisment

ମୁଲ୍ଲାନପୁର ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରାରମ୍ଭରୁ ହର୍ଷିତ ରାଣା ଘାତକ ବୋଲିଂ କରି ଟପ ଅର୍ଡର ବିପର୍ଯ୍ୟୟ ଘଟାଇଥିଲେ। ଦୁଇ ଓପନର ପ୍ରିୟାଂଶ ଆର୍ଯ୍ୟା ୨୨ ଓ ପ୍ରଭସିମରନ ସିଂ ୩୦ ପ୍ରଥମ ୱିକେଟରେ ୩.୨ ଓଭରରେ ୩୯ ରନ ଯୋଡିଥିଲେ। ଚତୁର୍ଥ ଓଭର ବୋଲିଂ କରୁଥିବା ହର୍ଷିତ ରାଣା ମାତ୍ର ୨ ବଲ ବ୍ୟବଧାନରେ ପ୍ରିୟାଂଶ ଓ ଅଧିନାୟକ ଶ୍ରେୟସ ଆୟରଙ୍କୁ ଖାତା ଖୋଲିବା ଆଗରୁ ଆଉଟ କରିଥିଲେ। ପରବର୍ତ୍ତୀ ବ୍ୟାଟରଙ୍କ ମଧ୍ୟରେ ଜୋସ ଇଙ୍ଗଲିସ ୨, ନେହାଲ ୱଧେରା ୧୦, ଗ୍ଲେନ ମ୍ୟାକ୍ସୱେଲ ୭, ସୂର୍ଯ୍ୟାଂଶ ଶେଡଗେ ୨ ଓ ଶଶାଙ୍କ ସିଂ ୧୮ ରନ କରିଥିଲେ। ଶେଷ ବ୍ୟାଟର ଭାବେ ଆଉଟ ହୋଇଥିବା ଜାଭିଅର ବାର୍ଟଲେଟ ଗୁରୁତ୍ବପୂର୍ଣ୍ଣ ୧୧ ରନ ସ୍କୋର କରିଥିଲେ। କେକେଆର ପକ୍ଷରୁ ହର୍ଷିତ ରାଣା ସର୍ବାଧିକ ୩ ୱିକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରିନ ୨ଟି ଲେଖାଏ, ବୈଭବ ଅରୋରା ଓ ଆନରିଚ ନର୍ଜେ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଅଧିକ ପଢନ୍ତୁ:ଘୋଷଣା ହେଲା ଖେଳରତ୍ନ ପୁରସ୍କାର; ତାଲିକାରେ ଅଛନ୍ତି ଏହି ୪ ଖେଳାଳି

୧୧୨ ରନ ଲକ୍ଷ୍ୟର ପିଛା କରୁଥିବା କୋଲାକାତା ୭ ରନରେ ଦୁଇ ଓପନରଙ୍କ ୱିକେଟ ହରାଇଥିଲା। ସୁନୀଲ ନାରିନ ୫ ଓ କ୍ବିଣ୍ଟନ ଡି କକ ୨ ରନ କରିଥିଲେ। ତେବେ ଅଧିନାୟକ ଆଜିଙ୍କ୍ୟ ରାହାଣେ ୧୭ ଓ ଅଙ୍ଗକ୍ରିଶ ରଘୁବଂଶୀ ୩୭ ରନ କରିଥିଲେ। ଉଭୟ ତୃତୀୟ ୱିକେଟରେ ୫୫ ରନ ଯୋଡିଥିଲେ। ତେବେ ଆଜିଙ୍କ୍ୟ ରାହାଣେ ଏକ ଭୁଲ ନିଷ୍ପତ୍ତିରେ ଆଉଟ ହୋଇଥିଲେ। ବିଜୟ ପାଇଁ ମାତ୍ର ୫୦ ରନ ବାକିଥିବା ବେଳେ କେକେଆର ହାତରେ ଥିଲା ୮ ୱିକେଟ।

Advertisment

ଏହା ପରେ ଦେଖିବାକୁ ମିଳିଥିଲା ଚହଲଙ୍କ ମ୍ୟାଜିକ। ଆଇପିଏଲର ସର୍ବାଧିକ ୱିକେଟ ହାସଲକାରୀ ବୋଲର ୪ ୱିକେଟ ନେଇ କେକେଆର ମୁହଁରୁ ବିଜୟ ଛଡାଇ ଆଣିଥିଲେ। ୭୬ ରନରେ ସପ୍ତମ ୱିକେଟର ପତନ ଘଟିବା ପରେ କେକେଆରର ବିଜୟ ଆଶା ମଉଳି ଯାଇଥିଲା। ଚହଲଙ୍କ ଅନ୍ତିମ ଓଭରରେ ଆନ୍ଦ୍ରେ ରସେଲ ୧୬ ରନ ସ୍କୋର କରିଥିଲେ। ତେବେ ମାର୍କୋ ଜାନସେନ ୨ ଓ ଅର୍ଶଦୀପ ସିଂ ଗୋଟିଏ ୱିକେଟ ନେଇ ଦଳକୁ ବିଜୟୀ କରିଥିଲେ। ପଞ୍ଜାବ ପକ୍ଷରୁ ଚହଲ ୪, ମାର୍କୋ ଜାନସେନ ୩, ଜାଭିଅର ବାର୍ଟଲେଟ, ଅର୍ଶଦୀପ ସିଂ ଓ ଗ୍ଲେନ ମ୍ୟାକ୍ସୱେଲ ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ଚହଲଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ କରାଯାଇଥିଲା।

ଅଧିକ ପଢନ୍ତୁ:ଇଣ୍ଟରନେଟରେ ହୃଦୟ ଜିତିଲେ ଶ୍ରେୟସ ଆୟର, ଫ୍ୟାନଙ୍କ ସହିତ ନେଲେ ସେଲଫି

Advertisment
IPL Punjab Kings KKR IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ