Advertisment

Police Badminton Championship: ରାଜ୍ୟ ପୋଲିସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଆରମ୍ଭ

କଟକ ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ରାଜ୍ୟ ପୋଲିସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପର ଶୁଭାରମ୍ଭ ହୋଇଯାଇଛି । ଡିଆଇଜିପି ( କେନ୍ଦ୍ରାଞ୍ଚଳ) ଚରଣ ସିଂ ମୀନା, ଆଇପିଏସ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଚାମ୍ପିୟନସିପର ଶୁଭାରମ୍ଭ କରିଛନ୍ତି। ଏହି ଚାମ୍ପିୟନସିପ ୩ ଦିନ ଧରି କଟକ ଷଷ୍ଠ ବାଟାଲିଆନରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ୧୭ଟି ବାଟାଲିୟନ ଯୋଗ ଦେଇଛନ୍ତି।

Badminton

Badminton

Advertisment

କଟକ ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ରାଜ୍ୟ ପୋଲିସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପର ଶୁଭାରମ୍ଭ ହୋଇଯାଇଛି । ଡିଆଇଜିପି ( କେନ୍ଦ୍ରାଞ୍ଚଳ) ଚରଣ ସିଂ ମୀନା, ଆଇପିଏସ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଚାମ୍ପିୟନସିପର ଶୁଭାରମ୍ଭ କରିଛନ୍ତି। ଏହି ଚାମ୍ପିୟନସିପ ୩ ଦିନ ଧରି କଟକ ଷଷ୍ଠ ବାଟାଲିଆନରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ୧୭ଟି ବାଟାଲିୟନ ଯୋଗ ଦେଇଛନ୍ତି।

Advertisment

ଖେଳ ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଭାବନା ସୃଷ୍ଟି କରିଥାଏ। ଏଭଳି ଚାମ୍ପିୟନସିପ ପୋଲିସ ଅଧିକାରୀ/ କର୍ମଚାରୀଙ୍କ ଆତ୍ମବିଶ୍ଵାସ ବୃଦ୍ଧି, ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ବୃଦ୍ଧି ପାଇଥାଏ ବୋଲି ଡିଆଇଜି ମତବ୍ୟକ୍ତ କରିଥିଲେ । ରାଜ୍ୟ, ଜିଲ୍ଲା, ରେଞ୍ଜ ସ୍ତରର ଖେଳାଳିମାନେ ଏହି ଟୁର୍ନାମେଣ୍ଟରେ ସାମିଲ ହୋଇଥିବାରୁ ପରସ୍ପର ମଧ୍ୟରେ ଉତ୍ତମ ସମ୍ମନ୍ଵୟ ସୃଷ୍ଟିହେବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ସେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏବଂ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାରଙ୍କୁ ମଧ୍ୟ ମୀନା ଧନ୍ୟବାଦ ଜଣାଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲୀୟ ଅଧିନାୟକଙ୍କ ନୂଆ ଆଡ ଫିଲ୍ମ, ବିରାଟ କୋହଲିଙ୍କୁ କଲେ ଟ୍ରୋଲ

ଏହି ଚମ୍ପିୟାନସିପରେ ସାରା ରାଜ୍ୟର ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ ୧୭ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୧୨୫ ଜଣ ଖେଳାଳି ସାମିଲ ହୋଇଛନ୍ତି। କଟକସ୍ଥିତ ଇନଡୋର ଷ୍ଟାଡିୟମରେ ଏହି ଚମ୍ପିୟାନସିପର ସମସ୍ତ ମ୍ୟାଚ ଅନୁଷ୍ଠିତ ହେଉଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏହି ଖେଳ ଚାଲିବ ।

Advertisment

ବିଭିନ୍ନ ରେଞ୍ଜ, ଜିଲ୍ଲା ଏବଂ ବାଟାଲିୟନ ସ୍ତରରେ ସମସ୍ତ ବ୍ୟାଡମିଣ୍ଟନ ଖେଳାଳି ମାନେ ଆଜି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟ ସୂର୍ଯ୍ୟ ନାରାୟଣ ମଲ୍ଲିକ, ଡେପୁଟି କମାଣ୍ଡାଣ୍ଟ ଅନିଲ କୁମାର ପ୍ରଧାନ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନ୍ଧାତା ସାଇ ପ୍ରମୁଖ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

ଅଧିକ ପଢ଼ନ୍ତୁ: ଟିମ ଇଣ୍ଡିଆର ମୁଣ୍ଡବିନ୍ଧା ଟ୍ରାଭିସ ହେଡଙ୍କ କୀର୍ତ୍ତିମାନ, ପ୍ରଥମ ଥର ପାଇଲେ ଏହି ପୁରସ୍କାର

Odisha Police Badminton
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ