• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ହରାଇ ନିଜର ପଞ୍ଚମ ଟାଇଟଲ୍‌ ହାସଲ କରିଛି ଚେନ୍ନାଇ ସୁପରକିଙ୍ଗ୍ସ । ଶେଷ ଦୁଇ ବଲ୍‌ରେ ୧୦ ରନ୍‌ର ଆବଶ୍ୟକତା ଥିବା ବେଳେ ଛକା ଓ ଚୌକା ମାରି ଟିମ୍‌କୁ ବିଜୟ ଦ୍ୱାରରେ ପହଞ୍ଚାଇଲେ ରବିନ୍ଦ୍ର ଜାଡେଜା । ଏହାପରେ ଟିମ୍‌ରେ ସେଲିବ୍ରେସନ୍‌ ଦେଖିବାକୁ ମିଳିଥିଲା । ସେଲିବ୍ରେସନ୍‌ର ଅନେକ ଫଟୋ ଓ ଭିଡିଓ ଏବେ ସୋସିଆସଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମ୍ୟାଚ୍‌ ଜିତିବା ପରେ ଇମୋସନାଲ ହୋଇପଡ଼ିଥିଲେ କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି । ଖୁସିରେ ଜାଡେଜାଙ୍କୁ ଟେକି ଧରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ମ୍ୟାଚ୍‌ ଜିତିବା ପରେ ସେଲିବ୍ରେସନ୍‌ର ଅନେକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ମଧ୍ୟରୁ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଧୋନି ଦୀପକ ଚାହର୍‌ଙ୍କ ଉପରେ ରାଗି ଯାଇ ଅଟୋଗ୍ରାଫ ଦେବାକୁ ମନା କରିଦେଉଛନ୍ତି । ମନା କରିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ଅଧିକ ପଢ଼ନ୍ତୁ: ଫ୍ୟାନ୍ସଙ୍କ ପାଇଁ ଆଉ ଏକ ସିଜନ୍‌ ଖେଳିବେ ମାହି

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଚେନ୍ନାଇର ଫାଷ୍ଟ ବୋଲର୍‌ ଦୀପକ ଚାହର୍‌ଙ୍କ ଉପରେ ଧୋନି ରାଗି ଯାଉଛନ୍ତି । ଧୋନିଙ୍କ ଅଟୋଗ୍ରାଫ୍‌ ପାଇଁ ଚେଷ୍ଟା ଚଳାଇଥିଲେ ଚାହର୍‌ । କିନ୍ତୁ ଧୋନି ଅଟୋଗ୍ରାଫ ଦେବା ପାଇଁ ନାରାଜ୍‌ ଥିଲେ । ଶେଷରେ ସେ ଚାହର୍‌ଙ୍କୁ ଅଟୋଗ୍ରାଫ ଦେଲେ । ଧୋନି ଚାହର୍‌ଙ୍କୁ ଚିଡ଼ାଇବା ପାଇଁ ଏମିତି କରୁଥିବାର ଦେଖିବାକୁ ମିଳିଥିଲା । ବାସ୍ତବରେ ଧୋନି ଇସାରାରେ କହୁଛନ୍ତି ଯେ ଚାହର୍‌ ଶୁବମନ୍‌ଙ୍କ କ୍ୟାଚ୍‌ ମିସ୍‌ କରିଛନ୍ତି, ସେଥିପାଇଁ ମୁଁ ଅଟୋଗ୍ରାଫ୍‌ ଦେବିନି । ଧୋନି ହାସ୍ୟାତ୍ମକ ଅନ୍ଦାଜରେ ଚାହର୍‌ଙ୍କୁ ଚିଡ଼ାଉଥିବାର ଦେଖିବାକୁ ମିଳିଛି ।

 

ଗତକାଲି ଗୁଜରାଟ ଟଇଟନ୍ସକୁ ୫ ୱିକେଟରେ ମାତ ଦେଇଛି ଚେନ୍ନାଇ ସୁପରକିଙ୍ଗ୍ସ । ଫାଇନାଲ ମ୍ୟାଚରେ ପ୍ରଥମେ ଟସ ଜିତି ମହେନ୍ଦ୍ର ସିଂ ଧୋନୀ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୪ ରନ କରିଥିଲା । ତେବେ ବର୍ଷା ବାଧକ ସାଜିବା ପରେ DL ମେଥଡ୍ ଅନୁସାରେ ଚେନ୍ନାଇ ଲାଗି ୧୫ ଓଭରରେ ୧୭୧ ରନର ଟାର୍ଗେଟ ରହିଥିଲା । ପ୍ରତିଟି ଓଭର, ପ୍ରତିଟି ବଲ୍ ଗତକାଲି ନିର୍ଣ୍ଣାୟକ ଥିଲା । ମୋହିତ ଶର୍ମାଙ୍କ ଦୁଇଟି ୱିକେଟ୍ ସମ୍ପୂର୍ଣ୍ଣ ମ୍ୟାଚକୁ ଗୁଜରାଟ ପଟକୁ କରି ଦେଇଥିଲା । ଏପରିକି ଧୋନି ଡକ୍‌ ଆଉଟ୍ ହେବା ପରେ ଚେନ୍ନାଇର ହାର୍ ଏକପ୍ରକାର ସୁନିଶ୍ଚିତ ବୋଲି ଆକଳନ କରାଯାଉଥିଲା । କିନ୍ତୁ ରବୀନ୍ଦ୍ର ଜାଡ଼େଜା ସବୁ କିଛି ବଦଳାଇ ଦେଇଥିଲେ । ଶେଷ ଦୁଇଟି ବଲରେ ବିଜୟର ମୁକୁଟ ପିନ୍ଧାଇଥିଲେ ସାର୍ ଜାଡ଼େଜା । ଶେଷ ଦୁଇଟି ବଲରେ ଛକା ଓ ଚୌକା ମାରି ଟିମକୁ ପଞ୍ଚମ ଥର ପାଇଁ ଚାମ୍ପିଅନ କରାଇଥିଲେ । 

ଅଧିକ ପଢ଼ନ୍ତୁ: ଆଇପିଏଲ୍‌ ଟାଇଟଲ ବିଜୟ ପରେ କାନ୍ଦି ପକାଇଲେ ଧୋନି