Advertisment

Bangladeshi Infiltrators: ‘ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍‌ସିଟିରେ ବଢୁଛି ଅପରାଧ’

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଆରମ୍ଭ କରାଯିବା ସହ ତାଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
‘ବସ୍ତିରୁ ବାର୍‌ ସବୁଠି ବାଂଲାଦେଶୀ’

‘ବସ୍ତିରୁ ବାର୍‌ ସବୁଠି ବାଂଲାଦେଶୀ’

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ୱିନ୍ ସିଟିରେ ଅପରାଧ ବଢ଼ୁଛି । ବସ୍ତିରୁ ବାର୍‌ ସବୁଠି ବାଂଲାଦେଶୀ ଅନୁପ୍ରବେଶକାରୀ ମାତିଛନ୍ତି । କେବଳ ଏତିକି ନୁହେଁ ଏମାନେ ଚୋରା ନିଶା କାରବାର ସହିତ ଅପରାଧ ମଧ୍ୟ ଘଟାଉଛନ୍ତି । ତେବେ ଏହି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚେକ୍‌ ଦେବାକୁ ନଗର ଉନ୍ନୟନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ବଡ଼ ଆକ୍ସନ ପ୍ଲାନ୍ କରାଯାଉଛି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଆରମ୍ଭ କରାଯିବା ସହ ତାଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

Advertisment

ସେହିପରି ସେ ଆହୁରି କହିଛନ୍ତି, ସହରକୁ ସୁରକ୍ଷିତ ରଖିବାକୁ ଅନୁପ୍ରବେଶକାରୀ ମୁକ୍ତ କରାଯିବ । ବସ୍ତିରେ ରହୁଥିବା ଅପରାଧୀଙ୍କ ଘରକୁ ଭଙ୍ଗାଯାଉଛି । ସେହିପରି ନୂଆ ବାର୍ ଖୋଲିବାକୁ ଅନୁମତି ଦେବା ସମୟରେ ଯେପରି ନିୟମ କଡ଼ାକଡ଼ି ପାଳନ ହେବ ସେନେଇ ଅବକାରୀ ବିଭାଗ ସହିତ ଆଲୋଚନା ହୋଇଛି ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ସେପଟେ ବାଂଲାଦେଶୀଙ୍କ ସପକ୍ଷରେ ଭୁବନେଶ୍ୱର ମେୟର ବୟାନ ଦେବା ପରେ ରାଜ୍ୟ ରାଜନୀତିରେ ଏହାକୁ ନେଇ ବିବାଦ ଦେଖାଦେଇଛି । ଓଡ଼ିଶାରେ ବାଲାଂଦେଶୀଙ୍କୁ କିଏ ଦେଇଛି ପ୍ରଶ୍ରୟ ? ଏହାକୁ ନେଇ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ସାଂଘାତିକ ବୟାନ ଦେଇଥିଲେ । ସେ କହିଥିଲେ- Vote bank ପାଇଁ ଅନୁପ୍ରବେଶକାରୀଙ୍କୁ ପ୍ରଶ୍ରୟ ଦେଇଥିଲା ବିଜେଡି। ସେମାନଙ୍କର ଆଧାର କାର୍ଡ ବନେଇ ରାଜ୍ୟରେ ଥଇଥାନ କରିଛି ଶଙ୍ଖଦଳ । ପଶ୍ଚିମବଙ୍ଗ ସରକାର ସମର୍ଥନରେ ବାଂଲାଦେଶୀ ଆଧାର କାର୍ଡ, ଭୋଟର କାର୍ଡ ଓ ରାସନ୍ କାର୍ଡ଼ ପାଉଥିଲେ । ବିଜେଡି ପ୍ରଶୟରେ ଓଡ଼ିଶାରେ ଅନୁପ୍ରବେଶ କରୁଥିଲେ । ତେଣୁ ସେମାନଙ୍କୁ ଜଲଦି ବାହାର କରିବାକୁ ରାଜ୍ୟ ସରକାରଙ୍କ ପାଖେ ଦାବି କରିଥିଲେ ଜୟନାରାୟଣ ।

Advertisment

ଅଧିକ ପଢ଼ନ୍ତୁ: ଯାତ୍ରା ଜଗତରେ ହଇଚଇ, ଯାତ୍ରା ଛାଡିଲେ କି ନମିତା ଭୂୟାଁ !

Odisha Bangladeshi National Krushna Chandra Mohapatra
Advertisment
Related Articles
Advertisment