Advertisment

MS Dhoni: IPLରୁ ଅବସର ନେବେ କ୍ୟାପଟେନ୍‌ କୁଲ୍‌ ? ମ୍ୟାଚ୍‌ ଦେଖିବାକୁ ପ୍ରଥମ ଥର ଷ୍ଟାଡିୟମ ଆସିଲେ ଧୋନିଙ୍କ ବାପା-ମାଆ

କିନ୍ତୁ IPL 2025ର ଚତୁର୍ଥ ମ୍ୟାଚ୍‌ରେ, ଧୋନିଙ୍କ ପିତାମାତା ହଠାତ୍ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ୍ ଦେଖିବାକୁ ଆସିବାର ଖବର ପ୍ରଶଂସକଙ୍କ ମଧ୍ୟରେ ଏକ ଆଶଙ୍କା ସୃଷ୍ଟି କରିଛି । ଆଜି ଧୋନି କ'ଣ ଅବସର ନେବାକୁ ଯାଉଛନ୍ତି ?

ଅଦ୍ୟତନ ହୋଇଛି
ଆଜି ଧୋନିଙ୍କ ଶେଷ ମ୍ୟାଚ୍‌ !

ଆଜି ଧୋନିଙ୍କ ଶେଷ ମ୍ୟାଚ୍‌ !

Advertisment

୧୫ ଅଗଷ୍ଟ ୨୦୨୦ । କ୍ରିକେଟ୍‌ ଫ୍ୟାନ୍‌ସମାନଙ୍କ ପାଇଁ ଏହା ଏକ ଅଭୁଲା ତାରିଖ । କାହିଁକି ନା ଏହି ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ କ୍ୟାପଟେନ୍‌ କୁଲ । ଯେଉଁଥିପାଇଁ ଏହି ଦିନ ସମସ୍ତ କ୍ରିକେଟ ପ୍ରେମୀଙ୍କ ମନରେ ଏକ ଅଭୁଲା ଦିନ ହୋଇ ରହିଛି । ତେବେ ୧୫ ଅଗଷ୍ଟ ୨୦୨୦ ପରି ୫ ଏପ୍ରିଲ ୨୦୨୫ ତାରିଖ ମଧ୍ୟ କ’ଣ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟ ଏବଂ ମନରେ ସବୁଦିନ ପାଇଁ ରହିବ ? ପ୍ରାୟ ୫ ବର୍ଷ ପୂର୍ବେ ଅଗଷ୍ଟ ୧୫ ତାରିଖ, ସନ୍ଧ୍ୟା ୭:୨୯ ମିନିଟ୍ ସମୟରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଧୋନିଙ୍କ ଅବସର ପରେ କ୍ରିକେଟ୍‌ ଫ୍ୟାନ୍‌ସଙ୍କୁ ଲାଗିଥିଲା ଏକ ଶକ୍ତ ଝଟକା । ତେବେ ୫ ଏପ୍ରିଲ ୨୦୨୫ରେ ଆଇପିଏଲରୁ ମଧ୍ୟ ଅବସର ନେବେ କି ଧୋନି ? ଏକଥା ଚର୍ଚ୍ଚା ହେବାର କାରଣ ହେଉଛି, ପ୍ରାୟ ୨୦ ବର୍ଷର କ୍ୟାରିୟରରେ ପ୍ରଥମ ଥର ପାଇଁ ଧୋନିଙ୍କ ବାପା,ମାଆ ତାଙ୍କ ଖେଳିବା ଦେଖିବା ପାଇଁ ଷ୍ଟାଡିୟମରେ ପହଞ୍ଚିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ମ୍ୟାଚ ଅଧାରୁ ତିଲକଙ୍କୁ ଫେରାଇ ନେଲା ମୁମ୍ବାଇ, ସମାଲୋଚନାର ଶିକାର ହେଲେ କୋଚ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଧୋନି ଗତ 5 ବର୍ଷ ଧରି କେବଳ IPL ଖେଳୁଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ, ପ୍ରାୟତଃ ପ୍ରଶ୍ନ ଉଠେ ଯେ ସେ ଆଇପିଏଲରୁ ମଧ୍ୟ ଅବସର ନେବାକୁ ଯାଉଛନ୍ତି ? ବିଶେଷକରି ୨୦୨୩ ଆଇପିଏଲରେ ତାଙ୍କ ଅଧିନାୟକତ୍ୱରେ ଦଳ ଚାମ୍ପିଅନ ହେବା ପରେ, ଏହା ଚର୍ଚ୍ଚା କରାଯାଉଥିଲା ଯେ ଧୋନି ଅବସର ନେଇପାରନ୍ତି । କିନ୍ତୁ ଚେନ୍ନାଇ ଟିମ୍‌ ଏବଂ ପ୍ରଶଂସକଙ୍କ ପାଇଁ ଧୋନି ପୁଣି ଥରେ କ୍ରିକେଟ୍‌ ମଇଦାନକୁ ଫେରିଥିଲେ ଆଉ ଗତ ସିଜିନ୍‌ରେ ମଧ୍ୟ ଖେଳିଥିଲେ । କିନ୍ତୁ ସବୁଠୁ ବଡ଼ କଥା ହେଉଛି ଧୋନି ପୂରା କ୍ୟାରିୟର ମଧ୍ୟରେ କେବେ ହେଲେ ତାଙ୍କ ବାପାମାଆ ଥରେ ହେଲେ ମଧ୍ୟ ଷ୍ଟାଡିୟମରେ ମାହିଙ୍କ ଖେଳ ଦେଖିବାକୁ ଆସି ନଥିଲେ।

Advertisment

କିନ୍ତୁ IPL 2025ର ଚତୁର୍ଥ ମ୍ୟାଚ୍‌ରେ, ଧୋନିଙ୍କ ପିତାମାତା ହଠାତ୍ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ୍ ଦେଖିବାକୁ ଆସିବାର ଖବର ପ୍ରଶଂସକଙ୍କ ମଧ୍ୟରେ ଏକ ଆଶଙ୍କା ସୃଷ୍ଟି କରିଛି । ଆଜି ଧୋନି କ'ଣ ଅବସର ନେବାକୁ ଯାଉଛନ୍ତି ?

ସୂଚନା ଅନୁସାରେ ୫ ଏପ୍ରିଲ୍‌ରେ ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ହୋଇଥିବା ଶୋ’ରେ ଜିଓ-ହଟଷ୍ଟାରର ଆଙ୍କର ପ୍ରକାଶ କରିଥିଲେ ଯେ ଧୋନିଙ୍କ ପିତାମାତା ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ ଆସିଛନ୍ତି । ତେବେ ଏହି ଖବର ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଆଉ ଏହାର କିଛି ସମୟ ପରେ ଯେତେବେଳେ ଟିଭି ସ୍କ୍ରିନ୍‌ରେ ଧୋନିଙ୍କ ପିତାମାତାଙ୍କୁ ଦେଖିବାକୁ ପାଇଲେ ସେତେବେଳେ ପ୍ରଶଂସକମାନେ ଆଶା ଆଶଙ୍କାରେ ରହିଛନ୍ତି ।

Advertisment

ଧୋନି ୨୦୦୪ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ଏହା ପରେ ହିଁ ସେ ତାଙ୍କର ବିସ୍ଫୋରକ ବ୍ୟାଟିଂ ଯୋଗୁଁ କ୍ରିକେଟ ଜଗତରେ ସୁପରଷ୍ଟାର ହୋଇଗଲେ । ତା'ପରେ ୨୦୦୭ ମସିହାରେ ପ୍ରଥମ ଥର ପାଇଁ ଅଧିନାୟକ ହେବା ପରେ, ସେ ଭାରତୀୟ ଦଳ ପାଇଁ ସିଧାସଳଖ ଟି-୨୦ ବିଶ୍ୱକପ୍ ଜିତି ଇତିହାସ ସୃଷ୍ଟି କରିଥିଲେ । ଆଉ ଏହା ପରେ ଧୋନିଙ୍କ ଷ୍ଟାରଡମ୍ ଶୀର୍ଷରେ ପହଞ୍ଚିଥିଲା । କିନ୍ତୁ ଏହି ସମୟ ମଧ୍ୟରେ ମଧ୍ୟ ତାଙ୍କ ବାପା ମାଆ ତାଙ୍କୁ ଦେଖିବା ପାଇଁ ବିଶ୍ୱର କୌଣସି ଷ୍ଟାଡିୟମକୁ ଯାଇ ନଥିଲେ । କିନ୍ତୁ ଏବେ ହଠାତ୍ ଷ୍ଟାଡିୟମ ଆସିବା ପରେ ଏହା ଅନୁମାନ କରାଯାଉଛି କି ଆଜି ହୁଏତ ଧୋନି ଆଇପିଏଲରୁ ଅବସର ନେଇପାରନ୍ତି । ତେବେ ଧୋନି ଏବେ ବି IPLର ସବୁଠାରୁ ସଫଳ ଅଧିନାୟକ ଏବଂ ହୁଏତ ତାଙ୍କର ଅବସର ପରେ ମଧ୍ୟ ଏହି ରେକର୍ଡ ସବୁଦିନ ପାଇଁ ଅକ୍ଷୁର୍ଣ୍ଣ ରହିବ ।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ପୁଣି ସୁଯୋଗ ପାଇବେ କି ସାଇ ସୁଦର୍ଶନ ?

MS Dhoni CSK IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ