Advertisment

See You in Court: ୱାସିମ ଓ ୱାକାରଙ୍କୁ ପୂର୍ବତନ ଖେଳାଳିଙ୍କ ମାନହାନି ଧମକ, ଆସ କୋର୍ଟରେ ଦେଖା ହେବା

ପାକିସ୍ତାନର ପୂର୍ବତନ କିମ୍ବଦନ୍ତୀ ଫାଷ୍ଟ ବୋଲର ୱାସିମ ଆକ୍ରମ ଓ ୱାକାର ୟୁନିସଙ୍କୁ ମାନହାନି ମୋକଦ୍ଦମାର ଧମକ ଦେଇଛନ୍ତି ପୂର୍ବତନ ସାଥୀ କ୍ରିକେଟର ମୁସ୍ତାକ ଅହମଦ। ଉଭୟ ଖେଳାଳି ତାଙ୍କର ସମ୍ମାନହାନି କରିଥିବା ଅଭିଯୋଗ କରିବା ସହ ବର୍ତ୍ତମାନ ବାଂଲାଦେଶ ଦଳର ସ୍ପିନ ବୋଲିଂ କୋଚ ରହିଥିବା ମୁସ୍ତାକ ୩୫ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିବେ ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
wasim

wasim

Advertisment

ପାକିସ୍ତାନର ପୂର୍ବତନ କିମ୍ବଦନ୍ତୀ ଫାଷ୍ଟ ବୋଲର ୱାସିମ ଆକ୍ରମ ଓ ୱାକାର ୟୁନିସଙ୍କୁ ମାନହାନି ମୋକଦ୍ଦମାର ଧମକ ଦେଇଛନ୍ତି ପୂର୍ବତନ ସାଥୀ କ୍ରିକେଟର ମୁସ୍ତାକ ଅହମଦ। ଉଭୟ ଖେଳାଳି ତାଙ୍କର ସମ୍ମାନହାନି କରିଥିବା ଅଭିଯୋଗ କରିବା ସହ ବର୍ତ୍ତମାନ ବାଂଲାଦେଶ ଦଳର ସ୍ପିନ ବୋଲିଂ କୋଚ ରହିଥିବା ମୁସ୍ତାକ ୩୫ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିବେ ବୋଲି କହିଛନ୍ତି। ଉଭୟ ତାଙ୍କର ପୂର୍ବତନ ଟିମମେଟ ହୋଇଥିଲେ ମଧ୍ୟ ସେମାନଙ୍କ ଦ୍ବାରା ସେ ମାନସିକ ଭାବେ ନିର୍ଯାତିତ ହୋଇଥିବା ଦାବି କରିଛନ୍ତି ମୁସ୍ତାକ।

Advertisment

ଖେଳିବା ସମୟ ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଥର ସେ ଏହି ଦୁଇ କିମ୍ବଦନ୍ତୀ ଖେଳାଳିଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା କହିଛନ୍ତି। ବାଂଲାଦେଶର ସ୍ପିନ ବୋଲିଂ କୋଚ ନିର୍ବାହ କରୁଥିବା ମୁସ୍ତାକ ୱାକାରଙ୍କ ନାମରେ ୨୦ ଓ ୱାସିମଙ୍କ ନାମରେ ୧୫ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିବେ ବୋଲି ଧମକ ଦେଇଛନ୍ତି। ସ୍ପୋର୍ଟ୍ସ ସେଣ୍ଟ୍ରାଲ ନାମକ ଏକ ୟୁଟ୍ୟୁବ ଚ୍ୟାନେଲର କାର୍ଯ୍ୟକ୍ରମ ସମୟରେ ଏଭଳି ବୟାନ ଦେଇଥିଲେ ମୁସ୍ତାକ।

ଅଧିକ ପଢ଼ନ୍ତୁ: ବାଂଲାଦେଶକୁ ହରାଇଲା ନ୍ୟୁଜିଲାଣ୍ଡ,ଚାମ୍ପିୟନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ

Advertisment

ମୁସ୍ତାକଙ୍କ ଏଭଳି ବୟାନ ପରେ ୱାକାର ୟୁନିସ ତୁରନ୍ତ କ୍ଷମା ମାଗିଥିଲା। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ ମୁସ୍ତାକ ଅହମ୍ମଦଙ୍କ ଠାରୁ କ୍ଷମା ପ୍ରାର୍ଥନା କରିଥିଲେ। ଅନ୍ୟ ପକ୍ଷରେ ୱାସିମ ଆକ୍ରମ କିନ୍ତୁ ମାମଲା କୋର୍ଟକୁ ନେବା ପାଇଁ କହିଛନ୍ତି। ନିକଟରେ ଏକ ସ୍ପୋର୍ଟ୍ସ ଶୋରେ ଏହି ୩ କ୍ରିକେଟର ଏକାଠି ବସିଥିଲେ। ଏହି କାର୍ଯ୍ୟକ୍ରମରେ ଉଭୟ ୱାସିମ ଓ ୱାକାର ତାଙ୍କୁ ଅପମାନିତ କରିବା ଭଳି ବୟାନ ଦେଇଥିଲେ। ମୁସ୍ତାକ କହିଛନ୍ତି କୌଣସି କ୍ରୀଡା ଭିତ୍ତିକ ସମାଲୋଚନା ଶୁଣିବାକୁ ମୁଁ ପ୍ରସ୍ତୁତ ମାତ୍ର ସମାଲୋଚନା ବ୍ୟକ୍ତିଗତ ସ୍ତରକୁ ଆସିବା ଅପମାନଜନକ।

ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଖେଳା ଯିବାକୁ ଥିବା ମ୍ୟାଚ ପୂର୍ବରୁ ଏଭଳି ବୟାନବାଜି ହୋଇଥିଲା। ୱାକାର କହିଛନ୍ତି ଶୋର ଫର୍ମାଟ ଏମିତି ଥିଲା କି କହିବାକୁ ପଡିଲା। ମୁସ୍ତାକଙ୍କୁ ଅପମାନିତ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ରାୱଲପିଣ୍ଡିରେ ଖେଳା ଯିବାକୁ ଥି‍ବା ବାଂଲାଦେଶ ବିପକ୍ଷ ମ୍ୟାଚ ବର୍ଷା କାରଣରୁ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା। ବର୍ଷାର ପ୍ରକୋପ ଏତେ ଅଧିକ ରହିଥିଲା କି ମ୍ୟାଚରେ ଟସ ପଡିବା ମଧ୍ୟ ସମ୍ଭବ ହୋଇ ନ ଥିଲା। ଅମ୍ପାୟାର ଓ ମ୍ୟାଚ ଅଫିସିଆଲ ଏକାଧିକ ଥର ପରିଦର୍ଶନ ପରେ ମ୍ୟାଚ ବାତିଲ ପାଇଁ ଘୋଷଣା କରିଥିଲେ। ଏହା ସହିତ ପାକିସ୍ତାନ ବିଜୟ ଶୂନ୍ୟ ଭାବେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଉଥିବା ସ୍ପଷ୍ଟ ହୋଇଥିଲା। ସମାନ ଭାବରେ ଗ୍ରୁପ ଏରେ ସ୍ଥାନ ପାଇଥିବା ଅନ୍ୟତମ ଏସୀୟ ରାଷ୍ଟ୍ର ବାଂଲାଦେଶ ମଧ୍ୟ ଗୋଟିଏ ବିଜୟ ହାସଲ କରି ପାରି ନାହିଁ। ବାଂଲାଦେଶ ମଧ୍ୟ ଏହାର ପ୍ରଥମ ଦୁଇ ମ୍ୟାଚରେ ଭାରତ ଓ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା।

Advertisment

ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡ ଓ ଭାରତ ୨ଟି ମ୍ୟାଚରୁ ଦୁଇଟି ଲେଖାଏ ବିଜୟ ହାସଲ କରି ୪ ପଏଣ୍ଟ ଲେଖାଏ ହାସଲ କରିଛନ୍ତି। ନେଟ ରନ ରେଟରେ ଆଗୁଆ ରହି ନ୍ୟୁଜିଲାଣ୍ଡ ପ୍ରଥମ ସ୍ଥାନରେ ରହିଛି। ଅନ୍ୟ ପକ୍ଷରେ ଉଭୟ ଦଳ ୨ ତାରିଖରେ ଅନ୍ତିମ ମ୍ୟାଚ ଖେଳିବାକୁ ଥିବା ବେଳେ ଏହାର ବିଜେତା ପ୍ରଥମ ସ୍ଥାନରେ ରହିବ। ସେହିପରି ପାକିସ୍ତାନ ନେଟ ରନ ରେଟରେ ସବୁଠାରୁ ତଳେ ରହି ଗ୍ରୁପ ଏରେ ଚତୁର୍ଥ ସ୍ଥାନ ହାସଲ କରିଛି।

ଅଧିକ ପଢ଼ନ୍ତୁ: ଭାରତର ବିଜୟ ପରେ ସାମ୍ନାକୁ ଆସିଲେ IIT ବାବା, କହିଲେ...

Bangladesh Pakistan Wasim Akram
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ