Virat Kohli: ଇତିହାସ ରଚିଲେ ବିରାଟ, ଭାଙ୍ଗିଲେ ସଚିନ୍‌ଙ୍କ ରେକର୍ଡ...ପୂରଣ କଲେ ୧୪ ହଜାର ରନ୍‌

୨୯୯ତମ ଦିନିକିଆ ମ୍ୟାଚ୍‌ର ୨୮୭ତମ ଇନିଂସରେ କୋହଲି ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ସଚିନ୍‌ ତେନ୍ଦୁଲକରଙ୍କ ନାମରେ ଥିଲା ।

କୋହଲିଙ୍କ ‘ବିରାଟ’ ରେକର୍ଡ

ଇତିହାସ ରଚିଲେ ବିରାଟ କୋହଲି । ଭାଙ୍ଗିଲେ କ୍ରିକେଟର ଭଗବାନ ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ । ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ନିଜ ନାମରେ ଆଉ ଏକ ଐତିହାସିକ ରେକର୍ଡ କରିଛନ୍ତି । ଦିନିକିଆ କ୍ରିକେଟ୍‌ରେ କୋହଲି ଦ୍ରୁତତମ ୧୪ ହଜାର ରନ୍‌ ସ୍କୋର କରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ଫେଲ୍‌ ମାରିଲେ ପାକିସ୍ତାନର ବ୍ୟାଟ୍‌ର; ଭାରତ ସାମ୍ନାରେ ୨୪୨ ଟାଗେର୍ଟ...

୨୯୯ତମ ଦିନିକିଆ ମ୍ୟାଚ୍‌ର ୨୮୭ତମ ଇନିଂସରେ କୋହଲି ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ସଚିନ୍‌ ତେନ୍ଦୁଲକରଙ୍କ ନାମରେ ଥିଲା । ତେନ୍ଦୁଲକର ୩୫୦ତମ ଇନିଂସରେ ଏହି ରେକର୍ଡ କରିଥିଲେ । ସଚିନଙ୍କ ପରେ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଦିନିକିଆରେ ୩୭୮ ଇନିଂସରେ ୧୪ ହଜାର ରନ୍‌ କ୍ଲବରେ ସାମିଲ ହୋଇଥିଲେ ।

ସୂଚନା ଅନୁସାରେ, କୋହଲି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ୨୨ ରନ୍ କରିଥିଲେ। ସେତେବେଳେ ସେ ଏହି ଐତିହାସିକ ରେକର୍ଡଠାରୁ ମାତ୍ର ୧୫ ରନ୍‌ ଦୂରରେ ଥିଲେ । କିନ୍ତୁ ଆଜି ସେ ଦୁବାଇରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି । ୧୩ତମ ଓଭରର ଦ୍ୱିତୀୟ ବଲରେ ଚୌକା ମାରି କୋହଲି ଏହି ରେକର୍ଡ କରିଥିଲେ ।

ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍‌ରେ ଏକ ରନ୍ କରିବା ମାତ୍ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ସେ ଓପନର ଭାବରେ ODIରେ ୯୦୦୦ ରନ୍‌ ପୂରଣ କରିଥିବା ବ୍ୟାଟସମ୍ୟାନ୍ ହୋଇଛନ୍ତି । ରୋହିତ ୧୮୧ଟି ଦିନିକିଆ ଇନିଂସରେ ଓପନର ଭାବରେ ଏହି ସଫଳତା ହାସଲ କରିଥିଲେ । ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା ଯିଏ ୧୯୭ ଇନିଂସରେ ଏହି ସଫଳତା ହାସଲ କରିଥିଲେ ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ମାଟିରେ ଚାମ୍ପିଅନ୍ସ ଟ୍ରଫି ବେଳେ ବିରାଟ ଭୁଲ୍, ବାଜିଲା ଭାରତର ଜାତୀୟ ସଙ୍ଗୀତ