Advertisment

IPL Qualifier 2: କର ବା ମର ସ୍ଥିତିରେ ପଞ୍ଜାବ-ମୁମ୍ବାଇ; କଣ କହୁଛି ଟ୍ରାକ୍‌ ରେକର୍ଡ଼ ? ଜାଣନ୍ତୁ...

ଚଳିତ ଆଇପିଏଲ୍‌ର  ଏଲିମିନେଟର୍-୨ ମୁକାବିଲା ଜୁନ୍ ୩ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏଥିରେ ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ।

author-image
Sujit kumar Swain
ଅଦ୍ୟତନ ହୋଇଛି
PBKS vs MI Qualifier 2 Who’ll win Prediction

PBKS vs MI Qualifier 2 Who’ll win Prediction

କିଏ ଯିବ ଫାଇନାଲ୍‌ ୨୦୨୫ ? କଣ କହୁଛି ଟ୍ରାକ୍‌ ରେକର୍ଡ଼ ? କର ବା ମର ସ୍ଥିତିରେ ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଚଳିତ ଆଇପିଏଲ୍‌ର  ଏଲିମିନେଟର୍-୨ ମୁକାବିଲା ଜୁନ୍ ୩ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏଥିରେ ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ଜିଏ ଜିତିବ ସିଏ ଖେଳିବ ଫାଇନାଲ୍‌ ମ୍ୟାଚ୍‌ । ଯିଏ ପରାଜୟ ହେବ ସିଧା ବିଦା ହେବ । ଏଣୁ ଉଭୟ ଦଳ ଏହି ମ୍ୟାଚ୍‌ରେ କର ବା ମର ସ୍ଥିତିରେ ରହିବେ।  ତେବେ ପାଞ୍ଚଥର ବିଜେତା ମୁମ୍ବାଇ ଉପରେ ପ୍ରଥମ ଟ୍ରଫି ବିଜୟ ଆଶାରେ ଥିବା ପଞ୍ଜାବ କିଙ୍ଗସ ଭାରି ପଡ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। 

Advertisment

ଶୁକ୍ରବାର ମୁମ୍ବାଇ ଓ ଗୁଜରାଟ ମଧ୍ୟରେ ଏଲିମିନେଟର ମ୍ୟାଚ ଖେଳାଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୨୮ ରନ୍ କରିଥିଲା । ହିଟ୍‌ମ୍ୟାନ୍ ରୋହିତ ଶର୍ମା ୫୦ବଲ୍‌ରେ ୮୧ରନ୍‌ କରିଥିଲେ । ଯେଉଁଥିରେ ୯ ଚୌକା ଓ ୪ ଛକା ରହିଥିଲା । ସେହିପରି ବେୟାରଷ୍ଟୋ ୪୭ ରନ୍, ସୂର୍ଯ୍ୟକୁମାର ୩୩, ତିଲକ ବର୍ମା ୨୫ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୨ ରନ୍‌ କରିଥିଲେ । ଗୁଜରାଟକୁ ୨୨୯ରନ୍‌ର ଟାର୍ଗେଟ ଦେଇଥିଲା ମୁମ୍ବାଇ ।

ଅଧିକ ପଢ଼ନ୍ତୁ: ୯ ବର୍ଷ ପରେ ଆଇପିଏଲ ଫାଇନାଲରେ RCB

୨୨୯ରନ୍‌ର ଟାର୍ଗେଟ  ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଗୁଜରାଟ । ସାଇ ସୁଦର୍ଶନ ୪୯ ବଲ୍‌ରେ ୮୧ ରନ୍‌ କରିଥିଲେ । ଅଧିନାୟକ ଶୁବମନ୍‌ ଗିଲ ୧ ରନ୍ , ମେଣ୍ଡିସ୍‌ ୨୦ ରନ୍‌, ୱାଶିଂଟନ ସୁନ୍ଦର ୪୮, ରଦରଫୋର୍ଡ ୨୪ ରନ୍‌ କରିଥିଲେ । ହେଲେ ଲକ୍ଷ୍ୟ ହାସଲ କରିପାରିନଥିଲେ । ୬ ୱିକେଟ ହରାଇ ୨୦୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ୨୦ରନ୍‌ରେ ଟାଇଟନ୍ସକୁ ହରାଇ ସ୍ୱପ୍ନକୁ ଧୂଳିସାତ କରି ଦେଇଥିଲା ମୁମ୍ବାଇ । ଆସନ୍ତାକାଲି ପଞ୍ଜାବ ବିପକ୍ଷରେ କ୍ୱାଲିଫାୟର-୨ ଖେଳିବ ।

Advertisment

କ୍ୱାଲିଫାୟର-୨ରେ ମୁମ୍ବାଇ ଟ୍ରାକ୍ ରେକର୍ଡ କଣ ରହିଛି ?

୨୦୧୧ରେ ଏଲିମିନେଟର ଜିତିଥିଲା ମାତ୍ର କ୍ୱାଲିଫାୟର-୨ରେ ହାରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ୨୦୧୩ରେ କ୍ୱାଲିଫାୟର-୧ ହାରିଥିଲା ମାତ୍ର କ୍ୱାଲିଫାୟର-୨ ଜିତିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ୨୦୧୭ କ୍ୱାଲିଫାୟର-୧ ହାରିଥିଲା ଏବଂ କ୍ୱାଲିଫାୟର-୨ ଜିତିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ୨୦୨୩ ଏଲିମିନେଟର ମ୍ୟାଚ ଜିତିଥିଲା, କ୍ୱାଲିଫାୟର-୨ ହାରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ୨୦୨୩ ଏଲିମିନେଟର ଜିତିଛି, କ୍ୱାଲିଫାୟର-୨ ପରିଣାମ ବାକି ଅଛି । ତେବେ ଆରସିବି ବିପକ୍ଷରେ କିଏ ଖେଳିବ ଚଳିତ ସିଜନ୍‌ର ଫାଇନାଲ ମୁକାବିଲା ଜୁନ୍‌ ୩ ତାରିଖରେ ଜଣା ପଡ଼ିଯିବ ।

ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରୋହିତ ଶର୍ମା, ଜନି ବେୟାରଷ୍ଟୋ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ନମନ ଧୀର, ରାଜ ବାୱା, ମିଚେଲ ସାଣ୍ଟନର୍, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମ୍ରା, ଅଶ୍ୱନୀ କୁମାର, କରନ୍‌ ଶର୍ମା, ବେଭନ୍ ଯାଦବ, ରବିନ୍ ମିନଜ (ୱିକେଟ୍ କିପର) ଚହର, ସତ୍ୟନାରାୟଣ ରାଜୁ, ମୁଜିବ ଉର ରହମାନ, ରଘୁ ଶର୍ମା, ରିଚାର୍ଡ ଗଲିସନ୍, ଚାରିଥ ଆସଲଙ୍କା ।

ପଞ୍ଜାବ କିଙ୍ଗସ୍: ଶ୍ରେୟସ୍ ଆୟର (ଅଧିନାୟକ), ପ୍ରଭାସମ୍ରନ୍ ସିଂ, ପ୍ରିୟଙ୍କା ଆର୍ଯ୍ୟ, ନେହଲ ୱାଡେରା, ଜୋସ୍ ଇଂଲିସ୍ (ୱିକେଟ୍ କିପର), ଶଶାଙ୍କ ସିଂ, ମାର୍କସ୍ ଷ୍ଟୋଇନିସ୍, ଆଜମତୁଲ୍ଲା ଉମରଜାଇ, ମୁଶୀର ଖାନ୍, ହରପ୍ରୀତ ବ୍ର, ଅର୍ଶଦୀପ ସିଂ, କାଇଲ୍ ଜାମିସନ୍, ବିଷ୍ଣୁପୁର ବିନୋଦ ହାର୍ଦ୍ଦିକ, ସୁର୍ଯ୍ୟନ୍ ଶେଜ୍, ମିଚ୍ ଓଭେନ, ୟୁଜବେନ୍ଦ୍ର ଚହଲ, ବୈଷ୍ଣବ ବିଜୟକୁମାର, ଯଶ ଠାକୁର, କୁଲଦୀପ ସେନ୍, ଜାଭିୟର୍ ବାର୍ଟଲେଟ୍, ପ୍ରବୀନ୍ ଦୁବେ ।

Jasprit Bumrah Rohit Sharma Hardik Pandya Mumbai Indians IPL Shreyas Iyer Punjab Kings
Advertisment
Related Articles
Advertisment