/odishatv-khabar/media/post_attachments/uploadimage/library/16_9/16_9_0/french_1749391731.jpg)
french
ଟେନିସ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନର ମହିଳା ଡବଲ୍ସ ଇଭେଣ୍ଟରେ ବାଜି ମାରିଛନ୍ତି ଜସ୍ମିନ ପାଓଲିନି ଓ ସାରା ଇରାନୀ। ରବିବାର ଅନୁଷ୍ଠିତ ଫାଇନାଲରେ ବିଶ୍ବ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ଇଟାଲୀର ଜସ୍ମିନ ଓ ସାରାଙ୍କ ଯୋଡି ୬-୪, ୨-୬ ଓ ୬-୧ରେ ସର୍ବିଆର ଆଲେକସାଣ୍ଡ୍ରା କ୍ରୁନିକ ଓ କାଜାଖସ୍ତାନର ଆନ୍ନା ଡାନିଲିନାଙ୍କୁ ପରାସ୍ତ କରିଥିଲେ।
ଅଲିମ୍ପିକ୍ସରେ ପଦକ ବିଜୟିନୀ ଜସ୍ମିନ ଓ ସାରାଙ୍କ ଯୋଡି ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହିତ ବିଜୟୀ ହୋଇଥିଲେ। ୧୧ ମାସ ତଳେ ଯେଉଁ ଫିଲିପ ଚାର୍ଟିଅର କୋର୍ଟରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ସମାନ କୋର୍ଟରେ ଅଣସିଡେଡ ଯୋଡିଙ୍କୁ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ସାରା ନିଜ କ୍ୟାରିୟରର ଅଷ୍ଟମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି ।ଅନ୍ୟ ପକ୍ଷରେ ଜସ୍ମିନ ପାଓଲିନ ନିଜ କ୍ୟାରିୟରରେ ପ୍ରଥମ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି।
ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ଟ୍ରାଜେଡି, ୧୦ ଲକ୍ଷ ଅନୁକମ୍ପା ଘୋଷଣା କଲା RCB
ସେହିପରି ମାତ୍ର ୩ ଦିନର ବ୍ୟବଧାନରେ ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି ସାରା ଇରାନୀ। ୩ ଦିନ ତଳେ ମିକ୍ସଡ ଡବଲ୍ସ ଫାଇନାଲରେ ଆଣ୍ଡ୍ରେ ଭାଭାସୋରୀଙ୍କୁ ସାଥୀ କରି ଟାଇଟଲ ବିଜୟୀ ହୋଇଥିଲେ। ଗତ ବର୍ଷର ଫ୍ରେଞ୍ଚ ଓପନ ମହିଳା ସିଙ୍ଗଲ୍ସ ଓ ଡବଲ୍ସ ଇଭେଣ୍ଟରେ ରନର ଅପ ରହିଥିବା ଜସ୍ମିନ ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ହାସଲ କରିଥିଲେ। ରୋଲାଣ୍ଡ ଗ୍ୟାରସରେ ଜସ୍ମିନ ପାଓଲିନି ଓ ସାରା ଇରାନୀ ଯୋଡି ନିଜ ବିଜୟ ପରାଜୟ ରେକର୍ଡ ୧୬-୧ରେ ପହଞ୍ଚାଇଛନ୍ତି।
ଚଳିତ ବର୍ଷ କ୍ରମାଗତ ୧୧ ମ୍ୟାଚରେ ଅପରାଜେୟ ରହିଛନ୍ତି ଜସ୍ମିନ ପାଓଲିନି ଓ ସାରା ଇରାନୀଙ୍କ ଯୋଡି। ପ୍ରଥମ ସେଟରେ ଜସ୍ମିନ-ସାରା ୬-୪ରେ ବିଜୟୀ ହୋଇଥିଲେ। ତେବେ ଦ୍ବିତୀୟ ସେଟରେ ଜବରଦସ୍ତ କମବ୍ୟାକ କରିଥିଲେ। ୬-୨ରେ ଏହି ସେଟକୁ ଜିତିବା ସହିତ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ନିର୍ଣ୍ଣାୟକ ସେଟରେ ନିଜ ଅଭିଜ୍ଞତାର ଫାଇଦା ଉଠାଇ ବିଜୟୀ ହୋଇଥିଲେ ଜସ୍ମିନ ଓ ସାରା। ସେହିପରି ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ବିଜୟୀ ହୋଇଥିଲେ ଆମେରିକାର କୋକୋ ଗଫ। ୬-୭(୫/୭), ୬-୨,୬-୪ ସେଟରେ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ପରାସ୍ତ କରିଥିଲେ ଗଫ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)