Advertisment

ଶେଷ ବଲ୍‌ରେ ଚେନ୍ନାଇକୁ ଜିତାଇଦେଲେ ଜାଡେଜା, ଖୁସିରେ ସେଲିବ୍ରେସନ କଲେ ଧୋନି

୫ମ ଥର ପାଇଁ ଆପିଏଲର ତାଜ୍‌ ପିନ୍ଧିଲା ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗ୍ସ।

author-image
Chandan Shishu
ଅଦ୍ୟତନ ହୋଇଛି
Ravindra Jadeja

Ravindra Jadeja

ସବୁବେଳେ ମନେ ରହିବ IPL 2023 ତଥା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୬ ତମ ସଂସ୍କରଣ। ପ୍ରତି ମ୍ୟାଚ୍‌ ଥିଲା ରୋମାଞ୍ଚକର। ଆଉ ସବୁଠୁ ଟପ୍‌ ଫୋକସ୍‌ ଥିଲା ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ୍‌ ଫାଇନାଲ ଉପରେ। ରବିବାର ଆରମ୍ଭ ହୋଇଥିବା ଏହି ଆଇପିଏଲ୍‌ ଫାଇନାଲ ଶେଷ ହେବାକୁ ମଙ୍ଗଳବାର ଲାଗିଗଲା। ଏତେ ଲମ୍ବା ସମୟର ଅପେକ୍ଷା ଅନ୍ତ ଘଟିଲା। ଏହି ମ୍ୟାଚ୍‌ ଏମିତି ଥିଲା କାହାକୁ ଖୁସି ଦେଇଛି ତ ଆଉ କାହାକୁ କନ୍ଦାଇଛି। ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟକୁ ହରାଇ ୫ମ ଥର ପାଇଁ ଆପିଏଲର ତାଜ୍‌ ପିନ୍ଧିଲା ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗ୍ସ।

Advertisment

ଅଧିକ ପଢ଼ନ୍ତୁ: ଚାମ୍ପିୟନ ହେଲା ପରେ ବି ଚାହର୍‌ଙ୍କ ଉପରେ ରାଗିଗଲେ ଧୋନି, କାହିଁକି ?

ଫାଇନାଲ ମ୍ୟାଚ୍‌ର ପ୍ରତିଟି ବଲ୍‌ ଫ୍ୟାନ୍ସଙ୍କ ଛାତିକୁ କରୁଥିଲା ଧଡ଼ଧଡ଼। ଚାମ୍ପିଅନ୍‌ କିଏ ହେବ, ଶେଶ ପର୍ଯ୍ୟନ୍ତ କହିବା ମୁସ୍କିଲ ଥିଲା। ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଧୋନୀ। ଗୁଜରାଟ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇକୁ ଟାର୍ଗେଟ୍‌ ଦେଇଥିଲା ୨୧୫ ରନ୍‌ର ବିଶାଳ ସ୍କୋର। 

Advertisment

ଚେନ୍ନାଇ ବ୍ୟାଟିଂ କରିବାର ମାତ୍ର ୪ ରନ୍‌ ପରେ ବର୍ଷା କାରଣରୁ ସାମୟିକ ସ୍ଥଗିତ ରହିଥିଲା। ଏହାପରେ ଡର୍କୱର୍ଥ ଲୁଇସ୍‌ ଦ୍ୱାରା ୫ ଓଭର୍‌ ସହ ରନ୍‌ କମାଇ ଦିଆଯାଇଥିଲା। ଫଳରେ ୧୫ ଓଭରରେ ଜିତିବା ପାଇଁ ରନ୍‌ ଆବଶ୍ୟକ ପଡୁଥିଲା ୧୭୧ ରନ୍‌। ଖେଳ ଆରମ୍ଭରୁ ଗାଇକ୍ୱାଡ୍‌ ଓ କନୱେଙ୍କ ଯୋଡ଼ି ଚେନ୍ନାଇକୁ ଭଲ ମାଇଲେଡ୍‌ ଦେଇଥିଲା। ହେଲେ ୭୪ ରନ୍‌ର ପାର୍ଟନରସିପ୍‌ ପରେ ଆଗପଛ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ। 

ଅଧିକ ପଢ଼ନ୍ତୁ: ଆଇପିଏଲ୍‌ ଟାଇଟଲ ବିଜୟ ପରେ କାନ୍ଦି ପକାଇଲେ ଧୋନି

ଏହାପରେ ୨୭ ରନ୍‌ କରି ରାହାଣେ ଆଉଟ୍‌ ହୋଇଥିଲେ। ତାଙ୍କ ପରେ ପଡ଼ିଆକୁ ଓହ୍ଲାଇଥିଲେ କ୍ୟାପଟେନ୍‌ ଧୋନି। ହେଲେ ସେ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। କ୍ରିଜ୍‌କୁ ଆସିଥିଲେ ଟିମ୍‌ର ଗେମ୍‌ ଚେଂଜର୍‌ ରବିନ୍ଦ୍ର ଜାଡେଜା। ଶେଷ ଓଭର ତଥା ୧୫ ତମ ଓଭରରେ ଆବଶ୍ୟକ ପଡୁଥିଲା ୧୪ ରନ୍‌। ବୋଲିଂ କରୁଥିଲେ ଗୁଜରାଟର ମୋହିତ ଶର୍ମା। କ୍ରିଜ୍‌ରେ ବ୍ୟାଚି କରୁଥିଲେ ଦୁବେ ଓ ଜାଡେଜା।

  1. ପ୍ରଥମ ବଲ୍‌:  ଦୁବେ ଷ୍ଟ୍ରାଇକ୍‌ କରୁଥିବା ବେଳେ ରନ୍‌ ସଂଗ୍ରହ କରିପାରିନଥିଲେ।
  2. ଦ୍ୱିତୀୟ ବଲ୍‌: ଦୁବେ ୧ ରନ୍‌ କରି ଜାଡେଜାକୁ ଷ୍ଟ୍ରାଇକ୍‌ ଦେଇଥିଲେ।
  3. ତୃତୀୟ ବଲ୍‌: ଜାଡେଜା ୧ ରନ୍‌ ସଂଗ୍ରହ କରିଥିଲେ। 
  4. ଚତୁର୍ଥ ବଲ୍‌:  ଦୁବେ ୧ ରନ୍‌ ସଂଗ୍ରହ କରିଥିଲେ। 
  5. ପଞ୍ଚମ ବଲ୍‌: ୧୦ ରନ୍‌ ଆବଶ୍ୟକ ପଡୁଥିବା ବେଳେ ଜାଡେଜା ମାରିଥିଲେ ଛକା।
  6. ଷଷ୍ଠ ବଲ୍‌:  ୪ ରନ୍‌ ଆବଶ୍ୟକ ପଡୁଥିବା ବେଳେ ଜାଡେଜା ମାରିଥିଲେ ଚୌକା

ଦେଖିଲେ ତ... ନିର୍ଣ୍ଣାୟକ ହେଲା ଶେଷ ବଲ୍‌। ଶେଷ ଦୁଇ ବଲ୍‌ରେ ଛକା ଓ ଚଉକା ମାରି ଟିମ୍‌ର ହିରୋ ସାଜିଥିଲେ ଜାଡେଜା। ଜାଡେଜା  ମାତ୍ର ୬ଟି ବଲ୍‌ ଖେଳି ଗୁରୁତ୍ୱପୂର୍ଣ୍ଣ ୧୫ ରନ୍‌ କରିଥିଲେ। 

ଏହି ବିଜୟ ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ସହ ସମକକ୍ଷ ହୋଇଛି ଚେନ୍ନାଇ ସୁପର କିଙ୍ଗସ। ମୁମ୍ବାଇ ଓ ଚେନ୍ନାଇ ଉଭୟ ୫ଟି ଲେଖାଏଁ ଟାଇଟଲ ହାସଲ କରିଛନ୍ତି। 

ଅଧିକ ପଢ଼ନ୍ତୁ: ଫ୍ୟାନ୍ସଙ୍କ ପାଇଁ ଆଉ ଏକ ସିଜନ୍‌ ଖେଳିବେ ମାହି

Ravindra Jadeja IPL 2023
Advertisment
Advertisment