/odishatv-khabar/media/post_attachments/uploadimage/library/16_9/16_9_0/Imad_Wasim_1710844824.jpg)
Imad Wasim
ପୁଣି ଚର୍ଚ୍ଚାରେ PSL। ଏଥର ଖେଳକୁ ନେଇ ନୁହେଁ ବରଂ ମ୍ୟାଚ୍ ସମୟରେ ପାକିସ୍ତାନୀ ଖେଳାଳିଙ୍କ ସିଗାରେଟ୍ ଟାଣିବାକୁ ନେଇ ଏବେ ଚର୍ଚ୍ଚାରେ PSL। ମାର୍ଚ୍ଚ ୧୮ରେ କରାଚି କ୍ରିକେଟ୍ ଗ୍ରାଉଣ୍ଡରେ ପାକିସ୍ତାନ ସୁପର ଲିଗ୍ର ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଇସଲାମାବାଦ ୟୁନାଇଟେଡ୍, ମୁଲତାନ ସୁଲତାନକୁ ପରାସ୍ତ କରି ତୃତୀୟ ଥର ପାଇଁ ଟାଇଟଲ୍ ନିଜ ନାମରେ କରିଥିଲା। ଏହି ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଥିଲେ ଇମାଦ। ତେବେ ଇମାଦଙ୍କ ଏହି ପ୍ରଦର୍ଶନ ପାଇଁ ଯେତିକି ଚର୍ଚ୍ଚରେ ନାହାନ୍ତି ତାଠାରୁ ଅଧିକ ଚର୍ଚ୍ଚାରେ ତାଙ୍କ କାର୍ଯ୍ୟକଳାପ ପାଇଁ। ଇମାଦ ୱାସିମଙ୍କ ଗୋଟିଏ କାର୍ଯ୍ୟ ପୂରା ଟୁର୍ଣ୍ଣାମେଣ୍ଟ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ଫାଇନାଲ ମ୍ୟାଚ୍ ସମୟରେ ଇମାଦଙ୍କ ଡ୍ରେସିଂ ରୁମ୍ର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସେ ଧୂମପାନ କରୁଥିବାର ଦେଖିବାକୁ ମିଳିଥିଲା।
ଅଧିକ ପଢ଼ନ୍ତୁ: କ୍ରିକେଟ୍ର ପାରମ୍ପରିକ ଫର୍ମାଟ୍କୁ ଅଣଦେଖା ବେଳେ ଆଇପିଏଲ୍ ଦେଲା ନୂଆ ସ୍ୱାଦ
PAKISTAN "SMOKING" LEAGUE 🚬🔥🔥#HBLPSL9#HBLPSLFinalpic.twitter.com/pwpaj4bLh8
— Farid Khan (@_FaridKhan) March 18, 2024
ଫାଇନାଲ ମ୍ୟାଚ୍ ସମୟରେ ଯେତେବେଳେ ମୁଲତାନ୍ ସୁଲତାନର ସ୍କୋର ୧୭ ଓଭରରେ ୧୨୭ ରନ୍ ଥିଲା। ସେ ସମୟରେ ଇମାଦ ଡ୍ରେସିଂ ରୁମ୍ରେ ଥିଲେ। ଏହି ସମୟରେ ଯେତେବେଳେ କ୍ୟାମେରା ତାଙ୍କ ଆଡକୁ ଯାଇଥିଲା, ସେ ଧୂମପାନ କରୁଥିବାର ଦେଖିବାକୁ ମିଳିଥିଲା। କ୍ୟାମେରାକୁ ଦେଖିବା ପରେ ଇମାଦ ୱାସିମ୍ ସିଗାରେଟ୍ ଲୁଚାଇ ଦେଇଥିଲେ। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହି ମ୍ୟାଚ୍ରେ ଇମାଦ ୱାସିମ୍ଙ୍କ ପ୍ରଦର୍ଶନ କଥା ଯଦି କହିବା ତାହାଲେ ପ୍ରଥମ ଇନିଂସରେ ୪ ଓଭରରେ ମାତ୍ର ୨୩ ରନ୍ ଦେଇ ୫ ୱିକେଟ୍ ଅକ୍ତିଆର କରିଥିଲେ। ଯାହା ଏପର୍ଯ୍ୟନ୍ତ ତାଙ୍କ PSL କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ।
କରାଚିରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ମୁଲତାନ ସୁଲତାନ ୨୦ ଓଭରରେ ୯ ୱିକେଟ ହରାଇ ୧୫୯ ରନ୍ କରିଥିଲେ। ୧୬୦ ରନ୍ର ପିଛା କରି ଇସଲାମାବାଦ ୟୁନାଇଟେଡ୍ ଶେଷ ବଲରେ ଏହି ମ୍ୟାଚ୍କୁ ନିଜ ନାମରେ କରି ତୃତୀୟ ଥର ପାଇଁ ଟାଇଟଲ ନିଜ ନାମରେ କରିଥିଲା।
ସୂଚନା ଅନୁସାରେ ଇମାଦ ୱାସିମ ୨୦୨୩ ନଭେମ୍ବରରେ ଆର୍ନ୍ତଜାତୀୟ କ୍ରିକେଟରୁ ଅଚାନକ ଅବସର ଘୋଷଣା କରିଥିଲେ। ସେ ପାକିସ୍ତାନ କ୍ରିକେଟ ଟିମ୍ ପାଇଁ ୫୫ ଦିନିକିଆ, ୬୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)