Advertisment

MI Signs Star Bowler: ଏମଆଇରେ ସାମିଲ ହେଲେ ଷ୍ଟାର ସ୍ପିନର, ଆହତ ହୋଇ ବାଦ ପଡିଲେ ଘଜନଫର

ଯୁବ ସ୍ପିନର ଆଲା ଘଜନଫର ଆହତ ହୋଇ ଆଇପିଏଲର ଆସନ୍ତା ସଂସ୍କରଣରୁ ବାଦ ପଡିଥିଲେ। ମୁମ୍ବାଇ ମାତ୍ର ଦୁଇ ଜଣ ସ୍ପିନରଙ୍କୁ ଅକ୍ସନରେ କିଣିଥିଲା। ଆଲା ଘଜନଫର ଓ କର୍ନ ଶର୍ମା ଦଳରେ ରହିଥିବା ବେଳେ ଘଜନଫରଙ୍କ ଆହତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ପାଲଟିଥିଲା।

ଅଦ୍ୟତନ ହୋଇଛି
mujeeb

mujeeb

Advertisment

ଯୁବ ସ୍ପିନର ଆଲା ଘଜନଫର ଆହତ ହୋଇ ଆଇପିଏଲର ଆସନ୍ତା ସଂସ୍କରଣରୁ ବାଦ ପଡିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ଦୁଇ ଜଣ ସ୍ପିନରଙ୍କୁ ଅକ୍ସନରେ କିଣିଥିଲା। ଆଲା ଘଜନଫର ଓ କର୍ନ ଶର୍ମା ଦଳରେ ରହିଥିବା ବେଳେ ଘଜନଫରଙ୍କ ଆହତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ପାଲଟିଥିଲା। ତେବେ ବର୍ତ୍ତମାନ ଆଉ ଜଣେ ଷ୍ଟାର ଖେଳାଳିଙ୍କୁ ତାଙ୍କ ବଦଳରେ ସାଇନ କରିଛି ମୁମ୍ବାଇ। ଆଫଗାନିସ୍ତାନର ଅନ୍ୟତମ ଷ୍ଟାର ‍ବୋଲର ମୁଜିବ ଉର ରେହମାନଙ୍କୁ ଦଳରେ ସାମିଲ କରିଛି।

Advertisment

ଟି୨୦ରେ ସ୍ପେଶାଲିଷ୍ଟ ବୋଲର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ମୁଜିବ। ଉଭୟ ନୂଆ ଓ ପୁରୁଣା ବଲରେ ସମାନ ସହଜତାର ସହିତ ସେ ବୋଲିଂ କରି ପାରନ୍ତି। ଏପରିକି ଏକାଧିକ ଥର ସେ ବୋଲିଂ ଓପନ ମଧ୍ୟ କରିଛନ୍ତି। ଆଫଗାନିସ୍ତାନ ଜାତୀୟ ଦଳ ପକ୍ଷରୁ ଗୋଟିଏ ଟେଷ୍ଟ, ୭୫ ଦିନିକିଆ ଓ ୪୯ ଟି୨୦ ଖେଳିଛନ୍ତି। ଟେଷ୍ଟରେ ଗୋଟିଏ ୱିକେଟ ନେଇଥିବା ବେଳେ ଦିନିକିଆରେ ୭୪ ଓ ଟି୨୦ରେ ୬୩ ୱିକେଟ ନେଇଛନ୍ତି।

ଅଧିକ ପଢନ୍ତୁ:ଘୋଷଣା ହେଲା ଖେଳରତ୍ନ ପୁରସ୍କାର; ତାଲିକାରେ ଅଛନ୍ତି ଏହି ୪ ଖେଳାଳି

ତେବେ ମୁଜିବଙ୍କ ଇକୋନୋମୀ ରେଟ ହିଁ ତାଙ୍କର ସବୁଠାରୁ ବଡ ଶକ୍ତି । ଦିନିକିଆରେ ତାଙ୍କର ଇକୋନୋମୀ ହାର ୪.୩୨ ରହିଥିବା ବେଳେ ଟି୨୦ରେ ୬.୩୩ ରହିଛି। ଗୋଟିଏ ପଟେ ରନ ଉପରେ ଅଙ୍କୁଶ ଲଗାଇବାରେ ମୁଜିବ ସଫଳ ହେଉଥିବା ବେଳେ ରାଶିଦ ଖାନ ୱିକେଟ ନେବାରେ ସଫଳ ହୋଇଥାନ୍ତି। ସମଗ୍ର ବିଶ୍ବରେ ବିଭିନ୍ନ ଟି୨୦ ଲିଗରେ ଖେଳୁଥିବା ମୁଜିବ ୨୭୫ ୱିକେଟ ନେଇଛନ୍ତି। ଏଥିରେ ତାଙ୍କର ଇକୋନୋମୀ ରହିଛି ୬.୭୫। ଟି୨୦ ଫର୍ମାଟରେ ଏହା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଇକୋନୋମୀ ରେଟ।

Advertisment

୨୦୧୮ରେ ମୁଜିବ ପ୍ରଥମ ଥର ଆଇପିଏଲରେ ଖେଳିଥିଲେ। ବର୍ତ୍ତମାନ ସୁଦ୍ଧା ଆଇପିଏଲ କ୍ୟାରିୟରରେ ସେ ୧୯ ମ୍ୟାଚ ଖେଳି ୧୯ ୱିକେଟ ନେବାରେ ସଫଳ ହୋଇଛନ୍ତି। ଚଳିତ ଅକ୍ସନରେ ମୁମ୍ବାଇ ୪.୮ କୋଟି ଟଙ୍କାରେ ୧୮ ବର୍ଷୀୟ ଆଲା ଘଜନଫରଙ୍କୁ କିଣିଥିଲା। ତେବେ ଘଜନଫର ଆହତ ହେବା ସହିତ ପ୍ରଥମେ ଚାମ୍ପିୟନ୍ସ ଟ୍ରଫି ଓ ପରେ ଆଇପିଏଲରୁ ବାଦ ପଡିଥିଲେ।

ଅଧିକ ପଢନ୍ତୁ:ଇଣ୍ଟରନେଟରେ ହୃଦୟ ଜିତିଲେ ଶ୍ରେୟସ ଆୟର, ଫ୍ୟାନଙ୍କ ସହିତ ନେଲେ ସେଲଫି

Advertisment
Mumbai Indians IPL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ