Advertisment

Big update : କେମିତି ବିକ୍ରି ହେବ ପେଟ୍ରୋଲ, ସ୍ପଷ୍ଟ କଲେ ମନ୍ତ୍ରୀ

ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ- ଡିଜେଲ ବିକ୍ରି ହେବନି, ଏହା ସ୍ପଷ୍ଟ କରିଛନ୍ତି ଖୋଦ ଯୋଗାଣ ମନ୍ତ୍ରୀ। ତେବେ କେମିତି ବିକ୍ରି ହେବ ପେଟ୍ରୋଲ? ଜରୁରୀ ସମୟ ହେଉ କିମ୍ବା ଅନ୍ୟ ଯାନ ପାଇଁ ତେଲ ଯିବ କିପରି ? ଏନେଇ ଆଜି ପ୍ରସ୍ତୁତ ହେବ ଗାଇଡଲାଇନସ୍। ପେଟ୍ରୋଲ ପମ୍ପ ସଙ୍ଘ ସହ ବୈଠକ କରିବେ ଯୋଗାଣ ମନ୍ତ୍ରୀ ଏହାପରେ ବିଭାଗ ଜାରିବ ନିର୍ଦ୍ଦେଶନାମା।

author-image
Jnanadarsi Sahoo
ଅଦ୍ୟତନ ହୋଇଛି
no petrtol in plastic bottle

petrol sale

ଭୁବନେଶ୍ବର: ପ୍ଲାଷ୍ଟିକ ବୋତଲ ରେ ବିକ୍ରି ହେବନି ପେଟ୍ରୋଲ- ଡିଜେଲ। ଏଭଳି ନିଷ୍ପତ୍ତି ପରେ ଏବେ ଅନେକ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ। ଯଦି ହଠାତ ବାଟରେ ଗାଡିରୁ ତେଲ ସରିଯାଏ ତେବେ କଣ ହେବ ? ବିଭିନ୍ନ ଛକ ବଜାରରେ ବୋତଲରେ ବିକ୍ରି ହୋଇପାରିବ କି ନାହିଁ ? ନଦୀ ଓ ସମଦ୍ରରେ ଚାଲୁଥିବା ମୋଟର ବୋଟ, ଜେନେରେଟର ପାଇଁ କିପରି ମିଳିବ ତେଲ ? ଏନେଇ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଆଣିବ ସ୍ପଷ୍ଟ ଗାଇଡଲାନ୍ସ।

Advertisment

ଆଜି ସଂଧ୍ୟାରେ ବୈଠକ ଡାକିଛନ୍ତି ଯୋଗାଣ ମନ୍ତ୍ରୀ | ଲୋକସେବା ଭବନରେ ଆଜି ସନ୍ଧ୍ୟା ୫ଟାରେ ବସିବ ଏ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ବୈଠକ | ପେଟ୍ରୋଲ ପମ୍ପ ସଙ୍ଘ ଓ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଚାଷୀ, ନୌକା, ଜେନେରେଟର ଓ ବିଭିନ୍ନ ମେସିନ ପାଇଁ ପେଟ୍ରୋଲ ଡିଜେଲ ଦରକାର ହେଉଥିବାରୁ ଆଗକୁ କିଭଳି ସେମାନଙ୍କୁ ଯୋଗାଣ ହେବ ସେ ଗାଇଡଲାଇନ ପ୍ରସ୍ତୁତ ହେବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। 

Odisha Petrol Petrol Pump Diesel
Advertisment
Advertisment