/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754736784.jpg)
Triple Murder
ଦିଲ୍ଲୀର କରାୱଲ ନଗରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରିଛି । ଗୋଟିଏ ପରିବାରକୁ ଛାରଖାର କରିଦେଇଛି ପିଶାଚ ବାପା।
କରାୱଲ ନଗରରେ ଏହି ଟ୍ରିପଲ ମର୍ଡର ଘଟିଛି ତାହା ପୁଣି ରକ୍ଷା ବନ୍ଧନ ଉତ୍ସବରେ । ପୁଲିସର ପ୍ରାରମ୍ଭିକ ତଦନ୍ତରେ ଜଣାପଡ଼ିଛି ଯେ ଅଭିଯୁକ୍ତ ବ୍ୟକ୍ତି ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ଗଳା ଚିପି ହତ୍ୟା କରିଛନ୍ତି।ପୁଲିସ ଅନୁଯାୟୀ ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା ଜାରି ରଖିଛି।
ଆଖପାଖର ଲୋକଙ୍କୁ ପଚରାଉଚରା ଆଧାରରେ ପୁଲିସ କହିଛି ଯେ ଅଭିଯୁକ୍ତ ଋଣର ବୋଝ ହେତୁ ଏଭଳି କାଣ୍ଡ ଘଟାଇଛି । ତେବେ, ଏହି ହତ୍ୟାକାଣ୍ଡର କାରଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ହିଁ ଜଣାପଡ଼ିବ।
ଅଭିଯୁକ୍ତ ବ୍ୟକ୍ତିଙ୍କ ନାମ ପ୍ରଦୀପ। ସେ ତାଙ୍କ ପତ୍ନୀ ଓ ପାଞ୍ଚ ଓ ସାତ ବର୍ଷର ଦୁଇ ଝିଅଙ୍କୁ ପ୍ରଥମେ ହତ୍ୟା କରିଥିଲେ ଏବଂ ପରେ ଶବଗୁଡ଼ିକୁ ସେହିଠାରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି।
ପଡ଼ୋଶୀଙ୍କ କହିବା କଥା ଯେ ଜୟଶ୍ରୀ ଓ ତାଙ୍କ ସ୍ୱାମୀ ପ୍ରଦୀପଙ୍କ ମଧ୍ୟରେ ନିୟମିତ ଝଗଡ଼ା ହେଉଥିଲା। ଘଟଣା ରାତିରୁ ଘଟିଥିବା ବେଳେ ପଡ଼ୋଶୀ ଆଜି ସକାଳ ୬ଟାରେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ।
ଜଣେ ପଡ଼ୋଶୀ ଯେତେବେଳେ କବାଟ ଖୋଲା ଥିବା ଦେଖି ଭିତରୁ ଚାହିଁଥିଲେ ସେତେବେଳେ ଜୟଶ୍ରୀ ଓ ତାଙ୍କର ଦୁଇ ଝିଅ ନିସ୍ତେଜ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଜଣେ ପଡ଼ୋଶୀ ସେମାନଙ୍କୁ ଡାକିଥିଲେ ହେଁ କୌଣସି ଜବାବ ମିଳି ନଥିଲେ। ଏହାପରେ ପଡ଼ୋଶୀମାନେ ପୁଲିସ୍କୁ ଖବର ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)