Advertisment

Sachin And Kohlis Belonging In Museum: ଓଭାଲ ମ୍ୟୁଜିୟମରେ ସଚିନ, କୋହଲିଙ୍କ ସନ୍ତକ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

କିଆ ଓଭାଲ ଷ୍ଟାଡିୟମ ଏହାର ୧୮୦ ତମ ଆନିଭର୍ସାରୀ ପାଳନ କରିବାକୁ ଯାଉଛି। ଏହି କାରଣରୁ ଦୁଇ କିମ୍ବଦନ୍ତୀଙ୍କ କ୍ରୀଡା ଉପକରଣକୁ କ୍ଲବର ମ୍ୟୁଜିୟମରେ ସ୍ଥାନ ମିଳିଛି। ସଚିନ ତେନ୍ଦୁଲକରଙ୍କ ଜର୍ସି ରହିଥିବା ବେଳେ ବିରାଟ କୋହଲି ମ୍ୟାଚରେ ପିନ୍ଧିଥିବା ଗ୍ଲୋଭସକୁ ମଧ୍ୟ ସ୍ଥାନିତ କରାଯାଇଛି।

ଅଦ୍ୟତନ ହୋଇଛି
sachin

sachin

Advertisment

ଭାରତୀୟ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଓ କ୍ରିକେଟିଙ୍ଗ ଲିଜେଣ୍ଡ ବିରାଟ କୋହଲିଙ୍କ ସନ୍ତକ ଲଣ୍ଡନର ଓଭାଲ କ୍ରିକେଟ ମ୍ୟୁଜିୟମରେ ସ୍ଥାନ ପାଇବାକୁ ଯାଉଛି। ଲଣ୍ଡନରେ ରହିଥିବା କିଆ ଓଭାଲ ଷ୍ଟାଡିୟମରେ ସରେ କ୍ରିକେଟ କ୍ଲବ ଏହାର ହୋମ ମ୍ୟାଚ ଖେଳିଥାଏ। ଏହି ଦୁଇ ମହାନ କ୍ରିକେଟରଙ୍କ କ୍ରୀଡା ସାମଗ୍ରୀ ଏହି ଭେନ୍ୟୁରେ ସ୍ଥାନ ପାଇଥିବା ନେଇ ସରେ କ୍ରିକେଟ କ୍ଲବ ପକ୍ଷରୁ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି।

Advertisment

କିଆ ଓଭାଲ ଷ୍ଟାଡିୟମ ଏହାର ୧୮୦ ତମ ଆନିଭର୍ସାରୀ ପାଳନ କରିବାକୁ ଯାଉଛି। ଏହି କାରଣରୁ ଦୁଇ କିମ୍ବଦନ୍ତୀଙ୍କ କ୍ରୀଡା ଉପକରଣକୁ କ୍ଲବର ମ୍ୟୁଜିୟମରେ ସ୍ଥାନ ମିଳିଛି। ସଚିନ ତେନ୍ଦୁଲକରଙ୍କ ଜର୍ସି ରହିଥିବା ବେଳେ ବିରାଟ କୋହଲି ମ୍ୟାଚରେ ପିନ୍ଧିଥିବା ଗ୍ଲୋଭସକୁ ମଧ୍ୟ ସ୍ଥାନିତ କରାଯାଇଛି। ବିଶ୍ବର ଏକାଧିକ କ୍ରୀଡା ବ୍ୟକ୍ତିତ୍ବଙ୍କ ବ୍ୟବହୃତ କ୍ରୀଡା ଉପକରଣକୁ ସାମିଲ କରାଯାଇଥିଲେ ମଧ୍ୟ ତେନ୍ଦୁଲକରଙ୍କ ଜର୍ସି ଓ କୋହଲିଙ୍କ ଗ୍ଲୋଭସ ଆକର୍ଷଣର କେନ୍ଦ୍ର ରହିଛି।

ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ଟ୍ରାଜେଡି, ୧୦ ଲକ୍ଷ ଅନୁକମ୍ପା ଘୋଷଣା କଲା RCB

ଭାରତ ଶେଷଥର ପାଇଁ ୨୦୨୨ରେ ଦିନିକିଆ ମ୍ୟାଚ ଖେଳିଥିଲା। ଏହି ମ୍ୟାଚରେ ବିରାଟ କୋହଲି ବ୍ୟବହାର କରିଥିବା ଗ୍ଲୋଭସ ମ୍ୟୁଜିୟମରେ ସ୍ଥାନ ପାଇଛି। ଏହି ଗ୍ଲୋଭସ ଉପରେ ବିରାଟଙ୍କ ଅଟୋଗ୍ରାଫ ରହିଥିବା ବେଳେ ତାରିଖ ଉଲ୍ଲେଖ ରହିଛି। ସେହିପରି ଅନ୍ୟ ପଟରେ ଲେଖା ଯାଇଛି ‘ଟୁ ଦ ଓଭାଲ ମ୍ୟୁଜିୟମ, ବେଷ୍ଟ ୱିସେସ’।

Advertisment

ମ୍ୟୁଜିୟମର ଦ୍ବିତୀୟ ଆକର୍ଷଣୀୟ ଜିନିଷ ରହିଛି ସଚିନ ତେନ୍ଦୁଲକରଙ୍କ ଟି ଶାର୍ଟ। ୨୦୦ ଟେଷ୍ଟ ମ୍ୟାଚ ଖେଳି ୫୧ ଶତକ ସହିତ ୧୫,୯୨୧ ରନ ସ୍କୋର କରିଥିବା ସଚିନଙ୍କ ସାଇନ କରାଯାଇଥିବା ଟି ଶାର୍ଟ ଏହି ମ୍ୟୁଜିୟମରେ ରହିଛି। ସଚିନ ଓଭାଲ ଗ୍ରାଉଣ୍ଡର ଅନ୍ୟତମ ସଫଳ ଖେଳାଳି ରହିଥିବା ବେଳେ କୋହଲି ଏଠାରେ ଖେଳିବାର ସୁଯୋଗ ପାଇ ନାହାନ୍ତି। ୨୦୧୮ରେ କୋହଲିଙ୍କ ପାଖରେ ଖେଳିବାର ସୁଯୋଗ ରହିଥିବା ବେଳେ ବେକରେ ଆଘାତ କାରଣରୁ ସେ ବାଦ ପଡିଥିଲେ। କୋହଲି କାଉଣ୍ଟି ଖେଳି ପାରି ନ ଥିବା ବେଳେ ୨୦୧୮ ଇଂଲଣ୍ଡ ବିପକ୍ଷ ସିରିଜରେ ଭାରତ ୪-୧ରେ ପରାଜିତ ହୋଇଥିଲା।

ଅନ୍ୟ ପକ୍ଷରେ ସଚିନ ତେନ୍ଦୁଲକର ଓଭାଲ ଗ୍ରାଉଣ୍ଡରେ ମୋଟ ୯ ମ୍ୟାଚ ଖେଳିଛନ୍ତି। ୪ ଦିନିକିଆ ଓ ୫ ଟେଷ୍ଟ ଖେଳି ସେ ୪୩.୭୨ ଆଭରେଜରେ ସ୍କୋର କରିଛନ୍ତି ୪୮୧ ରନ।

Advertisment

ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ଦଳା ଚକଟାକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହେଲା ଆରସିବି, ମାମଲା ଖାରଜ ପାଇଁ ଅନୁରୋଧ

Virat Kohli Sachin Tendulkar Cricket Legend Sachin Tendulkar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ