Advertisment

Messi:ମୁମ୍ବାଇ ଦେଖିବ ମେସି ମ୍ୟାଜିକ୍‌, ୧୪ ବର୍ଷ ପରେ ଭାରତ ଆସିବେ ଷ୍ଟାର ଫୁଟବଲର

ଭାରତର ଫୁଟବଲ ଓ କ୍ରିକେଟ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ୧୪ ବର୍ଷ ପରେ ଭାରତ ଆସିବେ ଷ୍ଟାର ଫୁଟବଲର ଲିଓନାଲ ମେସି । ଚଳିତ ବର୍ଷର ଶେଷରେ ମେସି ଭାରତ ଆସିବେ ।ଏହି ଗସ୍ତ ସମୟରେ ମେସିଙ୍କୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟ୍‌ ଖେଳୁଥିବାର ଦେଖିବାକୁ ମିଳିବ ।

author-image
Manasranjan Mohanty
Messi

Messi

ଭାରତର ଫୁଟବଲ ଓ କ୍ରିକେଟ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ଯାହା କେବେ ହୋଇନଥିଲା ତାହା ହେବାକୁ ଯାଉଛି । ଇତିହାସରେ ପ୍ରଥମ ଥର । ୧୪ ବର୍ଷ ପରେ ଭାରତ ଆସିବେ ଷ୍ଟାର ଫୁଟବଲର ଲିଓନାଲ ମେସି । ଚଳିତ ବର୍ଷର ଶେଷରେ ମେସି ଭାରତ ଆସିବେ । ଏହା ତାଙ୍କ ଫ୍ୟାନ୍ସଙ୍କ ପାଇଁ ସବୁଠୁ ବଡ଼ ସରପ୍ରାଇଜ । କିନ୍ତୁ କଥା ଏତିକିରେ ଅଟକିନି ।

Advertisment

ସବୁଠୁ ବଡ଼ କଥା ହେଉଛି, ଏହି ଗସ୍ତ ସମୟରେ ମେସିଙ୍କୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟ୍‌ ଖେଳୁଥିବାର ଦେଖିବାକୁ ମିଳିବ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ମ୍ୟାଚ୍‌ରେ ଦେଶର ଅନେକ ବଡ଼ କିମ୍ବଦନ୍ତୀ କ୍ରିକେଟର୍ ମଧ୍ୟ ଦେଖିବାକୁ ପାଇବେ । ମ୍ୟାଚରେ ଗୋଟିଏ ଦଳରେ ସାତ ଜଣ ଖେଳାଳି ରହିବେ। ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମା, ଏମଏସ ଧୋନୀ, ବିରାଟ କୋହଲି ଏବଂ ସଚିନ ତେନ୍ଦୁଲକର ବି ଏହି ମ୍ୟାଚରେ ଖେଳୁଥିବାର ଦେଖିବାକୁ ମିଳିପାରେ । ଏକ ବଡ଼ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଏହି କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ କରିବାକୁ ପ୍ରସ୍ତୁତି କରୁଛି । ଏମିତି କି ଡିସେମ୍ବର 14 ତାରିଖରେ ୱାଙ୍ଖେଡେ କ୍ରିକେଟ୍ ଗ୍ରାଉଣ୍ଡ ବୁକ୍ କରିବାକୁ କମ୍ପାନୀ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍‌କୁ ମଧ୍ୟ ଅପିଲ୍ କରିଛି ।

ମେସି ୧୩ରୁ ୧୫ ଡିସେମ୍ବର ମଧ୍ୟରେ ଭାରତରେ ରହିବେ । ସେ ଏହି ସମୟରେ ମୁମ୍ବାଇ ବ୍ୟତୀତ ଦିଲ୍ଲୀ ଓ କୋଲକାତା ମଧ୍ୟ ଯିବେ। କୋଲକାତାର ଇଡେନ ଗାର୍ଡେନ୍ସରେ ମେସିଙ୍କୁ ସମ୍ମାନିତ କରାଯିବ । ଏହି ଇଭେଣ୍ଟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇପାରନ୍ତି । କୋଲକାତାରେ ନିଜ ଗସ୍ତ ସମୟରେ ମେସି ପିଲାମାନଙ୍କ ପାଇଁ ଏକ ଫୁଟବଲ ଓ୍ୱାର୍କଶପ ମଧ୍ୟ ଆୟୋଜନ କରିବେ। ମେସିଙ୍କ ସମ୍ମାନରେ ‘Goat Cup’ ଟୁର୍ଣ୍ଣାମେଣ୍ଟର ମଧ୍ୟ ଆୟୋଜନ ହେବ।

Advertisment

ତେବେ ଏହା ହେଉଛି ମେସିଙ୍କର ଦ୍ୱିତୀୟ ଭାରତ ଗସ୍ତ ହେବ। ୧୪ ବର୍ଷ ପୂର୍ବେ ସେ ଭେନେଜୁଏଲା ବିପକ୍ଷରେ ଏକ ଅନ୍ତର୍ଜାତୀୟ ଫ୍ରେଣ୍ଡଲି ମ୍ୟାଚ ଖେଳିବାକୁ ଭାରତ ଆସିଥିଲେ । ଏହି ମ୍ୟାଚ୍‌ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ଖେଳାଯାଇଥିଲା ।

Lionel Messi Cricket Sachin Tendulkar
Advertisment
Related Articles
Advertisment