Advertisment

Lightning Strike In Peru: LIVE ମ୍ୟାଚ୍‌ରେ ମାରିଲା ବିଜୁଳି; ଚାଲିଗଲା ଜଣେ Football ଖେଳାଳିଙ୍କ ଜୀବନ, ଭାଇରାଲ ହେଲା ଭିଡିଓ

ଏକ ଫୁଟବଲ୍‌ ମ୍ୟାଚ୍‌ ଚାଲୁଥିବା ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା । ଯାହାଫଳରେ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Footballer Died Due To Lightning

Footballer Died Due To Lightning

କ୍ରୀଡା ଜଗତରୁ ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା କ୍ରୀଡା ପ୍ରଶଂସକଙ୍କ ସମେତ ବହୁ ଭେଟରାନ୍‌ ଖେଳାଳିଙ୍କୁ ଚକିତ କରିଦେଇଛି । ଏକ ଫୁଟବଲ୍‌ ମ୍ୟାଚ୍‌ ଚାଲୁଥିବା ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା । ଯାହାଫଳରେ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ଜଣେ ରେଫରୀଙ୍କ ସମେତ ଅନେକ ଖେଳାଳି ଗୁରୁତର ଭାବେ ଆହତ ହୋଇଛନ୍ତି ।

Advertisment

ବଜ୍ରପାତରେ ଗୁରୁତର ଆହତ ଖେଳାଳି ଏବଂ ରେଫରିଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପେରୁରେ । ନଭେମ୍ବର ୩ରେ ପେରୁର ଚିଲକାରେ ଦୁଇଟି ଘରୋଇ କ୍ଲବ୍‌ Juventud Bellavista ଏବଂ Familia Chocca ମଧ୍ୟରେ ଏକ ମ୍ୟାଚ୍‌ ଚାଲିଥିଲା । ତେବେ ଲାଇଭ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଖେଳାଳି ଓ ରେଫରୀ ଗୁରୁତର ଭାବେ ଆହତ ହୋଇଥିଲେ ।

ଅଧିକ ପଢ଼ନ୍ତୁ: ଚାଲିଥିଲା ଷ୍ଟାର ସ୍ପୋର୍ଟ୍ସ ଲାଇଭ୍‌; ହଠାତ ପଶିଗଲେ ଶାହରୁଖ୍‌..ଭୁଲ୍ ମାଗିଲେ..ଦେଖନ୍ତୁ ଭିଡିଓ

Advertisment

ସୂଚନା ଅନୁସାରେ ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ସମୟରେ ଜୁଭେଣ୍ଟଡ୍‌ ବେଲାଭିଷ୍ଟା ୨-୦ରେ ଆଗୁଆ ରହିଥିଲା । ତେବେ ଠିକ୍‌ ଏହି ସମୟରେ ହଠାତ୍‌ ପାଗ ବହୁତ ଖରାପ ହୋଇଯାଇଥିଲା । ତେଣୁ ରେଫରି ହ୍ୱିସଲ୍‌ ବଜାଇ ଖେଳକୁ ବନ୍ଦ କରିଦେଇଥିଲେ ଏବଂ ଖେଳାଳିଙ୍କୁ ପଡ଼ିଆ ଛାଡ଼ିବାକୁ ମଧ୍ୟ କହିଥିଲେ । ଖେଳାଳିମାନେ ପଡ଼ିଆ ଛାଡ଼ି ଯାଉଥିବାବେଳେ ହଠାତ୍‌ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତ ୩୯ ବର୍ଷ ବୟସ୍କା ଖେଳାଳି ଜୋସ୍‌ ହୁଗେ ଡେ ଲା କ୍ରୁଜ୍‌ ମେସାଙ୍କ ଉପରେ ପଡ଼ିଥିଲା । ଯେଉଁଥି ପାଇଁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।

ଏହା ସହିତ ୪୦ ବର୍ଷୀୟ ଗୋଲକିପର ଜୁଆନ୍‌ ଚୋକ୍କା ଲାକ୍ଟା ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ମିରର୍‌ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଜଣେ ଖେଳାଳିଙ୍କ ମୃତ୍ୟୁ ସହ ଆଉ ତିନି ଜଣ ଖେଳାଳି ମଧ୍ୟ ଏହି ବଜ୍ରପାତ ଫଳରେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଆହତ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

ବଜ୍ରପାତ ଯୋଗୁଁ ଜଣେ ଫୁଟବଲର ମୃତ୍ୟୁର ଏହା ପ୍ରଥମ ଘଟଣା ନୁହେଁ । ଚଳିତ ବର୍ଷ ଫେବ୍ରୁଆରୀରେ ଇଣ୍ଡୋନେସିଆର ପଶ୍ଚିମ ଜାଭାସ୍ଥିତ ସିଲିୱାଙ୍ଗି ଷ୍ଟାଡିୟମରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । FLO FC Bandung ଏବଂ FBI Subang ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଚାଲିଥିଲା । ଠିକ୍‌ ଏହି ସମୟରେ ପଡ଼ିଆରେ ବଜ୍ରପାତ ହୋଇଥିଲା । ଯାହାଫଳରେ ୩୫ ବର୍ଷୀୟ ସେପ୍ଟନ୍‌ ରାହାରାଜଙ୍କ ମୃତ୍ୟୁ ହୋଇଥିଲା । ବଜ୍ରପାତ କାରଣରୁ ପ୍ରଥମେ ରାହାରାଜ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ଗତ ୧୨ ମାସ ମଧ୍ୟରେ ଏହା ଦ୍ୱିତୀୟ ଘଟଣା ଥିଲା ଯେତେବେଳେ ଇଣ୍ଡୋନେସିଆର ଜଣେ ଫୁଟବଲ ଖେଳାଳିଙ୍କ ମୃତ୍ୟୁ ବଜ୍ରପାତ ଦ୍ୱାରା ହୋଇଥିଲା ।

ଗତ ବର୍ଷ ୨୦୨୩ ମସିହାରେ, ପୂର୍ବ ଜାଭାର ବୋଜୋନେଗୋରୋର ଜଣେ ଯୁବ ଫୁଟବଲ ଖେଳାଳି ସୋରାଟିନ୍ U-୧୩ କପ୍ ସମୟରେ ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିଲେ । ସେହିପରି ୨୦୨୩ ମସିହାରେ ୨୧ ବର୍ଷ ବୟସ୍କ ଜଣେ ବ୍ରାଜିଲ୍‌ ଫୁଟବଲ୍‌ ଖେଳାଳିଙ୍କ ମୃତ୍ୟୁ ମଧ୍ୟ ବଜ୍ରପାତ ଯୋଗୁଁ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଲାଇଭ୍‌ ମ୍ୟାଚ୍‌ ବେଳେ ସିଗାରେଟ୍‌ ଟାଣିଲେ ପାକିସ୍ତାନ ଖେଳାଳି, ଭିଡିଓ ଭାଇରାଲ୍

Lightning Death
Advertisment
Advertisment